ETV Bharat / state

କଂଗ୍ରେସ ଭବନରେ ହୋଲି ଆସର, ଫଗୁ ରଙ୍ଗରେ ରଙ୍ଗୀନ ହେଲେ ସୁର ରାଉତରାୟ - Holi 2024

author img

By ETV Bharat Odisha Team

Published : Mar 26, 2024, 1:29 PM IST

URA ROUTRAY CELEBRATES HOLI
URA ROUTRAY CELEBRATES HOLI

Congress Holi: କଂଗ୍ରେସ ଭବନରେ ହୋଲି ମନାଇଲେ ସୁର ରାଉତରାୟ । ନାଚ ଗୀତରେ ଦୁଲୁକୁଛି କଂଗ୍ରେସ ଭବନ । ଅଧିକ ପଢନ୍ତୁ,

URA ROUTRAY CELEBRATES HOLI

ଭୁବନେଶ୍ୱର: ହୋଲି ପର୍ବରେ ରଙ୍ଗୀନ ହୋଇଛି ପୁରଠୁ ପଲ୍ଲୀ । ସବୁଠି ଉତ୍ସବର ମାହୋଲ । ପରସ୍ପରକୁ ମିଠା ଖୁଆଇବା ସହ ରଙ୍ଗ ଲଗାଇ ଶୁଭେଚ୍ଛା ଜଣାଉଛନ୍ତି ସମସ୍ତେ । ଏହି ଅବସରରେ କଂଗ୍ରେସ କାର୍ଯ୍ୟାଳୟରେ ଜମିଛି ହୋଲି ଖେଳ । ଦଳର ସମସ୍ତ କର୍ମୀ ଏକାଠି ପରସ୍ପରକୁ ରଙ୍ଗ ଲଗାଇଛନ୍ତି । ବିଧାୟକ ସୁର ରାଉତରାୟ ଏଥିରେ ସାମିଲ ହୋଇ କର୍ମୀଙ୍କୁ ରଙ୍ଗ ଲଗାଇଛନ୍ତି । କର୍ମୀ ମଧ୍ୟ ତାଙ୍କୁ ରଙ୍ଗ ବୋଳିଛନ୍ତି । କଂଗ୍ରେସ ଭବନରେ ବାଜା ବଜାଇ ହୋଲି ମନାଉଛନ୍ତି ନେତା ଓ କର୍ମୀ । ନାଚ ଗୀତରେ ଦୁଲୁକୁଛି କଂଗ୍ରେସ ଭବନ ।

ଏହା ମଧ୍ୟ ପଢନ୍ତୁ-ରାଜଧାନୀରେ ହୋଲି ସେଲିବ୍ରେସନ, ପଣା ପିଇ ନାଚଗୀତରେ ମସଗୁଲ ସମସ୍ତେ - Holi 2024

ବିଧାୟକ ସୁର ରାଉତରାୟ ହୋଲି ଅବସରରେ କହିଛନ୍ତି, 50 ବର୍ଷ ହେବ କଂଗ୍ରେସ ଭବନରେ ହୋଲି ପର୍ବ ପାଳନ କରାଯାଉଛି । ହୋଲି ହେଉଛି, ସ୍ନେହ, ଶ୍ରଦ୍ଧା ଓ ଆନ୍ତରିକତାର ପର୍ବ । ନିର୍ବାଚନରେ କଂଗ୍ରେସ ସବୁଠୁ ଅଧିକ ସିଟ ପାଇବ । ଯେଉଁ ଆସନରେ ବି ଆମର ଦଳୀୟ ନେତା ଛିଡା ହେବେ ସେଠାରେ ଛାତ୍ର କଂଗ୍ରେସ, ମହିଳା କଂଗ୍ରେସ, ଯୁବ କଂଗ୍ରେସ ଲାଗି ପଡି ଜିତେଇ ଦେବେ । ରାହୁଲ ଗାନ୍ଧୀ ହେବେ ପ୍ରଧାନମନ୍ତ୍ରୀ, ଶରତ ପଟ୍ଟନାୟକ ହେବେ ମୁଖ୍ୟମନ୍ତ୍ରୀ ।

ଏହା ମଧ୍ୟ ପଢନ୍ତୁ-ଫଗୁ ରଙ୍ଗରେ ରଙ୍ଗୀନ ବାଲେଶ୍ୱର, ହର୍ବାଲ ହୋଲି ଖେଳିଲେ ଯୁବକ - Holi 2024

କଂଗ୍ରେସ ଭବନରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ପକ୍ଷରୁ ହୋଲି ଉତ୍ସବ ପାଳନ କରାଯାଇଛି । ନାଚ ଗୀତରେ କମ୍ପୁଛି କଂଗ୍ରେସ ଭବନ। ଏହାସହ ଭୁବନେଶ୍ବର ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ପାଳିତ ହୋଇଛି ହୋଲି ପର୍ବ । ଗୀତର ତାଳେ ତାଳେ ନାଚିଥିଲେ ଯୁବ କଂଗ୍ରେସ ଓ ଛାତ୍ର କଂଗ୍ରେସ କର୍ମୀ । ଉତ୍ସବମୁଖର ହୋଇଛି ପୂରା ପରିବେଶ । ରାଜଧାନୀର ବିଭିନ୍ନ ସ୍ଥାନରେ ଆଜି ହୋଲି ପର୍ବ ପାଳନ କରାଯାଉଛି । ସମସ୍ତେ ନାଚ ଗୀତରେ ଝୁମିଛନ୍ତି ।

ଆଜି ରାଜଧାନୀର ମୁଖାର୍ଜୀ ପାର୍କରେ ହୋଲି ଉତ୍ସବର ମାହୋଲ ଦେଖିବାକୁ ମିଳିଛି । ମିଠା ଖାଇ, ପଣା ପିଇ ବେଶ ଆନନ୍ଦର ସହ ଭାଇଚାରାର ପର୍ବକୁ ପାଳନ କରୁଛନ୍ତି ରାଜଧାନୀବାସୀ । ଲୋକମାନେ ପାର୍କକୁ ପ୍ରତିଦିନ ଫିଟ୍ ରହିବ ପାଇଁ ଆସୁଥିବା ବେଳେ ଆଜି ହୋଲିର ରଙ୍ଗରେ ରଙ୍ଗେଇ ସମସ୍ତେ ଖୁସି । ସେହିପରି ହୋଟେଲ ଗୁଡିକରେ ମଧ୍ୟ ହୋଲି ଉତ୍ସବ ଖୁବ ଧୁମଧାମରେ ପାଳନ ଚାଲିଛି ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.