ETV Bharat / state

ଚିରଞ୍ଜୀବଙ୍କ ଉପରୁ ଉଠିଲା ନିଲମ୍ବନ; ଦଳୀୟ କର୍ମୀ ପାଳିଲେ ଉତ୍ସବ

author img

By ETV Bharat Odisha Team

Published : Jan 23, 2024, 10:08 PM IST

Updated : Jan 23, 2024, 10:22 PM IST

ଚିରଞ୍ଜୀବଙ୍କ ଉପରୁ ଉଠିଲା ନିଲମ୍ବନ ; ଦଳୀୟ କର୍ମୀ ପାଳିଲେ ଉତ୍ସବ
ଚିରଞ୍ଜୀବଙ୍କ ଉପରୁ ଉଠିଲା ନିଲମ୍ବନ ; ଦଳୀୟ କର୍ମୀ ପାଳିଲେ ଉତ୍ସବ

District Congress Celebrates in Jagatsinghpur: ଆଜି ରାଜ୍ୟ କଂଗ୍ରେସ ବରିଷ୍ଠ ନେତା ଚିରଞ୍ଜିବ ବିଶ୍ବାଳଙ୍କ ଉପରୁ ହଟାଇଛି ନିଲମ୍ବନ । ଏନେଇ ଜଗତସିଂହପୁର ଜିଲ୍ଲାର କଂଗ୍ରେସ କର୍ମୀ ମାନଙ୍କ ମଧ୍ୟରେ ଏକ ପ୍ରକାର ଉତ୍ସାହ ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

ଚିରଞ୍ଜୀବଙ୍କ ଉପରୁ ଉଠିଲା ନିଲମ୍ବନ ; ଦଳୀୟ କର୍ମୀ ପାଳିଲେ ଉତ୍ସବ

ଜଗତସିଂହପୁର : ଆଜି ରାଜ୍ୟ କଂଗ୍ରେସର ତିନି ବରିଷ୍ଠ ନେତାଙ୍କ ଉପରେ ହଟିଛି ନିଲମ୍ବନ ଆଦେଶ । ପୂର୍ବରୁ ଦଳ ବିରୋଧୀ କାର୍ଯ୍ୟ ଯୋଗୁଁ ମହମ୍ମଦ ମୋକିମ , ଚିରଞ୍ଜିବ ବିଶ୍ବାଳଙ୍କୁ ଦଳରୁ ନିଲମ୍ବନ କରିଥିଲା ଏବଂ କୃଷ୍ଣ ସଗରିଆଙ୍କୁ ଦଳରୁ ବହିଷ୍କାର କରାଯାଇଥିଲା । ତେବେ କଂଗ୍ରେସର ବରିଷ୍ଠ ନେତା ତଥା ଜଗତସିଂହପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ବାଳଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର ହେବାପରେ ଜିଲ୍ଲାର କଂଗ୍ରେସ କର୍ମୀ ମାନଙ୍କ ମଧ୍ୟରେ ଏକ ପ୍ରକାର ଉତ୍ସାହ ଦେଖିବାକୁ ମିଳିଛି ।

ଆଜି ସନ୍ଧ୍ୟାରେ ଜଗତସିଂହପୁର ସହର ର ଥାନା ଛକ ନିକଟରେ କଂଗ୍ରେସ କର୍ମୀମାନେ ଏକତ୍ରିତ ହୋଇ ନିଲମ୍ବନ ପ୍ରତ୍ୟାହାର ହୋଇଥିବା ଖୁସିରେ ବାଣ ଫୁଟାଇବା ସହିତ ମିଠା ବାଣ୍ଟିଥିଲେ । ଏହାକୁ ନେଇ ଜଗତସିଂହପୁର ଯୁବ କଂଗ୍ରେସ ସଭାପତି ପ୍ରଶାନ୍ତ ମଲ୍ଲିକ କହିଛନ୍ତି ଯେ ଜଗତସିଂହପୁର ର ବରିଷ୍ଠ ନେତା ଚିରଞ୍ଜୀବ ବିଶ୍ବାଳଙ୍କ ନିଲମ୍ବନ ପ୍ରତ୍ୟାହାର ହେବାପରେ ଜଗତସିଂହପୁର କଂଗ୍ରେସ ମଧ୍ୟରେ ଏକ ନୂଆ ଉତ୍ସାହ ସୃଷ୍ଟି ହୋଇଛି । ଚିରଞ୍ଜୀବ ବାବୁ ଜିଲାର ଏକ ଟାଣୁଆ ନେତୃତ୍ବ । ସାଧାରଣ ନିର୍ବାଚନ କୁ ଆଉ ଅଳ୍ପଦିନ ବାକି ରହିଛି । ଦଳରୁ ନିଲମ୍ବିତ ପରେ ମଧ୍ୟ ଚିରଞ୍ଜୀବ ଦଳ ପାଇଁ କାମ କରୁଥିଲେ ।

ଏହା ମଧ୍ୟ ପଢନ୍ତୁ .... ହଟିଲା ନିଲମ୍ବନ: କଂଗ୍ରେସକୁ ଫେରିଲେ ମୋକିମ, ଚିରଞ୍ଜୀବ ଓ କୃଷ୍ଣ ସଗରିଆ

ଜଗତସିଂହପୁରରେ କଂଗ୍ରେସ ସଂଗଠନ କିପରି ସୁଦୃଢ ହେବ ସେଥିପାଇଁ ସେ କାମ କରୁଥିଲେ । ନିଲମ୍ବନ ଉଠିବା ପରେ ଏବେ ଜଗତସିଂହପୁର କଂଗ୍ରେସ ପୁନର୍ଜୀବନ ପାଇଥିବା କହିଥିଲେ । ଆଗାମୀ ନିର୍ବାଚନ ରେ କଂଗ୍ରେସ ର ପ୍ରାର୍ଥୀ ଭାବରେ ଚିରଞ୍ଜୀବ ବିଶ୍ବାଳ ପ୍ରାର୍ଥୀ ହେଲେ କଂଗ୍ରେସର ବିପୁଳ ବିଜୟ ହେବ ବୋଲି କଂଗ୍ରେସ କର୍ମୀ ମାନେ ଆଶା ବ୍ୟକ୍ତ କରିଛନ୍ତି । ସୂଚନାଯୋଗ୍ୟ ଯେ ଗତ 2023 ଜୁଲାଇରେ ଭୁବନେଶ୍ବର ରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ବାଳ ରାଜ୍ୟ କଂଗ୍ରେସ ନେତୃତ୍ବ କୁ ସମାଲୋଚନା କରିଥିଲେ । ଏହି ଘଟଣା କୁ ନେଇ ପିସିସି ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲା ।

ତେବେ ଏହି ଘଟଣା ପରେ ସେହି ଜୁଲାଇ ମାସରେ ତାଙ୍କୁ ଦଳ ନିଲମ୍ବନ କରିଥିଲା । ଦୀର୍ଘ 7 ମାସ ପରେ ଆଜି ଦଳ ତାଙ୍କ ଉପରେ ଥିବା ନିଲମ୍ବନ ପ୍ରତ୍ୟାହାର କରିଛି । ଯାହାକୁ ନେଇ ଜଗତସିଂହପୁର କଂଗ୍ରେସ ମହଲ ରେ ଆନନ୍ଦ ଖେଳି ଯାଇଛି । ସୂଚନାଯୋଗ୍ୟ ଯେ ଗତ 2019 ସାଧାରଣ ନିର୍ବାଚନରେ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ବାଳ ଜଗତସିଂହପୁର ନିର୍ବାଚନ ମଣ୍ଡଳୀରୁ ଲଢ଼ି 63 ହଜାର ଭୋଟ ପାଇଥିଲେ । ବିଜୁ ଜନତା ଦଳ ପ୍ରାର୍ଥୀ ପ୍ରଶାନ୍ତ କୁମାର ମୁଦୁଲି ମାତ୍ର 5ହଜାର ରୁ ସାମାନ୍ୟ ଅଧିକ ଭୋଟ ରେ ବିଜୟୀ ହୋଇଥିଲେ ମଧ୍ୟ ଚିରଞ୍ଜୀବ କଡ଼ା ଟକ୍କର ଦେଇ ଥିଲେ ।

ଇଟିଭି ଭାରତ, ଜଗତସିଂହପୁର

Last Updated :Jan 23, 2024, 10:22 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.