ETV Bharat / politics

ଇଲେକ୍ଟୋରାଲ ବଣ୍ଡକୁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ କଂଗ୍ରେସର ଟାର୍ଗେଟ - GENERAL ELECTION 2024

author img

By ETV Bharat Odisha Team

Published : Mar 31, 2024, 10:31 PM IST

Congress Slam State And Union Govt: ଇଲେକ୍ଟୋରାଲ ବଣ୍ଡ ମାଧ୍ୟମରେ ଦୁର୍ନୀତିକୁ ନେଇ କଂଗ୍ରେସ ଟାର୍ଗେଟରେ ବିଜେପି ଓ ବିଜେଡି ସରକାର । ସେହିପରି କଳ ବଳ କୌଶଳେ ବିରୋଧୀଙ୍କୁ ଭାଙ୍ଗିବାର ପ୍ରୟାସକୁ ନିନ୍ଦା କଲା କଂଗ୍ରେସ । ଅଧିକ ପଢନ୍ତୁ

ଇଲେକ୍ଟୋରାଲ ବଣ୍ଡକୁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲା କଂଗ୍ରେସ
ଇଲେକ୍ଟୋରାଲ ବଣ୍ଡକୁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲା କଂଗ୍ରେସ

ଇଲେକ୍ଟୋରାଲ ବଣ୍ଡକୁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲା କଂଗ୍ରେସ

ବୌଦ୍ଧ: ଇଲେକ୍ଟୋରାଲ ବଣ୍ଡ ମାଧ୍ୟମରେ ଦୁର୍ନୀତି ଏବଂ ଇଡି ଓ ସିବିଆଇର ଦୂରୁପଯୋଗ ବିରୋଧରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ । ଆଜି ଜିଲ୍ଲାର ବରିଷ୍ଠ କଂଗ୍ରେସ ନେତା ନକୁଳ ନାଏକ ଏ ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାର କଂଗ୍ରେସର ବିଭିନ୍ନ ଆକାଉଣ୍ଟକୁ ଭିନ୍ନ ଭିନ୍ନ ଶୈଳୀରେ ଫ୍ରିଜ ବା ଅଚଳ କରି କଂଗ୍ରେସ ଦଳକୁ ହଇରାଣ କରାଯାଉଛି । ପ୍ରାୟ ୧୮୮୫ କୋଟି ଟଙ୍କାର ଆକାଣ୍ଟ ଅଚଳ କରିଦିଆଯାଇଛି ।

ଏହା ମଧ୍ୟ ପଢନ୍ତୁ... ସଙ୍କଟରେ କଂଗ୍ରେସ ! ନିର୍ବାଚନ ଲଢିବା ପାଇଁ ପ୍ରାର୍ଥୀଙ୍କୁ ୫୦ ହଜାର ଟଙ୍କା ଦେବାକୁ ଦଳ ପକ୍ଷରୁ ନିର୍ଦ୍ଦେଶ - ODISHA CONGRESS

ନିର୍ବାଚନ ହାରିଯିବା ଭୟରେ କେନ୍ଦ୍ର ସରକାର ଏ ସବୁ ଷଡଯନ୍ତ୍ର କରୁଛନ୍ତି । ବିରୋଧୀ ଦଳର ନେତାମାନଙ୍କୁ ମିଛରେ ବିଭିନ୍ନ ମାମଲାରେ ଗିରଫ କରାଯାଉଛି । ବିରୋଧୀ ଦଳମାନଙ୍କୁ ଇଡି ଓ ସିବିଆଇର ଭୟ ଦେଖାଉଛି ମୋଦି ସରକାର । କିଛି ଦୁର୍ନୀତିଗ୍ରସ୍ତ ନେତା ବିଜେପିରେ ଯୋଗ ଦେଇ ବିଜେପି ୱାସିଂ ମେସିନ ଓ ମୋଦି ପାଉଡର ଦ୍ବାରା ସଫା ନିର୍ମଳ ହୋଇଯାଉଛନ୍ତି । ଉଦାହରଣ ସ୍ବରୂପ ପ୍ରଫୁଲ୍ଲ ପଟେଲଙ୍କ କେସ ବନ୍ଦ କରି ଦିଆଯାଇଛି । ଅଜିତ ପାୱାରଙ୍କୁ କ୍ୟାବିନେଟରେ ସାମିଲ କରାଯାଇଛି । ସେହିପରି ବିରୋଧୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ହେମନ୍ତ ସୋରେନଙ୍କୁ ଅନୈତିକ ଭାବେ ଗିରଫ କରାଯାଇଛି ।

ସେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସାମ୍ରାଜ୍ୟବାଦୀ ତଥା ଏକଛତ୍ରବାଦ ଶାସନକୁ କଡ଼ା ଭାଷାରେ ସମାଲୋଚନା ସହିତ ବିଭିନ୍ନ ପୁଞ୍ଜିପତି, କମ୍ପାନୀ, ଶିଳ୍ପପତିଙ୍କୁ ଭୟଭୀତ ତଥା ବିଭିନ୍ନ ଚାପ ପ୍ରୟୋଗ କରି ଇଲୋକ୍ଟ୍ରାଲ ବଣ୍ଡ ଜରିଆରେ ଚାନ୍ଦା ସଂଗ୍ରହ କରିଥିବା ଅଭିଯୋଗ କରିଛନ୍ତି । ବୌଦ୍ଧ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ପୂର୍ବତନ ସାଂସଦ ନକୁଳ ନାଏକ ଏ ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିବା ସହିତ ଆଗାମୀ ସାଧାରଣ ନିର୍ବାଚନ ପାଇଁ ଅର୍ଥ ଓ ଅପପ୍ରଚାରକୁ କେନ୍ଦ୍ରର ବିଜେପି ସରକାର ଆପଣାଉଥିବାରୁ ସେ ଏନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ । ବୌଦ୍ଧ ଜିଲ୍ଲା କଂଗ୍ରେସ ସଭାପତି ନବ କୁମାର ମିଶ୍ର, ପ୍ରବକ୍ତା ଶାନ୍ତନୁ କୁମାର ମହାପାତ୍ର, ଉପସଭାପତି ସମରେଶ ମିଶ୍ର ଓ ଅନ୍ୟାନ୍ୟ ବରିଷ୍ଠ କଂଗ୍ରେସ ନେତା ଙ୍କ ଉପସ୍ଥିତି ରେ ଏହି ସାମ୍ବାଦିକ ସମ୍ମିଳନୀରେ ନକୁଳ ନାଏକ ଯୋଗ ଦେଇଥିଲେ ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.