ETV Bharat / state

BJP କ୍ୟାମ୍ପରେ ଭେଟେରାନ BJD ନେତା ଭର୍ତ୍ତୃହରି ଏବଂ ସିଦ୍ଧାନ୍ତ, ପଦ୍ମ ଧରିଲେ ପଦ୍ମଶ୍ରୀ ଦମୟନ୍ତୀ - BHARTRUHARI SIDHANT JOIN BJP

author img

By ETV Bharat Odisha Team

Published : Mar 28, 2024, 3:23 PM IST

Updated : Mar 28, 2024, 9:56 PM IST

Bhartruhari Mahtab join BJP: ଭର୍ତ୍ତୃହରି ମହତାବ, ସିଦ୍ଧାନ୍ତ ମହାପାତ୍ର ଓ ବଶିଷ୍ଟ ଭାଷା ଗବେଷିକା ଦମୟନ୍ତ୍ରୀ ବେଶ୍ରା ଧରିଲେ ପଦ୍ମ । ଅଧିକ ପଢନ୍ତୁ

BJP ରେ ମିଶିଲେ ଭର୍ତ୍ତୃହରି, ସିଧାନ୍ତ ଓ ଦମୟନ୍ତ୍ରୀ ବେଶ୍ରା
BJP ରେ ମିଶିଲେ ଭର୍ତ୍ତୃହରି, ସିଧାନ୍ତ ଓ ଦମୟନ୍ତ୍ରୀ ବେଶ୍ରା

BJP କ୍ୟାମ୍ପରେ ଭେଟେରାନ BJD ନେତା ଭର୍ତ୍ତୃହରି ଏବଂ ସିଦ୍ଧାନ୍ତ, ପଦ୍ମ ଧରିଲେ ପଦ୍ମଶ୍ରୀ ଦମୟନ୍ତୀ

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟିରେ ସାମିଲ ହେଲେ ବିଜେଡିର ଦୁଇ ପୂର୍ବତନ ସାଂସଦ ଭର୍ତ୍ତୃହରି ମହତାବ ଓ ସିଦ୍ଧାନ୍ତ ମହାପାତ୍ର । ଏମାନଙ୍କ ସହ ବିଶିଷ୍ଟ ଭାଷା ଗବେଷିକା ପଦ୍ମଶ୍ରୀ ଦମୟନ୍ତୀ ବେଶ୍ରା ମଧ୍ୟ ପଦ୍ମ ଧରିଛନ୍ତି । ଦିଲ୍ଲୀ ମୁଖ୍ୟାଳୟରେ ଏମାନେ ଆଜି ବିଧିବଦ୍ଧ ଭାବେ ଦଳରେ ସାମିଲ ହୋଇଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ଜାତୀୟ ସାଧାରଣ ସମ୍ପାଦକ ବିନୋଦ ତାଓ୍ବଡେ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଓ ରାଜ୍ୟ ସଭାପତି ମନମୋହନ ସାମଲ ପ୍ରମୁଖ ଏମାନଙ୍କୁ ଦଳୀୟ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ସହ ଦଳକୁ ସ୍ବାଗତ କରିଛନ୍ତି ।

ଭର୍ତ୍ତୃହରି ମହତାବ

କଟକ ସଂସଦୀୟ ଆସନରୁ ବିଜେଡି ଟିକେଟରେ 6 ଥର ନିର୍ବାଚିତ ହୋଇଥିବା ବରିଷ୍ଠ ରାଜନେତା ଭର୍ତ୍ତୃହରି ମହତାବ ଚଳିତ 22 ତାରିଖରେ ଦଳରୁ ଇସ୍ତଫା ଦେଇଥିଲେ । ଇସ୍ତଫା ପରେ ସେ ପ୍ରେସମିଟ କରି ବିଜେଡି ଉପରେ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଥିଲେ । ନିଜ ନିର୍ବାଚନ ମଣ୍ଡଳୀର ଜନତାଙ୍କ ପରାମର୍ଶକ୍ରମେ ପରବର୍ତ୍ତୀ ନିଷ୍ପତ୍ତି ନେବେ ବୋଲି କହିଥିଲେ ଭର୍ତ୍ତୃହରି । ସେବେଠାରୁ ସେ ବିଜେପିରେ ମିଶିବା ଚର୍ଚ୍ଚା ସହ ଓ ପରୋକ୍ଷ ସଙ୍କେତ ମଧ୍ୟ ମିଳିସାରିଥିଲା । ପୂର୍ବରୁ ବିଜେପି ମଧ୍ୟ ରାଜ୍ୟରେ 18 ଲୋକସଭା ଆସନରେ ସାଂସଦ ପ୍ରାର୍ଥୀ ଘୋଷଣା କରିସାରିଥିଲେ ସୁଦ୍ଧା କଟକ ସମେତ 3 ଆସନରେ ଏବେ ମଧ୍ୟ ପ୍ରାର୍ଥୀ ଘୋଷଣା ବାକି ଅଛି । ତେଣୁ ଚଳିତଥର ଭର୍ତ୍ତୃହରି ନିଜ ପାରମ୍ପରିକ ଆସନ କଟକରୁ ବିଜେପି ଚିକେଟରେ ଲଢିବା ମଧ୍ୟ ସ୍ପଷ୍ଟ ଅନୁମେୟ ।

ସିଦ୍ଧାନ୍ତ ମହାପାତ୍ର

ସେହିପରି ଆଜି ପଦ୍ମ ଧରିଥିବା ଅନ୍ୟତମ ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର ମଧ୍ୟ ବ୍ରହ୍ମପୁର ଲୋକସଭା ଆସନରୁ ବିଜେଡି ଟିକେଟରେ 2009 ଓ 2014 ରେ ଦୁଇଥର ନିର୍ବାଚିତ ହୋଇଥିଲେ । ଦଳ ତାଙ୍କୁ 2019ରେ ଟିକେଟ ନଦେଇ ଚନ୍ଦ୍ରଶେଖର ସାହୁଙ୍କୁ ପ୍ରାର୍ଥୀ କରିଥିଲା । ଏବେ ସେ ବିଜେପିରେ ସାମିଲ ହେବା ପରେ ବିଧାୟକ ଭାବେ ନିର୍ବାଚନ ଲଢିପାରନ୍ତି । କାରଣ ଏହି ଆସନରେ ଦଳ ସାଂସଦ ପ୍ରାର୍ଥୀ ଘୋଷଣା କରିସାରିଛି । ବିଜେଡିରୁ ବହିଷ୍କୃତ ପ୍ରଦୀପ ପାଣିଗ୍ରାହୀ ଏବେ ଏହି ଆସନରୁ ସାଂସଦ ପ୍ରାର୍ଥୀ ଭାବେ ବିଜେପି ଟିକେଟରେ ଲଢିବେ ।

ଏହା ମଧ୍ୟ ପଢନ୍ତୁ :- ସିଜେଆଇକୁ ଚିଠି ଲେଖିଲେ 600 ଆଇନଜୀବୀ, ଏହା ଥିଲା ମୁଖ୍ୟ କାରଣ - Lawyers Letter To CJI

ଦମୟନ୍ତୀ ବେଶ୍ରା

ବଶିଷ୍ଟ ଭାଷା ଗବେଷିକା ଓ ଲେଖିକା ଦମୟନ୍ତୀ ବେଶ୍ରାଙ୍କର ସାନ୍ତାଳୀ ଭାଷାରେ ପାଣ୍ଡିତ୍ୟ ରହିଛି । ସାହିତ୍ୟ ସାଧାନା ପାଇଁ ସେ ୨୦୦୯ ମସିହାରେ ‘କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର’ ଓ 2020 ରେ ସମ୍ମାନଜନକ ‘ପଦ୍ମଶ୍ରୀ’ ସମ୍ମାନରେ ମଧ୍ୟ ସାମ୍ମାନିତ ହୋଇସାରିଛନ୍ତି । ସେ ସାନ୍ତାଳୀ ଭାଷାରେ ପ୍ରାୟ ୨୦ଟି ଓ ଓଡ଼ିଆ ଭାଷାରେ ୮ଟି ପୁସ୍ତକ ରଚନା କରିଛନ୍ତି । ସେ ମଧ୍ୟ ଚଳିତଥର ବିଧାନସଭା ନିର୍ବାଚନରେ ପ୍ରାର୍ଥୀ ହୋଇପାରନ୍ତି । ବିଜେପି ଖୁବଶୀଘ୍ର ରାଜ୍ୟରେ 3 ଲୋକସଭା ଆସନ ସହ ସମସ୍ତ ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Mar 28, 2024, 9:56 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.