ETV Bharat / state

ନିର୍ବାଚନ ପୂର୍ବରୁ ନିଶା ବ୍ୟବସାୟୀଙ୍କ ଉପରେ ପୋଲିସ ପ୍ରହାର, ୨୬ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ

author img

By ETV Bharat Odisha Team

Published : Mar 12, 2024, 11:11 PM IST

ବ୍ରାଉନ ସୁଗାର ଜବତ
ବ୍ରାଉନ ସୁଗାର ଜବତ

Brown Sugar Seized From Cuttack: କଟକରୁ ୨୬ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ କଲା ଚାଉଳିଆଗଞ୍ଜ ପୋଲିସ । 2 ଗିରଫ । ଅଧିକ ପଢନ୍ତୁ

ବ୍ରାଉନ ସୁଗାର ଜବତ

କଟକ: ନିର୍ବାଚନ ପୂର୍ବରୁ ଆକ୍ସନ ମୋଡରେ କଟକ ପୋଲିସ । ବିଭିନ୍ନ ସ୍ଥାନରେ ଚଢାଉ କରି ଅପରାଧୀଙ୍କୁ ସାବାଡ଼ କରୁଛି । ମୁର୍ସିଦାବାଦରୁ ବ୍ରାଉନ ସୁଗାର ଆଣି ଭୁବନେଶ୍ୱର ଖୋର୍ଦ୍ଧାରେ ବିକ୍ରି କରିଵା ପାଇଁ ଯୋଜନା କରୁଥିଲେ ବେପାରୀ । ମାଡି ବସିଲା ଚାଉଳିଆଗଞ୍ଜ ପୋଲିସ । ସୋମବାର ବନ୍ଧୁକ ବ୍ୟବସାୟୀଙ୍କୁ ଗିରଫ କରାଯାଇଥିବା ବେଳେ ଆଜି ପୁଣି ଆନ୍ତଃରାଜ୍ୟ ବ୍ରାଉନସୁଗାର ବେପାରୀଙ୍କୁ ବାନ୍ଧିଛି ପୋଲିସ । ପଶ୍ଚିମବଙ୍ଗର ଦୁଇ ବ୍ୟବସ୍ୟାୟୀଙ୍କୁ ଗିରଫ କରିଛି ଚାଉଳିଆଗଞ୍ଜ ଥାନା ପୋଲିସ । ଏହାସହ ସେମାନଙ୍କ ଠାରୁ 257 ଗ୍ରାମର ବ୍ରାଉନସୁଗାର ମଧ୍ୟ ଜବତ କରାଯାଇଛି । ନିର୍ବାଚନ ପୂର୍ବରୁ ଅପରାଧୀମାନେ ଯେପରି କୌଣସି ଅଘଟଣ ନଘଟାନ୍ତି, ସେଥିପାଇଁ ପୋଲିସ ପକ୍ଷରୁ ଯଥେଷ୍ଟ ପଦକ୍ଷେପ ନିଆଯାଉଛି ।

ବନ୍ଧୁକ ବେପାର, ଲୁଟ୍ ହେଉ କିମ୍ବା ନିଶା ବ୍ୟବସାୟ ସବୁ ବିଷୟ ଉପରେ ନଜର ରଖିଛି ପୋଲିସ । କହିବାକୁ ଗଲେ କମିଶନରେଟ ପୋଲିସ କବଜାରେ ଏବେ ଅପରାଧୀ । ତେବେ ଦୁଇଜଣ ଆନ୍ତଃରାଜ୍ୟ ବ୍ରାଉନସୁଗାର ବେପାରୀ ଗିରଫ ହୋଇଥିବା ବେଳେ ସେମାନଙ୍କ ଠାରୁ ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ପ୍ରାୟ 26 ଲକ୍ଷ ଟଙ୍କାରୁ ଅଧିକ ହେବା ନେଇ ପୋଲିସ ପକ୍ଷରୁ ଆକଳନ କରାଯାଉଛି । ଏହା ସହିତ ସେମାନଙ୍କ ଠାରୁ ନଗଦ ଦୁଇ ଲକ୍ଷ ଟଙ୍କା ସହ ଗୋଟିଏ ସ୍କର୍ପିଓ ଗାଡି ମଧ୍ୟ ଜବତ କରିଛି ପୋଲିସ ।

ଏହା ମଧ୍ୟ ପଢନ୍ତୁ: ସିଲଭରସିଟିରୁ 10 ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ବ୍ରାଉନସୁଗାର ଜବତ: 2 ବ୍ୟବସାୟୀ ଗିରଫ

ଗିରଫ ହୋଇଥିବା ଅଭିଯୁକ୍ତ ଦୁଇଜଣ ହେଉଛନ୍ତି ମୁର୍ସିଦାବାଦର ଇଶ୍ୱର ମାହାରା ଓ ବୁଧୁ ରାୟ । ଏହି ଦୁଇ ନିଶା ବେପାରୀ ମୁର୍ସିଦାବାଦରୁ ବ୍ରାଉନ ସୁଗାର ଆଣି ଭୁବନେଶ୍ୱର ଓ ଖୋର୍ଦ୍ଧାରେ ବିକ୍ରି କରିଵା ପାଇଁ ଯୋଜନା କରୁଥିଲେ । ଚାଉଳିଆଗଞ୍ଜ ଥାନା ପୋଲିସ ଓ ପୋଲିସର ସ୍ପେଶାଲ ସ୍କ୍ୱାର୍ଡ ଖବର ପାଇ ଆଜି ଭୋରରୁ କଟକ କାଳିଆବୋଦା ନିକଟରେ ଛକି ରହିଥିଲା । ଗାଡି ଅଟକାଇ ଯାଞ୍ଚ କରିବା ପରେ ସେମାନଙ୍କ ନିକଟରୁ 26 ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କରାଯାଇଛି ବୋଲି ସୂଚନା ଦେଇଛି ପୋଲିସ । ସେହିପରି ଏହି ବ୍ରାଉନସୁଗାର କେଉଁଆଡକୁ ଯାଉଥିଲା ତାହାର ବି ତଦନ୍ତ କରୁଛି ପୋଲିସ । ଏନେଇ କଟକ ଅତିରିକ୍ତ ଡିସିପି ଅନୀଲ ମିଶ୍ର କହିଛନ୍ତି, "ଆମେ ଆଜି ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛୁ । ଯଦି ଆବଶ୍ୟକ ପଡ଼େ, ଆମେ ରିମାଣ୍ଡରେ ଆଣି ପଚରାଉଚରା କରିବୁ । ଆଗାମୀ ନିର୍ବାଚନ ପର୍ଯ୍ୟନ୍ତ ଆମର ଯାଞ୍ଚ ରହିବ ।"

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.