ETV Bharat / state

ପାଟଣାଗଡ଼ ବିଜେଡିରେ ଫାଟ! ବିଧାୟକଙ୍କ ବିରୋଧରେ ମୋର୍ଚ୍ଚା ଖୋଲିଲେ ଦଳୀୟ କର୍ମୀ

author img

By ETV Bharat Odisha Team

Published : Jan 31, 2024, 2:58 PM IST

BJD Inner Conflict
ବଲାଙ୍ଗୀରରେ ବିଜେଡିରେ ଫାଟ !

BJD Inner Conflict: ବଲାଙ୍ଗୀର ବିଜେଡିରେ ଫାଟ ! ପାଟଣାଗଡ଼ ବିଧାୟକଙ୍କୁ ଦଳୀୟ କର୍ମୀଙ୍କ ବିରୋଧ । ପ୍ରେସମିଟ୍ କରି ବର୍ଷିଲେ ଦଳୀୟ କର୍ମୀ । ଅଧିକ ପଢ଼ନ୍ତୁ

ବଲାଙ୍ଗୀରରେ ବିଜେଡିରେ ଫାଟ !

ବଲାଙ୍ଗୀର: ଜିଲ୍ଲା ବିଜେଡିରେ ଫାଟ ! ବଲାଙ୍ଗୀରରେ ପୁଣି ପାଟଣାଗଡ଼ ବିଜେଡି ବିଧାୟକ ସରୋଜ ମେହେରଙ୍କୁ ନେଇ ଦଳରେ ବିବାଦ ଦେଖିବାକୁ ମିଳିଛି । କର୍ମୀମାନଙ୍କୁ ଅବହେଳା କରୁଥିବା ଅଭିଯୋଗ ଆଣି ସାମ୍ବାଦିକ ସମ୍ମିଳନୀ କରିଛନ୍ତି ପାଟଣାଗଡ଼ର ବିଜେଡି କର୍ମୀ । ନିର୍ବାଚନ ନେଇ ସାରା ରାଜ୍ୟ ସରଗରମ ରହିଥିବା ବେଳେ ଏହା ମଧ୍ୟରେ ବଲାଙ୍ଗୀରରେ ବି ରାଜନୈତିକ ଉଷ୍ମତା ଦେଖିବାକୁ ମିଳିଛି । ପାଟଣାଗଡ଼ ବିଜେଡି ବିଧାୟକ ସରୋଜ ମେହେରଙ୍କୁ ନେଇ ଅସନ୍ତୋଷ ଜାହିର କରିଛନ୍ତି ବିଜେଡି ଦଳୀୟ କର୍ମୀ । ଏନେଇ ସାମ୍ବାଦିକ ସମ୍ମିଳନୀ କରି ଖୋଲାଖୋଲି ଭାବେ ବିଧାୟକଙ୍କୁ ବିରୋଧ କରିବା ପରେ ବଲାଙ୍ଗୀରେ ବିଜେଡିରେ ଫାଟ ଦେଖିବାକୁ ମିଳିଛି ।


ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବିଜେଡି ବିଧାୟକ ସରୋଜ ମେହେର ଅନେକ ସମୟରେ ବିବାଦରେ ରହି ଆସିଛନ୍ତି । ଏଭଳି ସ୍ଥଳେ ଏବେ ତାଙ୍କୁ ଖୋଦ୍ ବିଜେଡି କର୍ମୀ ବିରୋଧ କରିବା ଓ ପାଟଣାଗଡ଼ ବିଜେଡିରେ ଗୋଷ୍ଠୀ କନ୍ଦଳ ସାମନାକୁ ଆସିଛି । ଯାହା ପାଇଁ ବିଧାୟକ ସରୋଜ ମେହେରଙ୍କ ଅଡ଼ୁଆ ବଢ଼ିଛି । ବିବାଦୀୟ ବିଧାୟକଙ୍କ ବିରୋଧରେ ସାମ୍ବାଦିକ ସମ୍ମିଳନୀ କରି ବର୍ଷିଛନ୍ତି ଦଳର ପୁରୁଖା କର୍ମୀ । କର୍ମୀମାନଙ୍କୁ ଅଣଦେଖା କରୁଥିବାର ଅଭିଯୋଗ ଆଣିଛନ୍ତି । ଯେଉଁ କର୍ମୀ ଦିନେ ବିଧାୟକଙ୍କ ପାଇଁ ସବୁ କିଛି ଛାଡ଼ି କାମ କରିଥିଲେ ସେମାନେ ଆଜି କୋଣଠେସା ହୋଇ ରହିଛନ୍ତି ବୋଲି କହିଛନ୍ତି ପାଟଣାଗଡ ବିଜେଡି କର୍ମୀ ।

ଏହାମଧ୍ୟ ପଢନ୍ତୁ.. 2024 ଫାଇଟ୍: କାହାର ହେବ ଜୟଦେବ ବିଧାନସଭା ? ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀ ତାଲିକାରେ ଅନେକ ଆଶାୟୀ

ସୂଚନା ଅନୁସାରେ, ଗତ ନିର୍ବାଚନରେ ପାଟଣାଗଡ଼ରେ ସରୋଜ ମେହେରଙ୍କୁ ବିଧାୟକ ଭାବେ ଜିତାଇବାକୁ ସମସ୍ତେ ଏକତ୍ରିତ ହୋଇ ଲଢ଼ିଥିଲେ । ଦଳର ସମସ୍ତ ପୁରୁଣା, ନୂଆ ସବୁ କର୍ମୀଙ୍କ ଉଦ୍ୟମ ଯୋଗୁ ବିଜେପି ଗଡ଼ କୁହାଯାଉଥିବା ପାଟଣାଗଡରେ ବିଜୟ ହୋଇଥିଲା ବିଜେଡି । ହେଲେ ସରୋଜ ମେହେର ବିଧାୟକ ହେବା ପରେ ବିବାଦୀୟ ହୋଇ ପଡିଛନ୍ତି। ଦଳୀୟ ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ନିଜ ସ୍ୱାର୍ଥ ପାଇଁ ସେ ଅଧିକ ଚିନ୍ତିତ ହୋଇ କାମ କରୁଥିବାର ଅଭିଯୋଗ କରିଛନ୍ତି ଦଳର କର୍ମୀମାନେ । ଯେଉଁଥିପାଇଁ ଦଳର ସମସ୍ତ ପୁରୁଣା କର୍ମୀ ତାଙ୍କଠାରୁ ଦୂରେଇ ଯାଇଛନ୍ତି ବୋଲି ଏମାନେ କହିଛନ୍ତି ।

ଅନ୍ୟପଟେ ଦଳୀୟ କର୍ମୀଙ୍କୁ ଗୁରୁତ୍ଵ ନଦେଇ ବିରୋଧୀ ଦଳର ନେତାଙ୍କୁ ବିଜେଡିରେ ସାମିଲ କରି ବିଧାୟକ ପଦ ପଦବୀରେ ବସାଇଥିବା କହିଛନ୍ତି ଦଳୀୟ କର୍ମୀ । ଯାହା ସେମାନଙ୍କ ସମ୍ମାନହାନୀ ଓ ତାଙ୍କୁ ଗଭୀର ଆଘାତ ଦେଇଥିବାର ଏମାନେ କହିଛନ୍ତି । ତେଣୁ ପୁରୁଣା କର୍ମୀମାନେ ଦଳକୁ ମଜବୁତ୍ କରିବା ପାଇଁ ଏକତ୍ରୀତ ହେବା ସହ ବିଧାୟକଙ୍କ ବିରୋଧରେ ଏହି ବିଷୋଦଗାର କରୁଛନ୍ତି ବୋଲି ଏମାନେ କହିଛନ୍ତି । ଆଗାମୀ ନିର୍ବାଚନ ପାଇଁ ଦଳକୁ ସୁଦୃଢ କରିବା ସହ ବିଧାୟକଙ୍କ ବିରୋଧରେ ସୁପ୍ରିମୋଙ୍କୁ ଅବଗତ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ସେପଟେ ଦଳରେ ତାଙ୍କୁ ନେଇ ଲାଗିଥିବା ବିବାଦକୁ ନେଇ ବିଧାୟକ ସରୋଜ ମେହେରଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.