ETV Bharat / state

ଆୟକର ବିଭାଗ ଲଗାଇ ଦଳକୁ ବଦନାମ ପାଇଁ ଷଡ଼ଯନ୍ତ୍ର କରୁଛି ବିଜେପି: କଂଗ୍ରେସ - Congress press meet

author img

By ETV Bharat Odisha Team

Published : Apr 1, 2024, 3:19 PM IST

Congress press meet
Congress press meet

Congress targets BJP: ବିଜେପି ବିରୋଧରେ ଅନୁଗୋଳ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ । ଇଲେକ୍ଟ୍ରୋରାଲ ବଣ୍ଡ ନେଇ ବିଜେପିକୁ ଟାର୍ଗେଟ କଲା ଦଳ । ଅଧିକ ପଢନ୍ତୁ

Congress press meet

ଅନୁଗୋଳ: ଆୟକର ବିଭାଗ କଂଗ୍ରେସକୁ ନୋଟିସ ପଠାଇବା ଓ ଇଲେକ୍ଟ୍ରୋରାଲ ବଣ୍ଡ ନେଇ ଜିଲ୍ଲା କଂଗ୍ରେସର ସାମ୍ବାଦିକ ସମ୍ମିଳନୀ । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ବାର୍ଷିଲେ କଂଗ୍ରେସ ନେତା। ଆୟକର ବିଭାଗ ଦ୍ବାରା କଂଗ୍ରେସକୁ ବଦନାମ କରିବାକୁ ବରଦାସ୍ତ କରାଯିବ ନାହିଁ ବୋଲି କହିଛନ୍ତି କଂଗ୍ରେସ ନେତା ଅମିୟ ପଟ୍ଟନାୟକ। ସେପଟେ ଇଲେକ୍ଟ୍ରୋରାଲ ବଣ୍ଡ ନାଁ ରେ ରାଜ୍ୟ ସରକାର ଯେଉଁ ଚାନ୍ଦା ନେଇଛ ତାକୁ କୋଉ କାମରେ ଲଗାଇଛ ବୋଲି ପିସିସିର ଅନ୍ୟତମ ମୁଖପାତ୍ର ଜଗଦାନନ୍ଦ ପ୍ରଧାନ ପ୍ରଶ୍ନ କରିଛନ୍ତି।

କଂଗ୍ରେସ ମୁଖପାତ୍ର ଜଗଦାନନ୍ଦ ପ୍ରଧାନ କହିଛନ୍ତି,'' ଭାରତବର୍ଷରେ ବର୍ତ୍ତମାନ ଆମ ସମ୍ବିଧାନ ଅସୁରକ୍ଷିତ। ବିଜେପି ସରକାରର ୧୦ବର୍ଷ ଶାସନ କାଳରେ ଦୁର୍ନୀତିର ଚେର ମାଡି ଚାଲିଛି। ବ୍ରିଟିଶରାଜ ଓ ଏକଛତ୍ରବାଦୀ ଶାସନ ଚାଲୁଥିବା ବେଳେ ଗଣତନ୍ତ୍ର ବଦଳରେ ଜଣତନ୍ତ୍ରର କାରବାର ବଢିଚାଲିଛି। ଯୋର ଜବରଦସ୍ତି ଭାବେ ନ୍ୟାୟ ଦେବା ପରିବର୍ତ୍ତେ ଅନ୍ୟାୟର ଆଶ୍ରୟ ନେଇ ହଇରାଣ କରାଯାଉଛି। ଗତ ଦୁଇ ପାଳି ସାଧାରଣ ନିର୍ବାଚନରେ ବିଜେପି ଜନତାଙ୍କୁ ଦେଇଥିବା ପ୍ରତିଶ୍ରୁତି ସମ୍ପୂର୍ଣ୍ଣ ପ୍ରତାରଣାରେ ପରିଣତ ହୋଇଛି। ବିଜେପି ଦଳ ଇଲେକ୍ଟ୍ରୋରାଲ ବଣ୍ଡ ମାଧ୍ୟମରେ 'ଚାନ୍ଦା ଦିଅ, ଧନ୍ଦା ନିଅ, ଠିକା ନିଅ ଲାଞ୍ଚ ଦିଅ' ପ୍ରଭୃତି ବ୍ୟବସ୍ଥା କରି ବିଭିନ୍ନ ଜାଲି କମ୍ପାନୀ ମାଧ୍ୟମରେ ଛଅ ହଜାର କୋଟିରୁ ଉର୍ଦ୍ଧ୍ଵ ଟଙ୍କାର ଦୁର୍ନୀତି କରିଥିବା ଜଣାପଡିଛି। ଯାହାର ଜ୍ବଳନ୍ତ ଉଦାହରଣ ଯେତେବେଳେ ଭାରତୀୟ ଜବାନମାନେ ଫୁଲୱାମାରେ ଶହୀଦ୍ ହୋଇଥିଲେ, ସେତେବେଳେ ପାକିସ୍ତାନର ଏକ କମ୍ପାନୀଠାରୁ ବିଜେପି ଚାନ୍ଦା ନେଇଥିଲା। କରୋନା ମହାମାରୀ ସମୟରେ ଲୋକେ ଛଟପଟ ହେଉଥିବା ବେଳେ ବହୁ ଠିକା କମ୍ପାନୀଠାରୁ ଏହି ବଣ୍ଡ ମାଧ୍ୟମରେ ଦୁର୍ନୀତି କରାଯାଇଛି ।''

ଏହା ମଧ୍ୟ ପଢନ୍ତୁ-ଇଲେକ୍ଟୋରାଲ ବଣ୍ଡକୁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ କଂଗ୍ରେସର ଟାର୍ଗେଟ - GENERAL ELECTION 2024

ସେ ଆହୁରି ମଧ୍ୟ କହିଛନ୍ତି, ''କେନ୍ଦ୍ର ସରକାର ମଧ୍ଯ ଦୁର୍ନୀତିରେ ବେଶ ଆଗରେ ରହିଛନ୍ତି । ୮୦୦୦ କୋଟିରୁ ଅଧିକ ଇଲେକ୍ଟୋରାଲ ବଣ୍ଡ ମାଧ୍ଯମରେ ଚାନ୍ଦା ନେଇଛନ୍ତି । ଯାହାକି ଅଧିକାଂଶ ମଦ ମାଫିଆ, ଔଷଧ କମ୍ପାନୀ ଓ ଦୁର୍ନୀତିଗ୍ରସ୍ତ କମ୍ପାନୀ ମାନଙ୍କ ଠାରୁ ନିଆ ଯାଇଛି । ଆଉ କିଛି କମ୍ପାନୀ ମାନଙ୍କୁ ଇଡି , ସିବିଆଇର ଚଢାଉ ଭୟରେ ସେମାନଙ୍କୁ ଧମକାଇ ଚାନ୍ଦା ନିଆ ଯାଇଛି। ରାଜ୍ୟରେ ଲୋକେ ଦୁର୍ଦ୍ଦିନରେ ଥିବା ବେଳେ ସରକାର ଚାନ୍ଦା ନେଇ କଣ କରିଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି ।''

ରବିବାର ଅପରାହ୍ନରେ ଅନୁଗୋଳ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସ୍ଥାନୀୟ କଂଗ୍ରେସ ଭବନ ଠାରେ ଜିଲ୍ଲା ସଭାପତି ସଂଗ୍ରାମ ମିଶ୍ରଙ୍କ ଅଧ୍ୟକ୍ଷତାରେ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା । ପ୍ରଦେଶ କଂଗ୍ରେସ କମିଟିର ପର୍ଯ୍ୟବେକ୍ଷକ ତଥା ଓଡ଼ିଶା ପ୍ରଦେଶ କିଷାନ କଂଗ୍ରେସ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକ ସମ୍ମିଳନୀରେ ମୋଦି ସରକାରକୁ ଟାର୍ଗେଟ କରିବା ସହିତ ଏକଛତ୍ରବାଦୀ ସରକାରକୁ କୌଣସି ପ୍ରକାରେ ବରଦାସ୍ତ କରାଯିବ ନାହିଁ ବୋଲି କହିଥିଲେ। ସେ କହିଥିଲେ, ''ନିଜ କୁ-କର୍ମକୁ ଘୋଡାଇବାକୁ ଯାଇ ବିଜେପି ଭାରତବର୍ଷର ସର୍ବପୁରାତନ ଭାରତୀୟ ଜାତୀୟ କଂଗ୍ରେସର ବ୍ୟାଙ୍କ ଖାତାକୁ ଆୟକର ବିଭାଗ ଦ୍ବାରା ଜାଣିଶୁଣି ଅଚଳ କରି ଦେଇଛି। ଖାଲି ସେତିକି ନୁହେଁ ସାଧାରଣ ନିର୍ବାଚନ ସମୟରେ ଆକ୍ରୋଶ ମୂଳକ ଭାବେ ନରେନ୍ଦ୍ର ମୋଦି ସରକାର ନିକଟରେ ଆୟକର ବିଭାଗ ଦ୍ବାରା ୧୮୨୩ କୋଟି ୮ଲକ୍ଷ ଟଙ୍କା ପୈଠ କରିବା ପାଇଁ କଂଗ୍ରେସ ଦଳକୁ ନୋଟିସ ପଠାଇଛନ୍ତି। ଆୟକର ବିଭାଗ ବଳ ପୂର୍ବକ ଏହା ପୂର୍ବରୁ ଭାରତୀୟ ଜାତୀୟ କଂଗ୍ରେସ ବ୍ୟାଙ୍କ ଆକାଉଣ୍ଟରୁ ୧୩୫କୋଟି ଟଙ୍କା ନେଇ ସାରିଛି। ୮ବର୍ଷ ତଳର ରିଟର୍ଣ୍ଣ କରିବା ପାଇଁ ଯେଉଁ ଦାବି କରାଯାଇଛି ତାହା ସମ୍ପୂର୍ଣ୍ଣ ଭିତ୍ତିହୀନ ଏବଂ ଅଗଣତାନ୍ତ୍ରିକ। ଏହା ବିଜେପି ସରକାରର ଏକ ପ୍ରତିହିଂସା ପରାୟଣର ନମୁନା। ଯାହାକୁ ଦୃଢ ହସ୍ତରେ ଦମନ କରିବା ପାଇଁ ରାହୁଳ ଗାନ୍ଧୀ ଦେଶବାସୀଙ୍କୁ ଆହ୍ବାନ ଦେଇଛନ୍ତି ।''

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.