ETV Bharat / state

ନବରଙ୍ଗପୁରରେ ଜନଜାତି କ୍ରୀଡା ଓ ସାଂସ୍କୃତିକ ମହୋତ୍ସବ ଉଦଯାପିତ, ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଲେ ସବ୍ୟସାଚୀ-ଅର୍ଚ୍ଚିତା

author img

By ETV Bharat Odisha Team

Published : Mar 7, 2024, 12:07 PM IST

Tribal Cultural And Sports Festival
Tribal Cultural And Sports Festival

Tribal Cultural And Sports Festival in Nabarangpur: ନବରଙ୍ଗପୁରରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ତରଫରୁ ଚାଲିଥିବା ଜିଲ୍ଲାସ୍ତରୀୟ ଜନଜାତି ସାଂସ୍କୃତିକ ଓ କ୍ରୀଡା ମହୋତ୍ସବ ଶେଷ ହୋଇଛି । ଅଧିକ ପଢନ୍ତୁ

Tribal Cultural And Sports Festival

ନବରଙ୍ଗପୁର: ଜିଲ୍ଲାରେ ତିନି ଦିନ ଧରି ଚାଲିଥିବା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଜିଲ୍ଲା ସ୍ତରୀୟ ଜନଜାତି ସାଂସ୍କୃତିକ ଓ କ୍ରୀଡା ମହୋତ୍ସବ ଉଦଯାପିତ ହୋଇଛି । ଜିଲ୍ଲାର ନୂତନ ମଣ୍ଡେଇ ପଡିଆ ଠାରେ ଗତ ୪ ତାରିଖ ଠାରୁ ଆରମ୍ଭ ହୋଇଥିବା ଏହି ମହୋତ୍ସବ ଗତକାଲି(ବୁଧବାର) ଶେଷ ହୋଇଛି । ତେବେ ନବରଙ୍ଗପୁର ଜିଲ୍ଲା ସ୍ଵତନ୍ତ୍ର ଉନ୍ନୟନ ପରିଷଦ ପକ୍ଷରୁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉଦଯାପନି ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ଥିଲେ ଓଲିଉଡ ଷ୍ଟାର ଦମ୍ପତି ସବ୍ୟସାଚୀ ମିଶ୍ର ଓ ଅର୍ଚ୍ଚିତା ସାହୁ ।

ତେବେ କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ନବରଙ୍ଗପୁର ସହର ରାମ ମନ୍ଦିର ଠାରୁ ଏକ ବିଶାଳ ରାଲି ବାହାରିଥିଲା । ଏଥିରେ ପାରମ୍ପରିକ ଆଦିବାସୀ ବେଶରେ ସୁସଜିତ ହେବା ସହ ଆଦିବାସୀ ନୃତ୍ୟର ତାଳେ ତାଳେ ପ୍ରାୟ ୫ କିଲୋମିଟର ନୂତନ ମଣ୍ଡେଇ ପଡିଆ ସ୍ଥିତ କାର୍ଯ୍ୟକ୍ରମ ସ୍ଥଳକୁ ପହଞ୍ଚିଥିଲା । ପରେ ସାଂସ୍କୃତିକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ କରାଯାଇଥିଲା ଏହି ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଓଡ଼ିଆ ସିନେ ତାରକା ସବ୍ୟସାଚୀ ମିଶ୍ର, ଅର୍ଚ୍ଚିତା ସାହୁଙ୍କ ସମେତ ପଶ୍ଚିମ ଓଡିଶାର ସୁନାମଧନ୍ୟ କଣ୍ଠଶିଳ୍ପୀମାନେ ଏହି ଆଦିବାସୀ ମହୋତ୍ସବରେ ଯୋଗ ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ- ନବରଙ୍ଗପୁରରେ ମିନି ମାରାଥନ, ଦୌଡ଼ିଲେ ଦୌଡ଼ରାଣୀ ଦୂତୀ ଚାନ୍ଦ

ଏହି କାର୍ଯ୍ୟକ୍ରମରେ ରାଜ୍ୟ ଏସଡିସି ଉପଦେଷ୍ଟା ପ୍ରଦୀପ ମାଝୀଙ୍କ ସମେତ ସାଂସଦ ରମେଶ ମାଝୀ, ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ଜିଲ୍ଲା ଏସଡିସି ଅଧ୍ୟକ୍ଷ ଉପେନ୍ଦ୍ର ଗଣ୍ଡ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ମୋତିରାମ ନାୟକଙ୍କ ସମେତ ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ର ଯୋଗ ଦେଇ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ଲକ୍ଷ ସମ୍ପର୍କରେ ଆଲୋକପାତ କରିଥିଲେ ।

ସେହିପରି ଏହି କାର୍ଯ୍ୟକ୍ରମର ପ୍ରଥମ ଦିବସରେ ଅନୁଷ୍ଠିତ ମିନି ମାରାଥନ କାର୍ଯ୍ୟକ୍ରମରେ ଅନ୍ତଃର୍ଜାତିକ ପୁରସ୍କାର ପ୍ରାପ୍ତ ଧାବିକା ଦୂତୀ ଚାନ୍ଦ ଭାଗ ନେଇ ଦୌଡ଼ି ଥିଲେ । ଦୂତୀ ପୁରୁଣା ମଣ୍ଡେଇ ପଡିଆରୁ ନୂତନ ମଣ୍ଡେଇ ପଡିଆ ପର୍ଯ୍ୟନ୍ତ ଦୌଡ ସମାପ୍ତ କରିଥିଲେ । ଏଥିସହ ଏହି ଦୌଡ କାର୍ଯ୍ୟକ୍ରମରେ ଜିଲ୍ଲାର ଅନେକ ଛାତ୍ରଛାତ୍ରୀ, ଯୁବକ ଯୁବତୀଙ୍କ ସହ ସହରର ଅନେକ ବୁଦ୍ଧିଜୀବୀ ଓ ସ୍ୱେଚ୍ଛାସେବୀ ଅଂଶଗ୍ରହଣ କରି ଦୌଡ଼ିଥିଲେ । ତେବେ ଉଦଯାପନୀ ଦିବସରେ ବିଭିନ୍ନ ବ୍ଲକମାନଙ୍କରେ ହୋଇଥିବା କ୍ରୀଡା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା କଳାକାର ଓ ଖେଳାଳିମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.