ETV Bharat / state

ତିର୍ତ୍ତୋଲରେ କଂଗ୍ରେସର ମାତୃ ଆଶୀର୍ବାଦ ଯାତ୍ରା

author img

By ETV Bharat Odisha Team

Published : Feb 4, 2024, 7:36 AM IST

ମାତୃ ଆଶୀର୍ବାଦ ଯାତ୍ରା
ମାତୃ ଆଶୀର୍ବାଦ ଯାତ୍ରା

Congress Matru Aashirbad Yatra: ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ପକ୍ଷରୁ ମାତୃ ଆଶୀର୍ବାଦ ଯାତ୍ରା ଅନୁଷ୍ଠିତ ହୋଇଛି । ଅଧିକ ପଢ଼ନ୍ତୁ

ମାତୃ ଆଶୀର୍ବାଦ ଯାତ୍ରା

ଜଗତସିଂହପୁର: ଆଗକୁ 2024 ନିର୍ବାଚନ ଆସୁଥିବା ବେଳେ ବଳ ଗୋଟାଇବା ଆରମ୍ଭ କରିଛି କଂଗ୍ରେସ । ବିଭିନ୍ନ କାର୍ଯ୍ୟକ୍ରମ କରି ତୃଣମୂଳ ସ୍ତରରୁ ଦଳକୁ ମଜଭୁତ କରୁଛି କଂଗ୍ରେସ । ଏହି ପରିପେକ୍ଷୀରେ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ ତିର୍ତ୍ତୋଲ କଂଗ୍ରେସ ପକ୍ଷରୁ ମାତୃ ଆଶୀର୍ବାଦ ଯାତ୍ରା ଅନୁଷ୍ଠିତ ହୋଇଛି । ତିର୍ତ୍ତୋଲ କଂଗ୍ରେସର ଯୁବ ନେତା ହିମାଂଶୁ ମଲ୍ଲିକଙ୍କ ନେତୃତ୍ୱରେ ଶହ ଶହ ମହିଳା ଏଥିରେ ସାମିଲ ହୋଇଥିଲେ । ନିର୍ବାଚନ ଆଉ କିଛି ମାସ ବାକି ରହିଥିବା ବେଳେ ତିର୍ତ୍ତୋଲ କଂଗ୍ରେସ ପକ୍ଷରୁ ନିର୍ବାଚନ ମଣ୍ଡଳୀର ବିଭିନ୍ନ ଗାଁ ବୁଲି ଲୋକଙ୍କ ନିକଟତର ହେବାକୁ ପ୍ରୟାସ ଆରମ୍ଭ ହୋଇଛି ।

ସେପଟେ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ ବିଜେଡିର ବରିଷ୍ଠ ନେତା ସ୍ବର୍ଗତ ବିଷ୍ଣୁ ଦାସ 2019 ମସିହାରେ ବିଜୟୀ ହୋଇଥିଲେ । ହେଲେ ଏହାର ଦୁଇବର୍ଷ ପରେ ବିଷ୍ଣୁ ଦାସଙ୍କ ଦେହାନ୍ତ ହେବା ପରେ ଏହି ନିର୍ବାଚନ ମଣ୍ଡଳୀରେ ଉପନିର୍ବାଚନ କରାଯାଇଥିଲା । ଏହି ଉପ ନିର୍ବାଚନରେ ଶାସକ ବିଜେଡି ପକ୍ଷରୁ ଵିଷ୍ଣୁ ଦାସଙ୍କ ପୁଅ ବିଜୟ ଶଙ୍କର ଦାସଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଥିଲା । ଏହାସହ ଏହି ଆସନରୁ ହିମାଂଶୁ ମଲ୍ଲିକଙ୍କୁ ପ୍ରାର୍ଥୀ କରିଥିଲା କଂଗ୍ରେସ । ହିମାଂଶୁ ନୁଆ ମୁହଁ ହୋଇଥିଲେ ମଧ୍ୟ ବିଜେଡି ସହିତ ଲଢେଇ କରି ଦ୍ୱିତୀୟ ସ୍ଥାନରେ ରହିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ....କଂଗ୍ରେସ ଗରିବୀ ଓଡିଶା ପ୍ରଚାର କରୁଥିଲା, ବିଜେପି ସମୃଦ୍ଧ ଓଡିଶାକୁ ବିଶ୍ବସ୍ତରରେ ପହଞ୍ଚାଇଛି: ପ୍ରଧାନମନ୍ତ୍ରୀ

ତେବେ କଂଗ୍ରେସ ନେତା ହିମାଂଶୁ ମଲ୍ଲିକ ହାରିବା ପରେ ବି ବିଭିନ୍ନ କାର୍ଯ୍ୟକ୍ରମକୁ ନେଇ ସ୍ଥାନୀୟ ଅଞ୍ଚଳରେ ବେଶ ଚର୍ଚ୍ଚାରେ ରହିଛନ୍ତି । ଯୁବନେତା ଭାବରେ ସ୍ଥାନୀୟ ଅଞ୍ଚଳରେ ବେସ ସକ୍ରିୟ ଅଛନ୍ତି ହିମାଂଶୁ । ତିର୍ତ୍ତୋଲ ସୁତାକଳର ପୁନରୁଦ୍ଧାର ପାଇଁ ସେ 12 ଦିନ ଅନଶନ କରିବା ସହିତ ତିର୍ତ୍ତୋଲରେ ମା' ଶାରଳାଙ୍କ ପୀଠରୁ ନବୀନ ନିବାସ ପର୍ଯ୍ୟନ୍ତ ପଦଯାତ୍ରା କରି ବେସ ଚର୍ଚ୍ଚାରେ ରହିଥିଲେ । ସେହିପରି ଚାଷୀ ସମସ୍ୟାକୁ ନେଇ ଜିଲ୍ଲା ଜଳ ସେଚନ ବିଭାଗ ସମ୍ମୁଖରେ ବିରୋଧ ପଦର୍ଶନ କରିଥିଲେ । ଏହାସହ ରଘୁନାଥପୁର ବ୍ଲକରେ ଦୁର୍ନୀତି ଅଭିଯୋଗ ଆଣିବା ପରେ ଏହି ବ୍ଲକର ଜଣେ ପୂର୍ବତନ କର୍ମଚାରୀଙ୍କୁ ଗିରଫ ହେବାକୁ ପଡିଥିଲା । ନିର୍ବାଚନର ବିଗୁଲ ନବାଜିବା ପୂର୍ବରୁ କଂଗ୍ରେସର ଗାଁ ଗାଁ ବୁଲି ମାତୃ ଆଶୀର୍ବାଦ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିବାରୁ ବିରୋଧୀଙ୍କ ମହଲରେ ଆଲୋଚନାର ବିଷୟ ପାଲଟିଛି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.