ETV Bharat / state

ଆନ୍ଦୋଳନକୁ ଓହ୍ଲାଇଲେ ଢେଙ୍କାନାଳ ମହିଳା ମହାବିଦ୍ୟାଳୟ ଛାତ୍ରୀ, ପରୀକ୍ଷା ଘୁଞ୍ଚାଇବାକୁ ଦାବି - STUDENTS PROTEST

author img

By ETV Bharat Odisha Team

Published : Apr 26, 2024, 10:44 PM IST

students protest
students protest

Dhenkanal Womens College students protest: ପରୀକ୍ଷା ଘୁଞ୍ଚାଇବା ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ କରିଛନ୍ତି ଢେଙ୍କାନାଳ ମହିଳା ମହାବିଦ୍ୟାଳୟ ଛାତ୍ରୀ। ଅଧିକ ପଢ଼ନ୍ତୁ,

students protest

ଢେଙ୍କାନାଳ: ଆନ୍ଦୋଳନକୁ ଓହ୍ଲାଇଲେ କଲେଜ ଛାତ୍ରୀ । ରାଜ୍ୟରେ ବଢ଼ୁଛି ତାତି । ଅସହ୍ୟ ହେଉଛି ଗରମ । ସୂର୍ଯ୍ୟଙ୍କ ତାପରେ ଜଳୁଛି ସାରା ଓଡ଼ିଶା । ଦିନ ତ ଦିନ ସକାଳ ୮ଟାରୁ ଘରୁ ବାହାରିବା କଷ୍ଟକର ହୋଇପଡ଼ୁଛି । ଖରା ଦାଉରୁ ରକ୍ଷା ପାଇବା ପାଇଁ ପରୀକ୍ଷା ବାତିଲ ଦାବି କରିଛନ୍ତି ଢେଙ୍କାନାଳ ମହିଳା ମହାବିଦ୍ୟାଳୟ ଛାତ୍ରୀ । ପରୀକ୍ଷା ବାତିଲ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କଲେଜ ଛାତ୍ରୀ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଛି ।

ଢେଙ୍କାନାଳରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାବେଳେ ଗରମ ଓ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରି ଦେଉଛି । ପଦାକୁ ବାହାରିଲେ ତାତିରେ ମୁହଁହାତ ପୋଡି ଯାଉଛି l ସକାଳ 8ଟାରୁ ଅପରାହ୍ନ 5ଟା ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ଜାରିରହିଛି l ସଂନ୍ଧ୍ୟାପରେ ମଧ୍ୟ ଝାଞ୍ଜି ପବନ ସାଙ୍ଗକୁ ଗୁଳୁଗୁଳି ଲାଗି ରହୁଛି l ଦିନରେ ଅସହ୍ୟ ତାତି ଆଉ ରାତିରେ ଗୁଳୁଗୁଳିରେ ଲୋକମାନେ ସନ୍ତୁଳି ହୋଇଗଲେଣି l ଫଳରେ କଲେଜକୁ ଯାଉଥିବା ଛାତ୍ରଛାତ୍ରୀ ମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏ ପରିସ୍ଥିତିରେ ଢେଙ୍କାନାଳ ମହିଳା ମହାବିଦ୍ୟାୟରେ ଆଗାମୀ ୩୦ ତାରିଖରୁ ଯୁକ୍ତ ତିନି ଦ୍ୱିତୀୟ ବର୍ଷ ଛାତ୍ରୀଙ୍କ ପରୀକ୍ଷା ହେବାକୁ ଯାଉଛି । ଯାହାକୁ ନେଇ ବିରୋଧ କରିଛନ୍ତି କଲେଜ ଛାତ୍ରୀ । ପରୀକ୍ଷାକୁ ବାତିଲ କରିବା ଦାବିରେ ଆଜି ଢେଙ୍କାନାଳ ମହିଳା ମହାବିଦ୍ୟାଳୟର ଛାତ୍ରୀ ମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ..ରମାଦେବୀରେ ଛାତ୍ରୀଙ୍କ ବିକ୍ଷୋଭ, +୩ ଦ୍ବିତୀୟ ବର୍ଷର ପରୀକ୍ଷା ଘୁଞ୍ଚାଇବା ଦାବି - Ramadevi Students Protest

ଛାତ୍ରୀମାନେ ପ୍ରତିବାଦ କରିବାକୁ ଯାଇ ହାତରେ ପ୍ଲାକାର୍ଡ ଧରି କଲେଜ ଠାରୁ ଏକ ଶୋଭାଯାତ୍ରାରେ ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଛାତ୍ରୀ । ଏ ସମ୍ପର୍କରେ ଏକ ସ୍ମାରକପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରି ପରୀକ୍ଷା ବାତିଲ ପାଇଁ ଦାବି କରିଛନ୍ତି । ମହିଳା ମହାବିଦ୍ୟାଳୟ ଛାତ୍ରୀମାନେ ଗ୍ରୀଷ୍ମ ଛୁଟି ପରେ ସେମାନଙ୍କ ପରୀକ୍ଷା କରାଯାଉ ବୋଲି ଦାବି କରିଛନ୍ତି l ସେମାନେ କହିଛନ୍ତି ଯେ, ଅସହ୍ୟ ଖରା ଓ ଗୁଳୁଗୁଳିରେ ରାତିରେ ପାଠପଢି ହେଉ ନାହିଁ l ପ୍ରବଳ ଗରମରେ ବାରମ୍ବାର ବିଦ୍ୟୁତ କାଟ ଲାଗିରହୁଥିବାରୁ ଆମେମାନେ ସଠିକ ଭାବରେ ପାଠପଢ଼ି ପାରୁନାହୁଁ l କଲେଜ ପ୍ରିନସିପାଲଙ୍କୁ ଏ ସମ୍ପର୍କରେ ଅବଗତ କରାଇଥିଲେ ମଧ୍ୟ କେହି ଶୁଣି ନଥିଲେ l ଫଳରେ ଆଜି ବାଧ୍ୟହୋଇ ମୁଣ୍ଡ ଫଟା ଖରାରେ ଛାତ୍ରୀମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି l

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.