ETV Bharat / state

ମିଳିଲାନି ମହାପ୍ରୟାଣ ଗାଡି, ଟ୍ରଲିରେ ବୁହାହେଲା ବୃଦ୍ଧାଙ୍କ ମୃତଦେହ - body carried on trolley

author img

By ETV Bharat Odisha Team

Published : Mar 27, 2024, 12:59 PM IST

Updated : Mar 27, 2024, 2:05 PM IST

Etv Bharat
Etv Bharat

Body carried on trolley: ହସ୍ପିଟାଲରେ ମିଳିଲାନି ମହାପ୍ରୟାଣ ଗାଡି । ଟ୍ରଲିରେ ବୃଦ୍ଧା ମାଆର ମୃତଦେହ ବୋହିନେଲା ପୁଅ । ଅଧିକ ପଢନ୍ତୁ

ମିଳିଲାନି ମହାପ୍ରୟାଣ ଗାଡି, ଟ୍ରଲିରେ ବୁହାହେଲା ବୃଦ୍ଧାଙ୍କ ମୃତଦେହ

କଟକ: ହସ୍ପିଟାଲରୁ ମାଆର ମୃତଦେହ ନେବାକୁ ମିଳିଲାନି ମହାପ୍ରୟାଣ ଗାଡି । ଟ୍ରଲିରେ ବୁହାହେଲା ମୃତଦେହ । ବୃଦ୍ଧା ମାଆର ନିସ୍ତେଜ ଶରୀରକୁ ଟ୍ରଲିରେ ଲଦି ୪ କିଲୋମିଟର ବୋହିନେଲା ଗରୀବ ପୁଅ । ଏହି ଚିତ୍ର କୌଣସି ଉପାନ୍ତ ଇଲାକାର ନୁହେଁ, ବରଂ କଟକ ଜିଲ୍ଲା ବାଙ୍କୀ ଅଞ୍ଚଳର । ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟରୁ ମୃତଦେହକୁ ଏପରି ଭାବେ ଟ୍ରଲିରେ ବୋହି ବୋହି ନିଆଯାଇଥିବା ଜଣାପଡିଛି । ମୃତଦେହ ନେବାକୁ ସରକାରଙ୍କ ମହାପ୍ରୟାଣ ଗାଡି ବ୍ୟବସ୍ଥା ଥିଲେ ହେଁ ମୃତଦେହ ଏମିତି ଟ୍ରଲିରେ ବୁହାହେବା ଦୃଶ୍ୟ ଜନମାନସକୁ ଆନ୍ଦୋଳିତ କରିଛି ।

ସୂଚନା ଥାଉକି, ହରିରାଜପୁର ପଞ୍ଚାୟତ ମୀନାବଜାର ଅଞ୍ଚଳର ବୀର ଭୋଇଙ୍କ ସ୍ତ୍ରୀ ଭାବିନି ଭୋଇ ଅସୁସ୍ଥ ହୋଇ କିଛି ଦିନ ହେଲା ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲେ । ଆଜି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ହେଲେ ଗାଁକୁ ବୃଦ୍ଧାଙ୍କ ମୃତଦେହ ନେବା ପାଇଁ ଉପଖଣ୍ଡ ଚିକିତ୍ସାଳୟରେ କୌଣସି ସୁବିଧା ମିଳିନଥିଲା । ସେପଟେ ପାଖରେ ଟଙ୍କା ନଥିବାରୁ ବାହାରୁ ଗାଡି ଭଡା କରି ମାଆର ମୃତଦେହ ନେବାକୁ ପୁଅ ଭରତ ଭୋଇଙ୍କ ପକ୍ଷେ ମଧ୍ୟ ସମ୍ଭବ ନଥିଲା । ତେଣୁ ସେ ବାଧ୍ୟ ହୋଇ ଟ୍ରଲିରେ ମାଆର ମୃତଦେହ ଲଦି ଗାଁକୁ ବାହାରି ଥିଲେ ।

ଦୀର୍ଘ ୪ କିଲୋମିଟର ଟ୍ରଲିରେ ମୃତଦେହ ବୋହି ବୋହି ନେଇଥିଲେ । ସେ ଟ୍ରଲିରେ ମାଆ ମୃତଦେହ ନେଉଥିବାର ଦୟନୀୟ ଦୃଶ୍ୟ ସେହି ରାସ୍ତା ଦେଇ ଯାଉଥିବା ଲୋକଙ୍କ ହୃଦୟକୁ ଆନ୍ଦୋଳିତ କରିଥିଲା । ଏହି ସମୟରେ କେହି ଜଣେ ନିଜ ମୋବାଇଲରେ ଏହି ଦୃଶ୍ୟ ରେକର୍ଡ କରିଥିଲେ । ତେବେ ହସ୍ପିଟାଲରୁ ମୃତଦେହ ନେବା ପାଇଁ ସରକାର ମହାପ୍ରୟାଣ ଗାଡି ବ୍ୟବସ୍ଥା କରିଛନ୍ତି । କିନ୍ତୁ ଅନେକ ସମୟରେ ଗରୀବ ଲୋକଙ୍କ ପାଖରେ ଏହି ସୁବିଧା ନମିଳିବା ଯୋଗୁଁ ଟ୍ରଲିରେ ଓ ବାଇକରେ ମୃତଦେହ ବୁହାହେବା ଭଳି କରୁଣ ଦୃଶ୍ୟ ସାମ୍ନାକୁ ଆସୁଛି । କଟକ ବାଙ୍କୀ ଅଞ୍ଚଳରେ ଏହି ଘଟଣାକୁ ବୁଦ୍ଧିଜୀବୀ ମହଲରେ ନିନ୍ଦା କରାଯାଇଛି । ଏଥିସହ ସମ୍ପୃକ୍ତ ମେଡିକାଲ କର୍ତ୍ତୃପକ୍ଷଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି ।

ଏହା ମଧ୍ୟ ପଢନ୍ତୁ: ମିଳିଲାନି ମହାପ୍ରୟାଣ ଗାଡି, ସ୍ତ୍ରୀର ମୃତଦେହକୁ ଟ୍ରଲିରେ ବୋହିଲା ସ୍ବାମୀ

ଏହା ମଧ୍ୟ ପଢନ୍ତୁ: ଝିଅ ଅଜାତିରେ ବାହାହେବାରୁ ମାଆକୁ ମିଳିଲାନି ଚାରିକାନ୍ଧ, ଟ୍ରଲିରେ ବୁହାହେଲା ମୃତଦେହ

ଇଟିଭି ଭାରତ, କଟକ

Last Updated :Mar 27, 2024, 2:05 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.