ETV Bharat / state

ଯାଜପୁରରେ ଡରାଉଛି ଡାଇରିଆ, 3 ଦିନରେ 50ରୁ ଊର୍ଦ୍ଧ୍ବ ଆକ୍ରାନ୍ତ

author img

By ETV Bharat Odisha Team

Published : Feb 24, 2024, 7:32 AM IST

ଯାଜପୁରରେ ଡରାଉଛି ଡାଇରିଆ
ଯାଜପୁରରେ ଡରାଉଛି ଡାଇରିଆ

Diarrhea Outbreak in Korai: ଡରାଉଛି ଡାଇରିଆ । ଯାଜପୁର ଜିଲ୍ଲା କୋରାଇ ବ୍ଲକ ଖମଣ ପଞ୍ଚାୟତର ରାଧାନଗର ପାଟଣା ଗାଁରେ ଡାଇରିଆ ଆତଙ୍କ। ଗତ ତିନିଦିନରେ 50ରୁ ଊର୍ଦ୍ଧ୍ବ ଲୋକ ଡାଇରିଆରେ ଆକ୍ରାନ୍ତ ହୋଇ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି । ଅଧିକ ପଢ଼ନ୍ତୁ

ଯାଜପୁରରେ ଡରାଉଛି ଡାଇରିଆ

ଯାଜପୁର: ଡରାଉଛି ଡାଇରିଆ । ଯାଜପୁର ଜିଲ୍ଲା କୋରାଇ ବ୍ଲକ ଖମଣ ପଞ୍ଚାୟତର ରାଧାନଗର ପାଟଣା ଗାଁରେ ଡାଇରିଆ ଆତଙ୍କ । ଗତ ତିନିଦିନରେ 50ରୁ ଊର୍ଦ୍ଧ୍ବ ଲୋକ ଡାଇରିଆରେ ଆକ୍ରାନ୍ତ ହୋଇ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି । କେତେକଙ୍କୁ ଗୁରୁତର ଅବସ୍ଥା କାରଣରୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଏବଂ କଟକ ଏସସିବିକୁ ସ୍ଥାନାନ୍ତର ମଧ୍ୟ କରାଯାଇଛି । ଯାହାକୁ ନେଇ ଏବେ ଆଖପାଖ ଗାଁରେ ଆତଙ୍କ ଖେଳିଯାଇଛି l ତେବେ କେଉଁ କାରଣରୁ ରୋଗୀ ସଂଖ୍ୟା ବୃଦ୍ଧି ପାଉଛି ତାହା କାରଣ ଜଣାପଡିନାହିଁ l ସେପଟେ ସ୍ଵାସ୍ଥ୍ୟ ଟିମ୍ ଦ୍ଵାରା ଘଟଣାର ଅନୁସନ୍ଧାନ ଜାରି ରହିଛି ।

ଯାଜପୁର ଜିଲ୍ଲା ଖମଣ ପଞ୍ଚାୟତର ରାଧାନଗର ପାଟଣା, ଠାକୁର ପାଟଣା, ଗୋଡ଼ିପାଟଣା ପ୍ରଭୃତି ଏକାଧିକ ଗାଁରେ ଡାଇରିଆରେ ଆକ୍ରାନ୍ତଙ୍କ ସଂଖ୍ୟା କ୍ରମଶଃ ବଢ଼ିବାରେ ଲାଗିଛି । ଏବେ ସୁଦ୍ଧା 50ରୁ ଊର୍ଦ୍ଧ୍ବ ଶିଶୁ, ମହିଳା ଓ ପୁରୁଷ ଡାଇରିଆରେ ଆକ୍ରାନ୍ତ ହୋଇ ବିଭିନ୍ନ ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି । କେତେକଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଅଧିକ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ କଟକ ଏସସିବି ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ତେବେ ଡାଇରିଆ ବ୍ୟାପିବାର ସଠିକ୍‌ କାରଣ ଜଣା ପଡ଼ିନାହିଁ । କିଛି ଲୋକ ଦହିବରା ବିକାଳି ପାଖରୁ ଦହିବରା ଖାଇ ଝାଡ଼ାବାନ୍ତିରେ ପଡିଥିବା କହୁଥିବା ବେଳେ ଗ୍ରାମବାସୀ ମୁଖ୍ୟତଃ ଏଠାକାର ଅସ୍ୱାସ୍ଥ୍ୟକର ପରିବେଶକୁ କାରଣ ଦର୍ଶାଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ... ଜନ୍ମଦିନ ଭୋଜିରୁ ବ୍ୟାପିଲା ଝାଡ଼ାବାନ୍ତି, ୫୦ରୁ ଊର୍ଦ୍ଧ୍ୱ ଲୋକ ଆକ୍ରାନ୍ତ

ଗାଁ ସାରା ନାଳନର୍ଦ୍ଦମା ଗୁଡ଼ିକ ପୁରିକି ରହିଛି । ଜଳ ନିଷ୍କାସନର କିଛି ସୁବନ୍ଦୋବସ୍ତ କରାଯାଇନାହିଁ । ସେପଟେ କେତେକ ସ୍ଥାନରେ ଡ୍ରେନ କଡ ଦେଇ ଯାଇଥିବା ପାଇପ ଲାଇନ ଗୁଡ଼ିକ ଭାଙ୍ଗିଯାଇ ତାହା ମଧ୍ୟରେ ନର୍ଦ୍ଦମାର ଦୂଷିତ ଜଳ ପ୍ରବେଶ କରି ଲୋକଙ୍କୁ ଡାଇରିଆ ହେଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ତେଣେ ସ୍ଵାସ୍ଥ୍ୟ ଟିମ ଗାଁରେ ପହଞ୍ଚି ଲୋକଙ୍କୁ ସଚେତନ କରିବା ସହ ଏହାର ପ୍ରକୃତ କାରଣ ସମ୍ପର୍କରେ ଅନୁସନ୍ଧାନ ଜାରି ରଖିଛି । ତେବେ କୋରେଇ ବ୍ଲକ ରାଧାନଗରପାଟଣା ଡାଇରିଆ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଗ୍ରାମବାସୀ ଏହାର ନିରାକରଣ ପାଇଁ ଦାବି କରିଛନ୍ତି l ସେହିଭଳି ଗତ 20 ଫେବୃଆରୀରେ ଢେଙ୍କାନାଳ ଜିଲ୍ଲା ଚିତଲପୁର ଗ୍ରାମରେ ୫୦ରୁ ଊର୍ଦ୍ଧ୍ବ ଜନ୍ମଦିନ ଭୋଜିଖାଇ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ । ଆକ୍ରାନ୍ତଙ୍କୁ ଅଞ୍ଚଳର ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.