ETV Bharat / state

ବ୍ୟାସକବିଙ୍କୁ ମନେ ପକାଇଲେ ବାଲେଶ୍ୱରବାସୀ

author img

By ETV Bharat Odisha Team

Published : Feb 3, 2024, 10:45 PM IST

ବ୍ୟାସକବିଙ୍କୁ ମନେ ପକାଇଲେ ବାଲେଶ୍ୱରବାସୀ
ବ୍ୟାସକବିଙ୍କୁ ମନେ ପକାଇଲେ ବାଲେଶ୍ୱରବାସୀ

Odia Language Conference: ବାଲେଶ୍ବର ଜିଲ୍ଲାସ୍ତରୀୟ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜିତ । ଓଡ଼ିଆ ଭାଷା ଏବଂ ସାହିତ୍ୟ କ୍ଷେତ୍ରରେ ଆଦର୍ଶ ଅବଦାନ ପାଇଁ ୧୮ ଜଣ ବୟୋଜ୍ୟେଷ୍ଠ ସାହିତ୍ୟକାରଙ୍କୁ ସମ୍ବର୍ଦ୍ଧନା । ଅଧିକ ପଢନ୍ତୁ

ବ୍ୟାସକବିଙ୍କୁ ମନେ ପକାଇଲେ ବାଲେଶ୍ୱରବାସୀ

ବାଲେଶ୍ବର: ମାତୃଭାଷା ଓଡ଼ିଆକୁ ସମଗ୍ର ବିଶ୍ୱରେ ଲୋକ ପ୍ରିୟ କରାଇବା ସହ ଏହାର ସଂରକ୍ଷଣ କରିବା ପାଇଁ ପଦକ୍ଷେପ ଗ୍ରହଣ କରିଛନ୍ତି ସରକାର । ଆଜିଠାରୁ ରାଜ୍ୟରେ ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଆରମ୍ଭ ହୋଇଛି । ତେଣୁ ରାଜ୍ୟର ପ୍ରତ୍ୟେକ ଜିଲ୍ଲା ଏବଂ ବ୍ଲକ ଏହାକୁ ପାଳନ କରାଯାଇଛି । ଏହି ଅବସରରେ ଓଡ଼ିଆ ଭାଷାର ପ୍ରାଣକର୍ତ୍ତା ବ୍ୟାସକବି ଫକୀର ମୋହନ ସେନାପତିଙ୍କ ଜନ୍ମ ମାଟି ବାଲେଶ୍ବର ଜିଲ୍ଲାରେ ମଧ୍ୟ ଏହି କାର୍ଯ୍ୟକ୍ରମ କରାଯାଇଛି ।

ଆଜିଠାରୁ ଆସନ୍ତା ୫ ତାରିଖ ଯାଏଁ ରାଜଧାନୀରେ ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ୨୦୨୪ ଆୟୋଜିତ ହେବ । ବାଲେଶ୍ଵର ମାଟିର ସୁଯୋଗ୍ୟ ସନ୍ତାନ ତଥା ଓଡ଼ିଆ ଭାଷାର ପ୍ରାଣକର୍ତ୍ତା ବ୍ୟାସକବି ଫକୀର ମୋହନ ସେନାପତିଙ୍କ ବାସଭବନ ଶାନ୍ତି କାନନ ଠାରେ ଜିଲ୍ଲା ପ୍ରଶାସନ, ପୌରପାଳିକା, ସଦର ବ୍ଲକ ଓ ଜିଲ୍ଲା ସଂସ୍କୃତି ବିଭାଗର ମିଳିତ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜନ କରାଯାଇଛି । ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟଅତିଥି ଭାବେ ବିଧାୟକ ସ୍ୱରୂପ ଦାସ ଯୋଗ ଦେଇଥିଲେ । ତେବେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ପ୍ରତି ଅବଦାନ ଥିବା ବ୍ୟକ୍ତି ବିଶେଷମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲ । ସାହିତ୍ୟ ସଭାପ୍ରାରମ୍ଭରେ ଉପସ୍ଥିତ ଅତିଥିମାନେ ମିଳିତ ସ୍ୱରରେ ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତ ଗାନ କରିଥିଲେ ।

ଏହାସହ ଓଡିଶାର ଓଡ଼ିଆ ଭାଷା ଏବଂ ସାହିତ୍ୟ କ୍ଷେତ୍ରରେ ଆଦର୍ଶ ଅବଦାନ ପାଇଁ ୧୮ ଜଣ ବୟୋଜ୍ୟେଷ୍ଠ ସାହିତ୍ୟକାରଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲେ । ଅନ୍ୟପଟେ ଶାନ୍ତିକାନନ ପରିସରରେ ଓଡ଼ିଶାର ବର ପୁତ୍ରମାନଙ୍କର ଏକ ଫଟୋ ଚିତ୍ର ପ୍ରଦର୍ଶନୀ ସର୍ବସାଧାରଣଙ୍କ ପାଇଁ ଉଦଘାଟନ କରାଯାଇଛି । ଏଥିରେ ଜିଲ୍ଲାର ବହୁ ଲେଖ, ଲେଖିକା ଯୋଗଦେଇ ଫକୀର ମୋହନଙ୍କ ଅବଦାନର ଗାଥା ବର୍ଣ୍ଣନା କରିଥିଲେ ।

ଏହା ମଧ୍ୟ ପଢନ୍ତୁ.....ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଆରମ୍ଭ; ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଏହା ମଧ୍ୟ ପଢନ୍ତୁ....ଆଜିଠୁ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ, ଏକକାଳୀନ ବନ୍ଦେ ଉତ୍କଳ ଜନନୀ ଗାଇବେ ପ୍ରତିଟି ଓଡିଆ

ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ନାରାୟଣ ପ୍ରଧାନ, ପୌର ପାଳିକା ଅଧ୍ୟକ୍ଷା ସବିତା ସାହୁ, ପୌରପାଳିକା ଉପାଧ୍ୟକ୍ଷ କୈଳାଶ ଚନ୍ଦ୍ର ସେଠୀ , ସଦର ବ୍ଲକ ଅଧ୍ୟକ୍ଷା ସୁନିତା ବେହେରା, ଅତିରିକ୍ତ ଜିଲ୍ଲାପାଳ ସୁଧାକର ନାୟକ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବିଶ୍ୱରଞ୍ଜନ ନାୟକ ପ୍ରମୁଖ ଯୋଗଦେଇଥିଲେ ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.