ETV Bharat / state

କ୍ରିକେଟ ମ୍ୟାଚରେ ଦର୍ଶକଙ୍କୁ ଆକର୍ଷିତ କରୁଛି ଅମ୍ପାୟାରଙ୍କ ନୃତ୍ୟ ଶୈଳୀ, ଅମ୍ପାୟାରଙ୍କୁ ଦେଖିବା ପାଇଁ ଜମୁଛି ଭିଡ଼

author img

By ETV Bharat Odisha Team

Published : Mar 20, 2024, 5:09 PM IST

Updated : Mar 20, 2024, 9:51 PM IST

Dancing Umpire of Ganjam: କ୍ରିକେଟ ମ୍ୟାଚରେ ଦର୍ଶକଙ୍କୁ ଆକର୍ଷିତ କରୁଛି ଅମ୍ପାୟାରଙ୍କ ଭିନ୍ନ ଭିନ୍ନ ଶୈଳୀର ନୃତ୍ୟ । ତେବେ ଏହି ଅଜବ ଅମ୍ପାୟାର ଜଣକ ହେଲେ ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଳକର ମହୁପଦର ଗ୍ରାମର ଲିପୁନୁ ବିଷୋୟୀ । ଅଧିକ ପଢ଼ନ୍ତୁ,

ଅମ୍ପାୟାରଙ୍କୁ ଦେଖିବା ପାଇଁ ଜମୁଛି ଭିଡ଼
ଅମ୍ପାୟାରଙ୍କୁ ଦେଖିବା ପାଇଁ ଜମୁଛି ଭିଡ଼

ଅମ୍ପାୟାରଙ୍କୁ ଦେଖିବା ପାଇଁ ଜମୁଛି ଭିଡ଼

ବ୍ରହ୍ମପୁର: କ୍ରିକେଟ ମ୍ୟାଚରେ ଦର୍ଶକଙ୍କୁ ଆକର୍ଷିତ କରୁଛି ଅମ୍ପାୟାରଙ୍କ ଭିନ୍ନ ଭିନ୍ନ ଶୈଳୀର ନୃତ୍ୟ । ତେବେ ଏହି ଅଜବ ଅମ୍ପାୟାର ଜଣକ ହେଲେ ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଳକର ମହୁପଦର ଗ୍ରାମର ମିଥୁନ ବିଷୋୟୀ। ସେ ଜିଲ୍ଲାରେ ହଏଉ ଅବା ପୋଡଶୀ ଜିଲ୍ଲାରେ, ଯେଉଁଠାରେ କ୍ରିକେଟ୍ ମ୍ୟାଚ୍ ହୋଇଥାଏ ସେହି ସ୍ଥାନରେ ଲିପୁନୁ ପହଞ୍ଚି ଯାଇଥାନ୍ତି । ମ୍ୟାଚ ଚାଲିଥିବା ସମୟରେ କୈାଣସି ଚୈକା କି ଛକା ବାଜିଲେ କ୍ରିକେଟ ଫିଲ୍ଡ ମଧ୍ୟରେ ମ୍ୟୁଜିକ ବାଜିବା ମାତ୍ରେ ଆରମ୍ଭ ହୋଇଯାଏ ତାଙ୍କର ନୃତ୍ୟ। ଯାହାରକୁ ଦେଖି ଉଭୟ ଖେଳାଳୀ ଏବଂ ଦର୍ଶକ ମଜା ନେଇଥାନ୍ତି । ଯାହାର ଭିଡ଼ିଓ ମଧ୍ୟ ସୋସିଆଲ ମିଡ଼ିଆରେ ଦେଖିବାକୁ ମିଳୁଛି ।

ଗତ କିଛି ବର୍ଷ ଧରି ଏଭଳି ଅମ୍ପାୟାରିଙ୍ଗ କରି ଆସୁଛନ୍ତି ମିଥୁନ ବିଷୋୟୀ। ଯାହାକୁ ଦେଖି ଖେଳ ପଡିଆ ମଧ୍ୟରେ ରହିଥିବା ଖେଳାଳି ଏବଂ ବାହାରେ ଏହାକୁ ଦେଖୁଥିବା ଦର୍ଶକ ମାନେ ବେଶ ଖୁସି ହୋଇଥାନ୍ତି। ସେପଟେ ମ୍ୟାଚରେ ୱିକେଟ ପଡିବା ମାତ୍ରେ ବ୍ୟାଟ୍ସମ୍ୟାନ୍ ପରିବର୍ତ୍ତନ ସମୟରେ ଗୋଟିଏ ଖେଳାଳିଙ୍କୁ ନେଇ ପଡିଆ ବାହାରକୁ ଛାଡ଼ିବା ଏବଂ ଅନ୍ୟ ଜଣଙ୍କୁ ଖେଳ ପଡ଼ିଆ ମଧ୍ୟକୁ ନିମନ୍ତ୍ରଣ କରିବା ସମୟରେ ମଧ୍ୟ ମିଥୁନ ଅମ୍ପାୟାରଙ୍କ ନୃତ୍ୟରେ ବେଶ କୈତୁହଳ ରହିଥାଏ । ଏଭଳି ଅନେକ ମ୍ୟାଚରେ ଅମ୍ପାୟାରଙ୍କ ଭିନ୍ନ ଭିନ୍ନ ଶୈଳୀର ନୃତ୍ୟ ପ୍ରଦର୍ଶନ କରି ମିଥୁନ ବର୍ତ୍ତମାନ ସାରା ଜିଲ୍ଲାରେ ବେଶ ପରିଚିତ ହୋଇଯାଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ.... ମହିଳା ପ୍ରିମିୟର ଲିଗ: ଟ୍ରଫି ହାତେଇଲା RCB, 8 ୱିକେଟରେ ଦିଲ୍ଲୀ କ୍ୟାପିଟାଲ୍ସ ପରାସ୍ତ

ବ୍ରହ୍ମପୁର ସହରର ମାଣ୍ଡିଆପଲ୍ଲୀ ଖେଳ ପଡିଆରେ ଚାଲିଥିବା କ୍ରିକେଟ ମ୍ୟାଚରେ ଅମ୍ପାୟାରକୁ ଦେଖିବା ପାଇଁ ଭିଡ଼ ଜମିଥିଲା । ମ୍ୟାଚରେ ଚୌକା ଓ ଛକା ବାଜିବା ସମୟରେ ଗୀତର ତାଳେ ତାଳେ ଡ୍ୟାନ୍ସିଙ୍ଗ୍ ଅମ୍ପାୟାର ନୃତ୍ୟ ଅତ୍ୟନ୍ତ ଆକର୍ଷଣୀୟ ରହିଥିଲା । ଗତ କିଛି ମାସ ଧରି ବେଶ ପରିଚିତ ହୋଇସାରିଥିବା ଏହି ଅମ୍ପାୟାର ଜଣଙ୍କୁ ସମସ୍ତେ ଖୋଜୁଥିବା ବେଳେ ସେ ପହଞ୍ଚିବା ମାତ୍ରେ ତାଙ୍କର ନୃତ୍ୟ ସହ ଅମ୍ପାୟାରିଙ୍ଗ୍ ଦେଖିବା ପାଇଁ ଲୋକଙ୍କ ଭିଡ଼ ମଧ୍ୟ ରହିଥାଏ । ଏ ନେଇ ମିଥୁନ କହନ୍ତି ‘‘ପ୍ରଥମେ ସେ ନିଜ ଗ୍ରାମରେ ହେଉଥିବା ଏକ ମ୍ୟାଚରେ ପ୍ରଥମେ ଏଭଳି ନାଚ କରି ଅମ୍ପାୟାରିଙ୍ଗ୍ କରିବାକୁ ଅନୁରୋଧ କରିଥିଲେ । ଏହାପରେ ଆରମ୍ଭ ହୋଇଥିବା ଏଭଳି ଭିନ୍ନ ଭିନ୍ନ ଶୈଳୀର ନୃତ୍ୟ ସହିତ ଅମ୍ପାୟାରିଙ୍କ ଜାରି ରହିଛନ୍ତି।’’ ଏହିଭଳି ଅଜବ ତରିକାରେ ମିଥୁନ ଅମ୍ପାୟାରିଙ୍ଗ୍ କରୁଥିବାରୁ ଖେଳ ପରିବର୍ତ୍ତେ ତାଙ୍କୁ ଦେଖିବା ପାଇଁ ଅଧିକ ଭିଡ଼ ଜମା ହୋଇଥାଏ ।

ଇଟିଭି ଭାରତ, ବ୍ରହ୍ମପୁର

Last Updated : Mar 20, 2024, 9:51 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.