ETV Bharat / state

କେବେ ବିକାଶ ଦେଖିବ ସମାଡପଦର ? ଦିନେ ଜିଲ୍ଲାପାଳଙ୍କ ପାଇଁ ଚର୍ଚ୍ଚାରେ ଥିଲା, ଆଜି ସମସ୍ୟାରେ ଶଢୁଛି ! - Lack Of Development in Village

author img

By ETV Bharat Odisha Team

Published : Apr 9, 2024, 10:48 PM IST

ବିକାଶର ଅପହଞ୍ଚ ଦୂରତାରେ ସମାଡପଦର, ସମାଧାନ ବଦଳରେ ଶୁଖିଲା ପ୍ରତିଶୃତି
ବିକାଶର ଅପହଞ୍ଚ ଦୂରତାରେ ସମାଡପଦର, ସମାଧାନ ବଦଳରେ ଶୁଖିଲା ପ୍ରତିଶୃତି

Tribal Village Deprived Of Basic Amenities: ନୂଆପଡାର ସମାଡପଦରଗାଁରେ ରହିଛି ମୌଳିକ ସମସ୍ଯାର ଲମ୍ବା ତାଲିକା । ଗାଁକୁ ଖଣ୍ଡେ ପକ୍କା ରାସ୍ତା ନାହିଁ କି ପିଇବା ପାଇଁ ପାଣି ମଧ୍ୟ ମିଳିପାରୁନାହିଁ । ଜିଲ୍ଲାପାଳ ମାନଙ୍କ ଗସ୍ତ ପରେ ବି ବଦଳିନି ସ୍ଥିତି । ଅଧିକ ପଢନ୍ତୁ

ବିକାଶର ଅପହଞ୍ଚ ଦୂରତାରେ ସମାଡପଦର, ସମାଧାନ ବଦଳରେ ଶୁଖିଲା ପ୍ରତିଶୃତି

ନୂଆପଡା: ସ୍ବାଧୀନତାର ବହୁ ବର୍ଷ ପରେ ବି ଗାଁରେ ପଡିନି ବିକାଶର ପାଦଚିହ୍ନ । ନିର୍ବାଚନ ପରେ ନିର୍ବାଚନ ଯାଇଛି, ଜଣକ ପରେ ଜଣେ ସରକାରୀ ବାବୁଙ୍କ ବଦଳି ମଧ୍ୟ ହୋଇଛି । କିନ୍ତୁ ବଦଳି ପାରିନି ଆଦିବାସୀ ବହୁଳ ଗାଁର ଅବସ୍ଥା । ଗାଁକୁ ଖଣ୍ଡେ ପକ୍କା ରାସ୍ତା ନାହିଁ କି ପିଇବା ପାଇଁ ପାଣି ମଧ୍ୟ ମିଳିପାରୁନାହିଁ । । ଏଭଳି ଅବହେଳିତ ଗାଁ ହେଉଛି ନୂଆପଡାର ସମାଡପଦର ଗାଁ । ଏହି ଗାଁଟି ଜିଲ୍ଲାରର ସଦର ମହକୁମା ଠାରୁ 85 କିଲୋମିଟର ଦୁରତାରେ ଅବସ୍ଥିତ । ଏହାର ଅନୁନ୍ନତ ଅବସ୍ଥା ପାଇଁ ଏହାକୁ ନୂଆପଡାର ନଗଡା ମଧ୍ୟ କୁହାଯାଏ ।

ଗାଁଲୋକେ ଦୀର୍ଘବର୍ଷ ଧରି ପାଣି ପାଇଁ ସଂଘର୍ଷ କରିଆସୁଥିବା ବେଳେ,ଗତ ଗୋଟିଏ ବର୍ଷହେବ ସେନିଟସନ କୂପ ଜରିଆରେ ଗାଁଲୋକଙ୍କୁ ଜଳ ଯୋଗାଣ ବ୍ୟବସ୍ଥା କରିଛନ୍ତି ସରକାର । ହେଲେ ଏହିଯୋଜନା ମଧ୍ୟ ଫେଲ ମାରିଛି । ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ରେ ସେନିଟସନ କୂପ ଜଳସ୍ତର ହ୍ରାସ ପାଉଥିବା କାରଣରୁ ଗାଁଲୋକଙ୍କୁ ଆବଶ୍ୟକୀୟ ଜଳ ମିଳି ପାରୁନାହିଁ । ସେହିଭଳି ଗମନାଗମନ ପାଇଁ ଗାଁକୁ ଦାଉ ସାଜିଛି ଡାଇବ ଦୁର୍ଗମ ଘାଟି ରାସ୍ତା ଅତିକ୍ରମକରି ଯାତାୟତ କରୁଛନ୍ତି ଲୋକେ । ଖଣ୍ଡିଏ ପକ୍କା ରାସ୍ତା ଏହି ଗାଁପାଇଁ ସାତସପନ ପାଳଟିଛି । କେବଳ ଅଷ୍ଟମ ଯାଏଁ ଶ୍ରେଣୀ ଥିବାରୁ ଗାଁ ପିଲା ଙ୍କ ପାଠ ପଢାରେ ଡୋରୀ ବାନ୍ଧିଯାଇଛି । ଏପରିକି କିଛି ପିଲା ଦୁର୍ଗମ ପାଦାଚଳା ରାସ୍ତା ଅତିକ୍ରମକରି ନିକଟସ୍ଥ ରାଣୀମୁଣ୍ଡା ,ଡୁଆଝର ବିଦ୍ୟାଳୟ ରେ ପାଠ ପଢ଼ିବା ପାଇଁ ସଂଘର୍ଷ କରୁଛନ୍ତି ।

ଏହା ମଧ୍ୟ ପଢନ୍ତୁ ...୩୧ ବର୍ଷରେ କେନ୍ଦ୍ରାପଡା ଜିଲ୍ଲା, ମାତ୍ର ଜିଲ୍ଲାରେ ହୋଇନି ଆଶାନୁରୂପକ ବିକାଶ - Kendrapara District Foundation Day

ଅତୀତରେ ବିଭିନ୍ନ ଗଣମାଧ୍ୟମ ଜରିଆରେ ସମାଡପଦର ଗାଁର ସମସ୍ୟା ଲୋକଲୋଚନକୁ ଆସିଥିଲା । ଯାହା ପରେ ତତ୍କାଳୀନ ଜିଲ୍ଲାପାଳ ଜୟକୁମାର ଭି,ପୋମା ଟୁଡୁ,ସାଦ୍ଦିକ ଆଲାମ ଭଳି ଏକାଧିକ ଜିଲ୍ଲାପାଳଙ୍କ ସୁଅ ଛୁଟିଥିଲା ସମାଡ଼ପଦର ଗାଁକୁ । ଗାଁରେ ଆବଶ୍ୟକୀୟ ପକ୍କା ରାସ୍ତା,ବିଶୁଦ୍ଧ ପାନୀୟ ଜଳ, ହାଇସ୍କୁଲ ପ୍ରତିଷ୍ଠା, ଗାଁଲୋକଙ୍କୁ ରୋଜଗାର ଯୋଗାଇ ଦେବାକୁ ପ୍ରତିଶୃତି ଦେଇଥିଲେ ଜିଲ୍ଲାପାଳ ମାନେ । ଦୁର୍ଗମ ପାଦାଚଳା ରାସ୍ତା ଅତିକ୍ରମକରି ସମାଡ଼ପଦର ଗାଁରେ ପହଞ୍ଚିଥିବା ରୁ ତତ୍କାଳୀନ ଜିଲ୍ଲାପାଳ ପୋମା ଟୁଡୁ ଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ କରି ଧନ୍ୟବାଦ ଅର୍ପଣ କରିଥିଲେ ।

ପରବର୍ତ୍ତୀ ସମୟରେ ଜିଲ୍ଲାପାଳ ପୋମା ଟୁଡୁ ଙ୍କୁ ଦେଶର ସର୍ବଶ୍ରେଷ୍ଠ ଜିଲ୍ଲାପାଳ ଭାବରେ ପୁରସ୍କୃତ କରାଯାଇଥିଲା । ହେଲେ ସମାଡପଦର ଗାଁର ଅବସ୍ଥାରେ ତିଳେ ହେଲେ ପରିବର୍ତ୍ତନ ହୋଇ ପାରିନାହିଁ । ପାଣି ପାଇଁ ହନ୍ତ ସନ୍ତ ହେଉଥିବା ଲୋକ ମାନେ ଏବେ ଚୁଆ ଓ ଚହଲା ଉପରେ ନିର୍ଭର କରୁଛନ୍ତି । ସେହିଭଳି ସେନିଟସନ କୂପ ପାଣି ସୁଖୀ ଯାଉଥିବା ଗାଁ ପାଣି ସପ୍ଲାୟର ଭୁଜବଲ ମାଝୀ ସ୍ବୀକାର କରିଛନ୍ତି । ତେବେ ସରକାର ବିକାଶର କଥା କହୁଥିବା ବେଳେ କେବେ ଏ ଗାଁ ପ୍ରତି ଶୁଭଦୃଷ୍ଟି ଦେବେ ତାହାକୁ ଅପେକ୍ଷା ।

ଇଟିଭି ଭାରତ, ନୂଆପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.