ETV Bharat / state

ବରିଷ୍ଠ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଦୁର୍ବ୍ୟବହାର, ବୌଦ୍ଧ ଜିଲ୍ଲାପାଳଙ୍କ ନାଁରେ ଥାନାରେ ଅଭିଯୋଗ

author img

By ETV Bharat Odisha Team

Published : Mar 16, 2024, 10:26 PM IST

ବରିଷ୍ଠ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଦୁର୍ବ୍ୟବହା , ଜିଲ୍ଲାପାଳଙ୍କ ନାଁରେ ଥାନାରେ ଅଭିଯୋଗ
ବରିଷ୍ଠ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଦୁର୍ବ୍ୟବହା , ଜିଲ୍ଲାପାଳଙ୍କ ନାଁରେ ଥାନାରେ ଅଭିଯୋଗ

Doctors Stage Protest: ବୌଦ୍ଧ ମୁଖ୍ୟ ଚିକିତ୍ସାଳୟର କାର୍ଯ୍ୟରତ ବରିଷ୍ଠ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଜିଲ୍ଲାପାଳ ଓ ଏସପି ଦୁର୍ବ୍ୟବହାର କରିଥିବା ଅଭିଯୋଗ । କଳା ବ୍ୟାଜ ପିନ୍ଧି ପ୍ରତିବାଦ କଲେ ସ୍ବାସ୍ଥ୍ୟ କର୍ମୀ । ଅଧିକ ପଢନ୍ତୁ

ବରିଷ୍ଠ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଦୁର୍ବ୍ୟବହାର

ବୌଦ୍ଧ: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ବରିଷ୍ଠ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଜିଲ୍ଲାପାଳ ଓ ଏସପିଙ୍କ ଦୁର୍ବ୍ୟବହାର କରିଥିବା ଅଭିଯୋଗ । ଏନେଇ ସ୍ବାସ୍ଥ୍ୟ ଅଧିକାରୀ ଜଣକ ଥାନାରେ ଲିଖିତ ଅଭିଯୋଗ କରିଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏହାର ପ୍ରତିବାଦରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ସମସ୍ତ ଡାକ୍ତର ଆଜି କଳା ବ୍ୟାଜ ପିନ୍ଧି କାର୍ଯ୍ୟ କରିଛନ୍ତି । ଏହା ସହ ଜିଲ୍ଲାପାଳ ଏବଂ ଏସପିଙ୍କୁ ବଦଳି କରିବା ପାଇଁ ଦାବି କରିଛନ୍ତି ।

ବୌଦ୍ଧ ଜିଲ୍ଲାରେ ପ୍ରଥମ ଥର ପାଇଁ କୌଣସି ଜିଲ୍ଲାପାଳ ଓ ଏସପିଙ୍କ ନାଁରେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ସ୍ବାସ୍ଥ୍ୟ ବିଭାଗର ଅଧିକାରୀ । ଗୋଟିଏ ପଟରେ ଆଜି ଠାରୁ ନିର୍ବାଚନ ଆଚରଣବିଧି ଲାଗୁ ହୋଇଥିବା ବେଳେ ଆଜି ଏକ ଅଭାବନୀୟ ଘଟଣା ଘଟିଥିବା ଦେଖିବାକୁ ମିଳିଛି । ସୂଚନା ମୁତାବକ ବୌଦ୍ଧ ସହରର ମଧ୍ୟ ଭାଗରେ ଥିବା ପୁରୁଣା ଆଇଟିଆଇ କୋଠାରେ କୋଭିଡ ସେଣ୍ଟର କରାଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଦିଆଯାଇଥିଲା । ବର୍ତ୍ତମାନ ଉକ୍ତ କୋଠାରେ ଟ୍ରୋମା କେୟାର ସେଣ୍ଟର ପାଇଁ ପ୍ରସ୍ତାବ ରହିଥିବା ବେଳେ ଗତକାଲି ଅପରାହ୍ନରେ ଉକ୍ତ କୋଠା ପରିଦର୍ଶନ ପାଇଁ ଜିଲ୍ଲାପାଳ ଜେ ସୋନାଲ ଓ ଏସପି ରାଜ ପ୍ରସାଦ ଏବଂ ସ୍ବାସ୍ଥ୍ୟ ବିଭାଗର ଅଧିକାରୀଙ୍କ ସହିତ ଯାଇଥିଲେ ।

ସେଠାରେ କୌଣସି ବିଷୟକୁ ନେଇ ଜିଲ୍ଲାପାଳ ହଠାତ୍ ବରିଷ୍ଠ ସ୍ବାସ୍ଥ୍ୟ ଅଧିକାରୀ ମଦନମୋହନ ପ୍ରଧାନଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ନେଇ ଅଭିଯୋଗ ହୋଇଛି । ଜିଲ୍ଲାପାଳଙ୍କ ଉପସ୍ଥିତିରେ ଏସପି ମଧ୍ୟ ତାଙ୍କୁ ଦୁର୍ବ୍ୟବହାର କରିଥିବା ନେଇ ଅଭିଯୋଗ କରିଛନ୍ତି ସେ । ଏଭଳି ଅଭାବନୀୟ ଘଟଣା ପରେ ଶୁକ୍ରବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ଡ଼ାକ୍ତର, କର୍ମଚାରୀ, ସ୍ବାସ୍ଥ୍ୟ ଅଧିକାରୀମାନେ ଆଲୋଚନା କରିବା ପରେ ବୈଦ୍ଧର ଆଦର୍ଶ ଥାନାରେ ଉଭୟ ଜିଲ୍ଲାପାଳ ଓ ଏସପିଙ୍କ ନାଁରେ ଲିଖିତ ଅଭିଯୋଗ କରିଥିଲେ ।

ଏହା ମଧ୍ୟ ପଢନ୍ତୁ ......ଏସସିବିରେ ବିରଳ ଅସ୍ତ୍ରୋପଚାର, ଆରୋଗ୍ୟ ହେଲେ ରିତାରାଣୀ

ବୌଦ୍ଧ ଜିଲ୍ଲାରେ କୌଣସି ସରକାରୀ କର୍ମଚାରୀଙ୍କ ଦ୍ବାରା ଜିଲ୍ଲାପାଳ ଓ ଏସପିଙ୍କ ନାଁରେ ଥାନାରେ ଅଭିଯୋଗ ପ୍ରଥମ ଥର ପାଇଁ ହୋଇଥିବା ବେଳେ ଆଜି ଠାରୁ ସମସ୍ତ ସ୍ବାସ୍ଥ୍ୟ ବିଭାଗ କର୍ମଚାରୀ ମାନେ କଳା ବ୍ୟାଚ ପିନ୍ଧି ଏହାର ପ୍ରତିବାଦ କରିଛନ୍ତି ।ଏ ସମ୍ପର୍କରେ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ସ୍ବାସ୍ଥ୍ୟ ବିଭାଗର ଅଧିକାରୀ ଓ କର୍ମଚାରୀଙ୍କ ଉପସ୍ଥିତିରେ ଏକ ସାମ୍ୱାଦିକ ସମ୍ମିଳନୀରେ ଏନେଇ ସୂଚନା ପ୍ରଦାନ କରାଯାଇଛି । ସେପଟେ ଉଭୟଙ୍କୁ ବଦଳି କରିବା ପାଇଁ ଦାବି ହୋଇଛି । ଏନେଇ ଜିଲ୍ଲାପାଳ କିମ୍ବା ଏସପିଙ୍କ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.