ETV Bharat / state

ନବୀନ କନିଆକୁ ମୋଦି ବର, ଆଦିବାସୀ ରୀତିନୀତିରେ ବାହାଘର

author img

By ETV Bharat Odisha Team

Published : Mar 1, 2024, 8:49 AM IST

Etv Bharat
Etv Bharat

Wedding Ceremony Between BJP And BJD: ନବରଙ୍ଗପୁର ଜିଲ୍ଲା କଂଗ୍ରେସ ଦଳ ଏକ ନିଆରା ଢଙ୍ଗରେ ବିପକ୍ଷ ଦଳ ତଥା ରାଜ୍ୟ ସରକାର ଓ କେନ୍ଦ୍ର ସରକରାଙ୍କୁ ତାଚ୍ଛଲ୍ୟ କରି ଆଦିବାସୀ ରୀତିନୀତିରେ ବିଜେପି ଓ ବିଜେଡିର ବାହାଘର କରିଛି । ଅଧିକ ପଢ଼ନ୍ତୁ

ବିଜେପି ଓ ବିଜେଡିର ବାହାଘର

ନବରଙ୍ଗପୁର: ପାଖେଇ ଆସୁଛି ନିର୍ବାଚନ । ଏବେ ଠାରୁ ସବୁ ରାଜନୈତିକ ଦଳ ଅନ୍ୟ ଦଳ ଉପରେ କାଦୁଆ ଫିଙ୍ଗାଫିଙ୍ଗି ଆରମ୍ଭ କଲେଣି । ଏହି ପରିପ୍ରେକ୍ଷୀରେ ନବରଙ୍ଗପୁର ଜିଲ୍ଲା କଂଗ୍ରେସ ଦଳ ଏକ ନିଆରା ଢଙ୍ଗରେ ବିପକ୍ଷ ଦଳ ତଥା ରାଜ୍ୟ ସରକାର ଓ କେନ୍ଦ୍ର ସରକରାଙ୍କୁ ତାଚ୍ଛଲ୍ୟ କରି ପ୍ରତିବାଦ କରିଛି । ଆଦିବାସୀ ରୀତିନୀତିରେ ବିଜେପି ଓ ବିଜେଡିର ବାହାଘର କରିଛି କଂଗ୍ରେସ । ବାହାଘରରେ ନବୀନଙ୍କୁ କନିଆ କରିଥିବା ବେଳେ ଓ ପ୍ରଧାନମନ୍ତ୍ରୀ ମୋଦି ହୋଇଛନ୍ତି ବର ।

ନବରଙ୍ଗପୁର ଜିଲ୍ଲାରେ ବିଜେପି ଓ ବିଜେଡି ମଧ୍ୟରେ ବାହାଘର କରିଛି କଂଗ୍ରେସ । ଜିଲ୍ଲାର ସଦର ବ୍ଲକ ରାଜା ବେହେରାଗୁଡା ଠାକୁରାଣୀ ମନ୍ଦିର ପରିସର ମଧ୍ୟରେ ଏକ ବାହା ବେଦୀ ପ୍ରସ୍ତୁତ କରି ଦୁଇଜଣ କିନ୍ନରଙ୍କୁ ବର ଓ କନିଆ ବେଶରେ ସଜାଇ ବାହାଘର କରିଛି କଂଗ୍ରେସ । ବିଜେପିକୁ ବର ଏବଂ ବିଜେଡିକୁ କନିଆ ରୂପରେ ପ୍ରସ୍ତୁତ କରି ବାହାଘର କରାଯାଇଛି । କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ଵ ହୋଇ ରାଜ୍ୟବାସୀଙ୍କୁ ଭୁଆଁ ବୁଲାଛନ୍ତି ବୋଲି କହିବା ସହ ବିଜେପି ଓ ବିଜେଡିର ବାହାଘର କରି ତାଚ୍ଛଲ୍ୟ ପ୍ରତିବାଦ କରିଛି କଂଗ୍ରେସ । କଂଗ୍ରେସର ଏହି ବିଜେପି ସହ ବିଜେଡି ବାହାଘର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବର ଆକାରରେ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କନିଆ ଆକାରରେ ମୁହଁରେ ମୁଖା ଲଗାଇ ଆଦିବାସୀ ପରମ୍ପରା ଅନୁସାରେ ବାଜା ବାଣ ଫୁଟାଇ ବାହାଘର କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ...ବିଜେଡି-ବିଜେପି ବାହାଘର କରି ଖୋର୍ଦ୍ଧା ଓ କନ୍ଧମାଳରେ ପ୍ରତିବାଦ ଜଣାଇଲା କଂଗ୍ରେସ

ତେବେ ଆଦିବାସୀ ପରମ୍ପରା ଅନୁସାରେ, ବର ସହ ବରଯାତ୍ରୀ ଛେଳି, ହଂସ, ଚୁଡା ଗୁଡ଼, ମୁକୁଟ, ଦୀପ ଧରି ଅଦିବାସୀ ଢ଼େମସା ନାଚ କରି ଆଦିବାସୀ ମହିଳାମାନେ କନିଆ ଘରକୁ ଆସିଥିଲେ । ପୂର୍ବତନ ନବରଙ୍ଗପୁର କଂଗ୍ରେସ ଜିଲ୍ଲା ସଭାପତି ମୁନା ତ୍ରିପାଠୀ ପୁରୋହିତର ଭୂମିକା ଗ୍ରହଣ କରିଥିଲେ । ବରଯାତ୍ରୀ ଆସିବା ସମୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗଙ୍କ ପୁଅ ଶିଶିର ଗମାଙ୍ଗ, ପୂର୍ବତନ ନବରଙ୍ଗପୁର କଂଗ୍ରେସ ଜିଲ୍ଲା ସଭାପତି ମୁନା ତ୍ରିପାଠୀ ଏବଂ ଅନ୍ୟାନ୍ୟ କଂଗ୍ରେସ କର୍ମୀ ନାଚ ଗୀତ କରି କାର୍ଯ୍ୟକ୍ରମ ସ୍ଥଳକୁ ଆସିଥିଲେ । ଏହି ତାଚ୍ଛଲ୍ୟ କାର୍ଯ୍ୟକ୍ରମରେ ବର ଓ କନିଆ ପକ୍ଷରୁ ଅନେକ ଲୋକ ଉପସ୍ଥିତ ରହିଥିବା ବେଳେ ପ୍ରଦୀପ ମାଝୀଙ୍କ ମୁଖା ପିନ୍ଧି ଜଣେ କନିଆ ପକ୍ଷରୁ ଓ ଅମିତ ଶାହଙ୍କ ମୁଖା ପିନ୍ଧି ବର ପକ୍ଷରୁ ଏହି ବିବାହ କାର୍ଯ୍ୟକ୍ରମରେ ଯୋଗଦେଇଥିବା ଭଳି ଦର୍ଶାଯାଇଥିଲା । ଏହି ବାହାଘର କାର୍ଯ୍ୟକ୍ରମ ସରିବା ପରେ କଂଗ୍ରେସ ପକ୍ଷରୁ ନିମନ୍ତ୍ରିତ ୭ ଶହ ଲୋକଙ୍କ ପାଇଁ ଭୋଜି ଭାତର ଆୟୋଜନ ମଧ୍ୟ କରାଯାଇଥିଲା ।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.