ETV Bharat / state

ସିଏମସି କମିଶନରଙ୍କୁ ଭେଟିଲା କଂଗ୍ରେସ, ଜଣାଇଲେ ୧୪ ଦଫା ଦାବି - Cuttack Municipal Corporation

author img

By ETV Bharat Odisha Team

Published : Apr 14, 2024, 8:50 PM IST

ସିଏମସି କମିଶନରଙ୍କୁ ଭେଟିଲା କଂଗ୍ରେସ, ଜଣାଇଲେ ୧୪ ଦଫା ଦାବି
ସିଏମସି କମିଶନରଙ୍କୁ ଭେଟିଲା କଂଗ୍ରେସ, ଜଣାଇଲେ ୧୪ ଦଫା ଦାବି

Congress Team Meet CMC Commissioner: ସିଏମସି କମିଶନରଙ୍କୁ ଆଜି କଂଗ୍ରେସର କର୍ପୋରେଟର ଟିମ୍ ଭେଟ କରିଛି । ଜଳଛତ୍ର ସମସ୍ୟା, ଜଣ୍ଡିସ ସମସ୍ୟା, ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ ଭଳି ୧୪ ଦଫା ଦାବିକୁ ଜଣାଇଛି କଂଗ୍ରେସ । ଅଧିକ ପଢନ୍ତୁ

ସିଏମସି କମିଶନରଙ୍କୁ ଭେଟିଲା କଂଗ୍ରେସ, ଜଣାଇଲେ ୧୪ ଦଫା ଦାବି

କଟକ: ଜିଲ୍ଲାର ବିଭିନ୍ନ ସମସ୍ୟାକୁ ନେଇ ସିଏମସି କମିଶନରଙ୍କୁ ଭେଟିଛି କଂଗ୍ରେସ ଦଳ । ୧୪ ଦଫା ଦାବିଗୁଡିକୁ ଉପସ୍ଥାପନ କରିଛି କଂଗ୍ରେସ କର୍ପୋରେଟର ଟିମ୍ । କଂଗ୍ରେସ କର୍ପୋରେଟର ସନ୍ତୋଷ ଭୋଳ କହିଛନ୍ତି ଯେ, ମାର୍ଚ୍ଚ ମାସ ଆରମ୍ଭରୁ ସିଏମସି ପକ୍ଷରୁ ଜଳଛତ୍ର ଖୋଲାଯିବା କଥା, ଯାହା ଏ ଯାଏଁ କାର୍ଯ୍ୟକାରୀ ହୋଇପାରିନାହିଁ । କମିଶନର କହିବା ମୁତାବକ ମୋଟ ୫୯ ୱାର୍ଡରେ ୫-୬ଟି ଜାଗାରେ ଜଳଛତ୍ରର ବ୍ୟବସ୍ଥା ହୋଇଛି । ଯାହା ପର୍ଯ୍ୟାପ୍ତ ନୁହଁ । ବକ୍ସିବଜାର, ବାଦାମବାଡି, ଏସସିବି ମେଡିକାଲ, ରେଳ ଷ୍ଟେସନ ଭଳି ଗହଳିପୂର୍ଣ୍ଣ ସ୍ଥାନରେ ଜଳଛତ୍ରର ବ୍ୟବସ୍ଥା ହୋଇପାରିନାହିଁ ।

ସେହିପରି କଟକରେ ଜଣ୍ଡିସ ରୋଗ ବ୍ୟାପକ ରୂପରେ ବଢୁଥିବା ବେଳେ ୫୨ ନମ୍ବର ୱାର୍ଡକୁ ଛାଡି ୫୧ ନମ୍ବର ୱାର୍ଡକୁ ବ୍ୟାପିଛି ଜଣ୍ଡିସ । କମିଶନର ଏ ସମ୍ପର୍କରେ ଫିଲଡ୍ ଭିଜିଟ କରି ଡ୍ରେନ ତଳେ ଥିବା ପାଣି ପାଇପ ଲାଇନକୁ ବଦଳାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ସ୍ବର୍ଣ୍ଣ ଦେବୀ ଓ ଜେପିଏନ ସଂସ୍ଥାର ମନମୁଖୀ କାର୍ଯ୍ୟକୁ ନେଇ ସିଏମସି କମିଶନରଙ୍କୁ ଭେଟି ଦାବି ଜଣାଇଛି କଂଗ୍ରେସ । ସ୍ବର୍ଣ୍ଣ ଦେବୀ ସଂସ୍ଥା ପ୍ରତି କଣ ପାଇଁ ପ୍ରିୟାପ୍ରୀତି ତୋଷଣ କରାଯାଉଛି ତାକୁ ନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ ।

ଏହା ମଧ୍ୟ ପଢନ୍ତୁ... 2 ବର୍ଷର ସଫଳତାର ରିପୋର୍ଟ ରଖିଲେ ସିଏମସି ମେୟର, କଟକକୁ ହରିଲୁଟର ଅଭିଯୋଗ ଆଣିଲା ବିରୋଧୀ - Cuttack Municipal Corporation

ଜେଏନପି ସଂସ୍ଥା ସିଏମସି ପାଇଁ ଠିକା କର୍ମଚାରୀ ନିୟୋଜିତ କରିଥିବା ବେଳେ ସେମାନଙ୍କୁ ଠିକ୍ ସମୟରେ ଦରମା ମିଳୁନଥିବା କଥା ଜଣାଇଛନ୍ତି । ସେହିପରି ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବା ବେଳେ ସହରରେ ରାଜନେତାଙ୍କ ପୋଷ୍ଟର ଓ ହୋର୍ଡିଂ ଲାଗୁଛି । କମିଶନର ଏ ସମ୍ପର୍କରେ ଏକ ଲିଷ୍ଟ ମାଗିବା ସହ ଅନୁମତିର ଯାଞ୍ଚ କରାଯିବ ବୋଲି କହିଛନ୍ତି । ମୁକ୍ତା ପ୍ରକଳ୍ପ ପାଇଁ ବକୟା ଥିବା ବିଲର ସମାଧାନ ପାଇଁ କହିଛି କଂଗ୍ରେସ ।

ଅନ୍ୟପକ୍ଷରେ ଜଳଛତ୍ର ପ୍ରସଙ୍ଗରେ କମିଶନର କହିଛନ୍ତି ଯେ ପ୍ରତି ସମସ୍ୟା ପାଇଁ ଦାୟିତ୍ବରେ ଥିବା ଅଧିକାରୀମାନଙ୍କ ସହ ଆଲୋଚନା ସରିଛି । ସିଏମସି ପକ୍ଷରୁ ୧୦ଟି ସ୍ଥାନରେ ଜଳଛତ୍ର ଖୋଲାଯାଇଛି । ବ୍ୟାଙ୍କ୍ ଓ ୱାଟକୋ ପକ୍ଷରୁ ଜଳସେବାର ସୁବିଧା କରାଯାଇଛି । ବିଭିନ୍ନ ବ୍ୟାଙ୍କ ପକ୍ଷରୁ ୫୯ଟି ୱାର୍ଡରେ ଜଳଛତ୍ର ଖୋଲାଯିବାର ବ୍ୟବସ୍ଥା କରାଯାଇଛି । ସେହିପରି ୱାଟକୋ ପକ୍ଷରୁ ୨୧ଟି ସିନଟେକ୍ସ ଟାଙ୍କି ବସିଛି । ଆବଶ୍ୟକତା ପଡିଲେ ଜଳଛତ୍ରର ସଂଖ୍ୟା ବୃଦ୍ଧି ହେବ ବୋଲି କହିଛନ୍ଥି କମିଶନର ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.