ETV Bharat / state

ଆସୁଛନ୍ତି ପ୍ରଧାନମନ୍ତ୍ରୀଙ୍କ, ବିମାନବନ୍ଦର ଓ ହେଲିପ୍ୟାଡରେ ଉଡିବନି ଡ୍ରୋନ କ୍ୟାମେରା

author img

By ETV Bharat Odisha Team

Published : Feb 1, 2024, 10:39 PM IST

ଆସୁଛନ୍ତି  ପ୍ରଧାନମନ୍ତ୍ରୀଙ୍କ, ବିମାନବନ୍ଦର ଓ ହେଲିପ୍ୟାଡରେ ଉଡିବନି ଡ୍ରୋନ କ୍ୟାମେରା
ଆସୁଛନ୍ତି ପ୍ରଧାନମନ୍ତ୍ରୀଙ୍କ, ବିମାନବନ୍ଦର ଓ ହେଲିପ୍ୟାଡରେ ଉଡିବନି ଡ୍ରୋନ କ୍ୟାମେରା

Chief Secretary Review Meeting: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ଫେବୃଆରୀ ୩ ତାରିଖରେ ସମ୍ବଲପୁର ଜିଲ୍ଲା ଗସ୍ତରେ ଆସିବେ । ସମ୍ବଲପୁର ଆଇଆଇଏମର ସ୍ଥାୟୀ କ୍ୟାମସ ଉଦଘାଟନ କାର୍ଯ୍ୟକ୍ରମରେ ସାମିଲ ହେବେ ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀଙ୍କ ସମ୍ବଲପୁର ଗସ୍ତ ପରିପ୍ରେକ୍ଷୀରେ ଏକ ରାଜ୍ୟସ୍ତରୀୟ ବୈଠକ ଆଜି ଲୋକସେବା ଭବନରେ ଅନୁଷ୍ଠିତ ହୋଇଛି । ଅଧିକ ପଢନ୍ତୁ

ଆସୁଛନ୍ତି ପ୍ରଧାନମନ୍ତ୍ରୀଙ୍କ, ବିମାନବନ୍ଦର ଓ ହେଲିପ୍ୟାଡରେ ଉଡିବନି ଡ୍ରୋନ କ୍ୟାମେରା

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ଫେବୃଆରୀ ୩ ତାରିଖରେ ସମ୍ବଲପୁର ଜିଲ୍ଲା ଗସ୍ତରେ ଆସିବେ । ସମ୍ବଲପୁର ଆଇଆଇଏମର ସ୍ଥାୟୀ କ୍ୟାମସ ଉଦଘାଟନ କାର୍ଯ୍ୟକ୍ରମରେ ସାମିଲ ହେବେ ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀଙ୍କ ସମ୍ବଲପୁର ଗସ୍ତ ପରିପ୍ରେକ୍ଷୀରେ ଏକ ରାଜ୍ୟସ୍ତରୀୟ ବୈଠକ ଆଜି ଲୋକସେବା ଭବନରେ ଅନୁଷ୍ଠିତ ହୋଇଛି । ବୈଠକର ଅଧ୍ୟକ୍ଷତା କରିଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା । ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମକୁ ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା ସହ ଆନୁଷଙ୍ଗିକ ପ୍ରସ୍ତୁତି ସଂପର୍କରେ ସଂପୃକ୍ତ କର୍ତ୍ତୃପକ୍ଷ, ଜିଲ୍ଲାପାଳ ଏବଂ ଅଧିକାରୀଙ୍କୁ ସେ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି ।

ଗୃହ ବିଭାଗ ସ୍ବତନ୍ତ୍ର ଶାସନ ସଚିବ ଡଃ ସନ୍ତୋଷ ବାଲା ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମର ସବିଶେଷ ସୂଚନା ଓ ପ୍ରସ୍ତୁତି ସଂପର୍କରେ ଉପସ୍ଥାପନ କରିଛନ୍ତି । ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ୩ ତାରିଖ ପୂର୍ବାହ୍ନରେ ନୂଆଦିଲ୍ଲୀ ବିମାନବନ୍ଦରରୁ ସ୍ବତନ୍ତ୍ର ବାୟୁ ସେନା ବିମାନ ଯୋଗେ ଓଡ଼ିଶା ଅଭିମୁଖେ ଯାତ୍ରା କରିବେ । ଅପରାହ୍ନରେ ଝାରସୁଗୁଡ଼ା ବିମାନବନ୍ଦରରେ ଓହ୍ଲାଇବେ । ସେଠାରୁ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ସମ୍ବଲପୁରର ଅସ୍ଥାୟୀ ହେଲିପ୍ୟାଡରେ ପହଞ୍ଚି ଆଇଆଇଏମ କ୍ୟାମ୍ପସରେ ପହଞ୍ଚିବେ । ଆଇଆଇଏମ, ସମ୍ବଲପୁର କ୍ୟାମ୍ପସର ଲୋକାର୍ପଣ ଓ ଅନ୍ୟ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କାର୍ଯ୍ୟକ୍ରମରେ ସାମିଲ ହେବେ । ଏହା ପରେ ସେ ସମ୍ବଲପୁରର ରେମେଡ ପଡିଆରେ ଆୟୋଜିତ ଦଳୀୟ କାର୍ଯ୍ୟକ୍ରମରେ ସାମିଲ ଦେବେ । ଏହାକୁ ଦୃଷ୍ଟିରେ ରଖି ଝାରସୁଗୁଡ଼ା ବିମାନବନ୍ଦର ସମେତ ସମ୍ବଲପୁରରେ ଅସ୍ଥାୟୀ ହେଲିପ୍ୟାଡରେ ଆନୁଷ୍ଠଙ୍ଗିକ ବ୍ୟବସ୍ଥା କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ପ୍ରଧାନମନ୍ତ୍ରୀଙ୍କ ଗସ୍ତର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥାକୁ ମାନକ ନିୟମ ଅନୁସାରେ କଡାକଡ଼ି ଦୃଷ୍ଟି ଦେବାକୁ ଦେବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।

ଅଧିକ ପଢନ୍ତୁ- ସମ୍ବଲପୁର ଗସ୍ତବେଳେ ଏକାଧିକ ରେଳବାଇ ପ୍ରକଳ୍ପ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଯୋଗଦେବାକୁ ଥିବା କୌଣସି କାର୍ଯ୍ୟକ୍ରମ ସ୍ଥଳ, ବିମାନବନ୍ଦର ଓ ହେଲିପ୍ୟାଡସ୍ଥଳରେ ଡ୍ରୋନ କ୍ୟାମେରା ବ୍ୟବହାର କରାଯିବ ନାହିଁ । ଏସଂପର୍କରେ କାର୍ଯ୍ୟାନୁଷ୍ଠାନ ପାଇଁ ସେ ଜିଲ୍ଲାପାଳ ଓ ସୁରକ୍ଷା ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି । ସେହିପରି କାର୍ଯ୍ୟକ୍ରମସ୍ଥଳ ଗୁଡ଼ିକରେ ନିରବଚ୍ଛିନ୍ନ ବିଦ୍ୟୁତ ସରବରାହ ପାଇଁ ଜେନେରେଟର ରଖିବା ସହ ଆଗୁଆ ଟେଷ୍ଟିଙ୍ଗ ସହ ଆଉ ଦୁଇଟି ଅତିରିକ୍ତ ଜେନେରେଟର ରଖିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଡାକବାଜି ଯନ୍ତ୍ର ଭଲ ଭାବରେ କାର୍ଯ୍ୟକ୍ଷମ ହେବା ପ୍ରତି ସେ ଗୁରୁତ୍ବ ଦେଇଛନ୍ତି । କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶାବଳୀ ଅନୁସାରେ ପ୍ରଧାନମନ୍ତ୍ରୀଙ୍କ କ୍ଲୋଜ ପ୍ରକ୍ସିମିଟିରେ ଦାୟିତ୍ବରେ ଥିବା ଅଧିକାରୀ, କର୍ମଚାରୀ ବା ବ୍ୟକ୍ତିବିଶେଷଙ୍କର କୋଭିଡ ପରୀକ୍ଷା କରାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।

କାରକେଡ, ଆମ୍ବୁଲାନ୍ସ ଏବଂ ଜୀବନ ସୁରକ୍ଷା ସହାୟକ ସହ ସ୍ବାସ୍ଥ୍ୟ ସେବା ଓ କାର୍ଯ୍ୟକ୍ରମ ସ୍ଥଳରେ କ୍ରିଟିକାଲ କେୟାର ବକ୍ସ ରଖାଯିବ । ଭିଭିଆଇପି ଯିବା ଆସିବା ରାସ୍ତାର ମରାମତି, କାର୍ଯ୍ୟକ୍ରମ ସ୍ଥଳରେ ନିରବଚ୍ଛିନ୍ନ ପାନୀୟ ଜଳ ଯୋଗାଣ, କାର୍ଯ୍ୟକ୍ରମ ଥିବା ମଞ୍ଚ ପ୍ରସ୍ତୁତି ଓ ସୁରକ୍ଷା ଯାଞ୍ଚ, କାର୍ଯ୍ୟକ୍ରମ ସ୍ଥଳ, ହେଲିପ୍ୟାଡ ଓ ରାସ୍ତାରେ ବେରିକେଡିଂ ବ୍ୟବସ୍ଥା କରାଯିବ । ଦୂରଦର୍ଶନ ଓ ପିଆଇବି ସହାୟତାରେ କାର୍ଯ୍ୟକ୍ରମର ସିଧାପ୍ରସାରଣ ଏବଂ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ ଏହାକୁ ସୁବ୍ୟବସ୍ଥିତ କରାଯିବ । କାର୍ଯ୍ୟକ୍ରମ ସ୍ଥଳରେ ଇଣ୍ଟରନେଟ ସୁବିଧା, ଅଗ୍ନି ନିର୍ବାପକ ବ୍ୟବସ୍ଥା ଏବଂ ସୁରକ୍ଷା ବ୍ୟବସ୍ଥା ପାଇଁ ରାଜ୍ୟ ଗୃହ ବିଭାଗ ତରଫରୁ ଏକ କଣ୍ଟ୍ରୋଲ ରୁମ କାର୍ଯ୍ୟ କରିବ । ସମ୍ବଲପୁର ଓ ଝାରସୁଗୁଡ଼ା ଜିଲ୍ଲାପାଳ ସଂପୃକ୍ତ ସ୍ଥାନରେ ଆବଶ୍ୟକ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତଙ୍କ ସହଯୋଗରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମର ପ୍ରସ୍ତୁତି ଓ କାର୍ଯ୍ୟ ସୁଚାରୁ ରୂପେ ସଂପାଦନ କରିବାକୁ ମୁଖ୍ୟ ଶାସନ ସଚିବ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି । ପ୍ରୋଟକଲ ଅନୁସାରେ କିଏ କେଉଁଠି ମୃତୟନ ରହିବେ, ତାହାକୁ ନିଶ୍ଚିତ କରିବାକୁ କୁହାଯାଇଛି । କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତଙ୍କୁ ମଧ୍ୟ ବ୍ୟବସ୍ଥାର ତଦାରଖ ପାଇଁ ଆବଶ୍ୟକ ପରାମର୍ଶ ଦିଆଯାଇଛି ।

ଉନ୍ନୟନ କମିଶନର ଅନୁ ଗର୍ଗ, ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓ ରଞ୍ଜନ କୁମାର ସିଂ, ପୋଲିସ ଡିଜି ଅରୁଣ କୁମାର ଷଡଙ୍ଗୀ, ପୂର୍ତ୍ତ ବିଭାଗ ପ୍ରମୁଖ ଶାସନ ସଚିବ ବୀର ବିକ୍ରମ ଯାଦବ, ସୂଚନା ଓ ଲୋକସଂପର୍କ ବିଭାଗ ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂ, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗ ପ୍ରମୁଖ ଶାସନ ସଚିବ ମନୋଜ କୁମାର ମିଶ୍ରଙ୍କ ସମେତ ରାଜ୍ୟ ପ୍ରଶାସନର ସଂପୃକ୍ତ ବିଭାଗର ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଛନ୍ତି । ବୈଠକରେ ଭିସି ଜରିଆରେ କେନ୍ଦ୍ରାଞ୍ଚଳ ଆରଡିସି, ପଶ୍ଚିମାଞ୍ଚଳ ଡିଆଇଜି, ସମ୍ବଲପୁର ଓ ଝାରସୁଗୁଡ଼ା ଜିଲ୍ଲାପାଳ ଓ ଏସପି, ଜିଲ୍ଲାସ୍ତରୀୟ ବରିଷ୍ଠ ପଦାଧିକାରୀ ଯୋଗ ଦେଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.