ETV Bharat / state

ରୋଗୀର ମୃତ୍ୟୁକୁ ନେଇ ଡାକ୍ତରଙ୍କୁ ଆକ୍ରମଣ, ଥାନାରେ ମାମଲା - Attack on Doctor

author img

By ETV Bharat Odisha Team

Published : Apr 18, 2024, 8:33 PM IST

ଡାକ୍ତରଙ୍କୁ ଆକ୍ରମଣ
ଡାକ୍ତରଙ୍କୁ ଆକ୍ରମଣ

Attack on Doctor in Dhenkanal: ରୋଗୀ ମୃତ୍ୟୁ ଘଟଣାରେ ଡାକ୍ତରଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କଲେ ମୃତକଙ୍କ ପରିବାର । ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦେଖିବାକୁ ମିଳିଛି ଏପରି ଘଟଣା । ଅଧିକ ପଢ଼ନ୍ତୁ,

ଡାକ୍ତରଙ୍କୁ ଆକ୍ରମଣ

ଢେଙ୍କାନାଳ: ରୋଗୀ ମୃତ୍ୟୁ ମାମଲାରେ ଡାକ୍ତରଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ । ଫଳରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ପରିଷରରେ ତୀବ୍ର ଉତ୍ତେଜନା ଦେଖା ଦେଇଥିଲା । ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଜଣେ ଗୁରୁତର ଅସୁସ୍ଥ ବ୍ୟକ୍ତିଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ଯାହା ପାଇଁ ଡାକ୍ତରଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିଥିବା ନେଇ ଟାଉନ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ଟାଉନ ଥାନା ପୋଲିସ ତଦନ୍ତ ଆରମ୍ଭ କରିଛନ୍ତି । ଅପରପକ୍ଷେ ମାଡ ମାରିଥିବା ମୃତକଙ୍କ ପରିବାର ଡାକ୍ତରଖାନା ଛାଡି ପଳାଇ ଯାଇଥିବା ଜଣାପଡ଼ିଛି ।

ସୂଚନା ମୁତାବକ, ଆଜି ସକାଳ ସମୟରେ ସ୍ଥାନୀୟ ସିମିଳିଆ ଗ୍ରାମର ରଘୁଚନ୍ଦ୍ର ବେହେରା ନାମକ ଜଣେ ବ୍ୟକ୍ତି ଗୁରୁତର ଅସୁସ୍ଥ ଥିବାରୁ ତାଙ୍କ ପରିବାର ଲୋକ ତାଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଯାଞ୍ଚ କରି ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଚିକିତ୍ସା କରୁଥିବା ଡାକ୍ତର ରାଜେଶ ସିଂହ କହିଥିଲେ ଏବଂ ରୋଗୀକୁ ତୁରନ୍ତ କଟକ ବଡ଼ ମେଡ଼ିକାଲ ସ୍ଥାନାନ୍ତର କରିବା ପାଇଁ କହିଥିଲେ । ହେଲେ ଚିକିତ୍ସାଧୀନ ଅବସ୍ଥାରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ରଘୁଚନ୍ଦ୍ରଙ୍କର ମୃତ୍ୟୁ ଘଟିଥିଲା । ମୃତ୍ୟୁ ପରେ ମୃତକଙ୍କ ପରିବାର ଓ ତାଙ୍କ ସମ୍ପର୍କୀୟ ମାନେ ମୃତ୍ୟୁ ପାଇଁ ଉକ୍ତ ଡାକ୍ତର ରାଜେଶଙ୍କୁ ଦାୟୀ କରିବା ସହିତ ତାଙ୍କୁ ଆକ୍ରମଣ କରିଥିଲେ । ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ଡାକ୍ତର ରାଜେଶ ସିଂହଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରି ମାଡ଼ ମାରିଥିବା ସହିତ ତାଙ୍କୁ ଜୀବନରେ ମାରିଦେବେ ବୋଲି ଧମକ ଦେଇଥିବା ରାଜେଶ ଅଭିଯୋଗ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ... ମହଙ୍ଗା ପଡ଼ିଲା ଡାକ୍ତରଙ୍କୁ ମାଡ ମାରିବା, ଅଭିଯୁକ୍ତ ଜିତୁକୁ କୋର୍ଟ ଚାଲାଣ କଲା ପୋଲିସ

ଯାହାକୁ ନେଇ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଉତ୍ତେଜନା ପ୍ରକାଶ ପାଇଥିଲା । ଯାହା କାରଣରୁ କିଛି ସମୟ ପାଇଁ ଢେଙ୍କାନାଳ ଡାକ୍ତରଖାନାରେ ରୋଗୀ ସେବା ବ୍ୟାହତ ହୋଇଥିଲା । ଘଟଣାସ୍ଥଳରେ ଟାଉନ ଥାନା ପୋଲିସ ପହଞ୍ଚିବା ପରେ ଉତ୍ତେଜନା ଥମିଥିବା ଜଣାପଡିଛି । ତେବେ ଆକ୍ରମଣର ଶିକାର ହୋଇଥିବା ଡାକ୍ତରଙ୍କ ପକ୍ଷରୁ ଟାଉନ ଥାନାରେ ଲିଖିତ ଅଭିଯୋଗ କରାଯାଇଛି । ଜିଲ୍ଲା ଡାକ୍ତର ଖାନା କର୍ମଚାରୀ ସଂଘଙ୍କୁ ମଧ୍ୟ ଲିଖିତ ଭାବେ ଜଣାଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ରାଜେଶ । ଫଳରେ ଟାଉନ ଥାନା ପକ୍ଷରୁ ମାମଲା ରୁଜୁ କରି ତଦନ୍ତ କରାଯିବା ସହିତ ତୁରନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି ଢେଙ୍କାନାଳ ଏସଡିପିଓ । ଚିକିତ୍ସା ସମୟରେ ଜଣେ କର୍ତ୍ତବ୍ୟରତ ଡାକ୍ତରଙ୍କୁ ଏଭଳି ଦୁର୍ବ୍ୟବହାର ଓ ଆକ୍ରମଣ ଘଟଣାକୁ ସାଧାରଣରେ ନିନ୍ଦା କରାଯାଉଛି l

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.