ETV Bharat / state

ସୁରଙ୍କ ପଖାଳ ସମ୍ଭାର; 'ଶକ୍ତି ମିଳେ, ମନ ପ୍ରଫୁଲ ରହେ'

author img

By ETV Bharat Odisha Team

Published : Mar 20, 2024, 3:21 PM IST

Sura Routray Celebrates Pakhala Diwas: କୋହଲା ପାଗରେ ପଖାଳ ଖାଇ ଦିବସ ପାଳିଲେ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ । ଅଧିକ ପଢନ୍ତୁ

ସୁରଙ୍କ ପଖାଳ ଖିଆ
ସୁରଙ୍କ ପଖାଳ ଖିଆ

ସୁରଙ୍କ ପଖାଳ ଖିଆ

ଭୁବନେଶ୍ବର: ପଖାଳ କେବଳ ଖାଦ୍ୟ ନୁହେଁ ଆମ ସଂସ୍କୃତି, ଆଉ ଆମ ପରମ୍ପରାର ମୁକସାକ୍ଷୀ । ଖରାଦିନ ହେଲେ ଓଡ଼ିଆର ଘର ମହକେ ପଖାଳ ବାସ୍ନାରେ । ତେଣୁ ପଖାଳ ସହ ତୋରାଣି ଟିକେ ପିଇଦେଲେ, ଲାଘବ ହୁଏ ତୃଷ୍ନା । ଭୋକିଲା ମଣିଷ, ପରିଶ୍ରମୀ ଶ୍ରମିକ ଓ କୃଷକ କି ଖରାରେ ଯାଉଥିବା ପଥିକଟିଏ, ସଭିଙ୍କ ମନ ଖୋଜେ.. କଂସାଏ ପଖାଳ । ତେବେ ଆଜି ବିଶ୍ବ ପଖାଳ ଦିବସ ହୋଇଥିବା ବେଳେ ସାରା ବିଶ୍ବରେ ମହକୁଛି ପଖାଳ କଂସା । ଏହି ପରୀପ୍ରେକ୍ଷୀରେ ଜଟଣୀ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ ପଖାଳ ଖାଇ ଏହି ଦିବସକୁ ପାଳନ କରିଛନ୍ତି । ସୁରେଶ ରାଉତରାୟଙ୍କ ଘରେ ପଖାଳ ଦିବସକୁ ନେଇ ସ୍ବତନ୍ତ୍ର ଆୟଜନ ମଧ୍ୟ ହୋଇଛି । କୋହଲା ପାଗରେ ବି ଫିକା ପଡିଲାନି ପଖାଳ ଦିବସ ।

ସୁରଙ୍କ ଘରେ ପଖାଳ ପସରା: ତେବେ ପଖାଳ ସାଙ୍ଗକୁ ଆମିଷ, ନିରାମିଷ ସହିତ ଭଳିକି ଭଳି ଖାଦ୍ୟ ପସରା ଖୋଲିଛନ୍ତି ବିଧାୟକ ସୁର ରାଉତରାୟ । କଂସାଏ ପଖାଳ ସାଙ୍ଗକୁ ଚୁନା ମାଛ ଭଜା, ବଡି ଚୁରା ସହ ଛଅ ତୁଣ ନଅ ଭଜା ଧରି ପୁଅ ସିର୍ଦ୍ଧାର୍ଥ ରାଉତରାୟଙ୍କ ସହିତ ପଖାଳ ଖାଇଲେ ସୁର । ପୋହଳା ମାଛ, ଚୁନା ମାଛ, ରୋହି ମାଛ, ଭାକୁର ମାଛ, ଚିଙ୍ଗୁଡ଼ି ମାଛ ଭଜା, ଶାଗ ଭଜା, ବାଇଁଗଣ ଭର୍ତ୍ତା, ବଡ଼ି ଚୁରା, ଆଳୁ ବିନ ଭଜା, ସଜନା ଛୁଇଁ ଭଜା, ଛତୁ ତରକାରୀ, କାକୁଡି ସଲାଡ଼ ଭଳି ସୁଆଦିଆ ଖାଦ୍ୟ ପରସି ଦେଇଛନ୍ତି ସୁର । ବାପ-ପୁଅ ଏକାଠି ବସି ଖାଦ୍ୟର ମଜା ନେଇଛନ୍ତି ।

ପଖାଳ ପାଇଁ 80 ବର୍ଷରେ ବି ଫିଟ୍ ସୁର: ବିଧାୟକ ସୁର ରାଉତରାୟଙ୍କ ଫିଟ ଆଣ୍ଡ ଫାଇନର ମୂଳ ମନ୍ତ୍ର ହେଉଛି ପଖାଳ । ସୁରଙ୍କ ଦିନ ପଖାଳ କଂସାରୁ ଆରମ୍ଭ ହେଉଥିବା ବେଳେ ଆଜିର ଦିବସକୁ ମଧ୍ୟ ସେ ସ୍ବତନ୍ତ୍ର ଭାବେ ପାଳନ କରିଛନ୍ତି । ଏହି ଅବସରରେ ଭୁବନେଶ୍ୱର ନିଜ ବାସଭବନରେ ଏକ ନିଆରା ଢଙ୍ଗରେ ପଖାଳ ଦିବସ ପାଳନ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ବିଧାୟକ ସୁର ରାଉତରାୟ । ନିଜ ସମ୍ପର୍କୀୟ, ପ୍ରଶଂସକ ଏବଂ ଶୁଭେଚ୍ଛୁମାନଙ୍କ ସହ ସୁରଙ୍କ ଘରେ ଖୋଲିଛି ପଖାଳର ସମ୍ଭାର ।

ଏହା ମଧ୍ୟ ପଢନ୍ତୁ: ଆଜି ପଖାଳ ଦିବସ: ଖରା ହେଉ କି ବର୍ଷା, ଓଡ଼ିଆର ମନ ଲୋଡେ ପଖାଳ କଂସା

ପଖାଳ ଶକ୍ତି ଦିଏ: ସୁର

ଆଜିର ଦିବସକୁ ନେଇ ସୁର କହିଛନ୍ତି, "ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅତ୍ୟନ୍ତ ପ୍ରିୟ ହେଉଛି ପଖାଳ । ଆଜି ଜଗନ୍ନାଥ ଏବଂ ପ୍ରଭୁ ଲିଙ୍ଗରାଜଙ୍କ ନିକଟରେ ପଖାଳ ଭୋଗ କରାଯାଏ । ପଖାଳ ଖାଇଲେ ଶକ୍ତି ମିଳେ । ତେବେ ପଖାଳ ସାଙ୍ଗକୁ ଭେଜିଟେବୁଲ ଶରୀରକୁ ଶକ୍ତି ଯୋଗାଇଥାଏ । ପଖାଳ ଖାଇଲେ ଶକ୍ତି ବଢେ ଏବଂ ମନ ପ୍ରଫୁଲ ରହେ । ତେଣୁ ଆମେ ଆଜି ସମସ୍ତଙ୍କ ସହ ମିଶି ପଖାଳ ଦିବସ ପାଳନ କରୁଛୁ ।"

ବାପାଙ୍କ ଟୋକା ହେବାର ରାଜ୍ ପଖାଳ: ସିଦ୍ଧାର୍ଥ

ପଖାଳ ଖାଇ ସିଦ୍ଧାର୍ଥ ରାଉତରାୟ କହିଛନ୍ତି, "ପିଜା, ବରଗର ଛାଡିକି ପଖାଳ ଖାଆନ୍ତୁ । ବାପା ଆଜି 80 ବର୍ଷରେ ଟୋକା ହୋଇପାରିଛନ୍ତି କେବଳ ପଖାଳ ପାଇଁ । ପଖାଳ ଖାଇ ଫିଟ୍ ହୁଅ । ଆଜି କେବଳ ଓଡିଆ ହୋଇ ପଖାଳ ଖାଓ । ମା ଅଲଟ୍ରା ମ୍ୟାନ ସିକେଟ୍ର ହେଉଛି ପଖାଳ । ମୁଁ ପଖାଳ ତୋରାଣୀ ପିଇ ଶିଖର ଚଢେ । ତେଣୁ ସମସ୍ତେ ପଖାଳ ଖାଆନ୍ତୁ ଫିଟ୍ ରୁହନ୍ତୁ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.