ETV Bharat / state

ଉଚ୍ଚ ଶିକ୍ଷାନୁଷ୍ଠାନର ଏକାଡେମିକ କ୍ୟାଲେଣ୍ଡର ଅନୁକରଣ କରିବାକୁ ୟୁଜିସିର ନିର୍ଦ୍ଦେଶ - Academic Calender

author img

By ETV Bharat Odisha Team

Published : Apr 16, 2024, 8:08 AM IST

Academic Calender
Academic Calender

Academic Calender: ସମସ୍ତ ମହାବିଦ୍ୟାଳୟ ଏବଂ ବିଶ୍ବବିଦ୍ୟାଳୟରେ ଏକାଡେମିକ୍ କ୍ୟାଲେଣ୍ଡର ସଠିକ ଭାବରେ ଅନୁକରଣ କରିବାକୁ ୟୁଜିସିର ନିର୍ଦ୍ଦେଶ । ଅଧିକ ପଢନ୍ତୁ

ଭୁବନେଶ୍ବର: ଉଚ୍ଚଶିକ୍ଷା ଅନୁଷ୍ଠାନର ଏକାଡେମିକ୍ କ୍ୟାଲେଣ୍ଡର ସଠିକ ଭାବରେ ଅନୁକରଣ କରିବାକୁ ୟୁଜିସିର ନିର୍ଦ୍ଦେଶ । ଏନେଇ ସମସ୍ତ ମହାବିଦ୍ୟାଳୟ ଏବଂ ବିଶ୍ବବିଦ୍ୟାଳୟକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ବର୍ଷକରେ ହେବାକୁ ଥିବା ସମସ୍ତ କାର୍ଯ୍ୟକ୍ରମକୁ ତାଲିକାଭୁକ୍ତ କରାଯିବ । ଯେପରିକି କ୍ଲାସ ଆରମ୍ଭ, ପରୀକ୍ଷା, ଛୁଟି ସମୟ ଏବଂ ସେମିଷ୍ଟାରର ତଥ୍ୟ ଆଦି ଅନେକ କାର୍ଯ୍ୟକ୍ରମର ତଥ୍ୟ ରହିବ । ଏକାଡେମିକ୍ କ୍ୟାଲେଣ୍ଡରରେ ଛାତ୍ରଛାତ୍ରୀଙ୍କ ସମେତ ସମସ୍ତ ଅଧିକାରୀଙ୍କ ପାଇଁ ବର୍ଷ ସାରା ଯୋଜନାବଦ୍ଧ କାର୍ଯ୍ୟକ୍ରମଗୁଡିକର ସଂକଳନ ପ୍ରଦାନ କରାଯିବ । ଯାହା ଗୁଣାତ୍ମକ ଶିକ୍ଷାଦାନ ଏବଂ ଅନୁସନ୍ଧାନକୁ ପ୍ରୋତ୍ସାହିତ କରିବାରେ ସାହାଯ୍ୟ କରିବ ।

ତେବେ ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ଅଗଷ୍ଟ ପ୍ରଥମ ସପ୍ତାହ ଏବଂ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ତୃତୀୟ ସପ୍ତାହ ଠାରୁ ପାଠ୍ୟକ୍ରମ ଆରମ୍ଭ ହେବ । ସେହିପରି ସମସ୍ତ ପାଠ୍ୟକ୍ରମ ପାଇଁ ରୁଟିନଗୁଡ଼ିକ ଜୁନ୍ ମାସର ଶେଷ ସପ୍ତାହ ସୁଦ୍ଧା ଘୋଷଣା କରାଯିବ । ଜୁଲାଇ ମାସ ଠାରୁ ପାଠ୍ୟକ୍ରମ ଆରମ୍ଭ କରାଯିବା ନେଇ ଲକ୍ଷ୍ୟ ରଖାଯାଇଛି । ପ୍ରତ୍ୟେକ ଶିକ୍ଷାବର୍ଷ ଆରମ୍ଭରେ ବିଶ୍ୱବିଦ୍ୟାଳୟ ଏହାର ଏକାଡେମିକ୍ ଘୋଷଣା କରିବ । ଏଥିରେ ବିଶେଷ ଭାବରେ ପାଠ୍ୟକ୍ରମ ଏବଂ ପରୀକ୍ଷା ପରି ଏକାଡେମିକ୍ କାର୍ଯ୍ୟକଳାପ ପାଇଁ କାର୍ଯ୍ୟସୂଚୀ ସହିତ ଏହି କ୍ୟାଲେଣ୍ଡରରେ ବିଶେଷ ଭାବରେ ଡିଗ୍ରୀ ପୁରସ୍କାର ପାଇଁ ତାରିଖ ମଧ୍ୟ ଅନ୍ତର୍ଭୂକ୍ତ ରହିବ । ଏହାକୁ ଦୃଷ୍ଟିରେ ରଖି ଉଚ୍ଚଶିକ୍ଷା ପ୍ରତିଷ୍ଠାନଗୁଡିକ ନିଜର ଶିକ୍ଷାବର୍ଷ କ୍ୟାଲେଣ୍ଡର ଘୋଷଣା କରିବାକୁ ଅନୁରୋଧ କରିଛି ୟୁଜିସି ।

ଏହା ମଧ୍ୟ ପଢନ୍ତୁ-ଶିକ୍ଷାନୁଷ୍ଠାନରେ ଭୋଟ ସଚେତନତା, ମତଦାତାଙ୍କୁ ଦିଆଯିବ ଅଡିଓ-ଭିଡିଓ ଟ୍ରେନିଂ

ଅନ୍ୟପଟେ ଓପନ ଡିଷ୍ଟାନ୍ସ ଲର୍ଣ୍ଣିଂ ଅଧୀନରେ ନାମ ଲେଖାଇବା ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ସତର୍କତା କରାଇଛି ୟୁଜିସି। ଅନେକ ସମୟରେ ଛାତ୍ରଛାତ୍ରୀ ଠକାମୀର ଶିକାର ହୋଇଥାନ୍ତି । ବିଶେଷ ଭାବରେ ଓପନ ଡିଷ୍ଟାନ୍ସ ଲର୍ଣ୍ଣିଂ (ଓଡିଏଲ) ଏବଂ ଅନଲାଇନ ଶିକ୍ଷା ପ୍ରଦାନ ପାଇଁ ଛାତ୍ରଛାତ୍ରୀ ଉକ୍ତ ଉଚ୍ଚ ଶିକ୍ଷାନୁଷ୍ଠାନର ସ୍ୱୀକୃତି ସ୍ଥିତି ଯାଞ୍ଚ କରିବା ଆବଶ୍ୟକ । ଉକ୍ତ ଉଚ୍ଚ ଶିକ୍ଷାନୁଷ୍ଠାନର ୱେବସାଇଟରେ ସବିଶେଷ ଭାବରେ ତଥ୍ୟ ଯାଞ୍ଚ କରି ନାମ ଲେଖାଇବା ଆବଶ୍ୟକ ବୋଲି ପରାମର୍ଶ ଦେଇଛି ୟୁଜିସି । ଅନେକ ସମୟରେ ଛାତ୍ରଛାତ୍ରୀ ଅନଲାଇନ ଶିକ୍ଷାରେ ଠକାମୀରେ ପଡିଥାନ୍ତି । ଉକ୍ତ ଶିକ୍ଷାନୁଷ୍ଠାନରେ ନାମ ଲେଖାଇବା ପରେ ଛାତ୍ରଛାତ୍ରୀଙ୍କୁ ସାର୍ଟିଫିକେଟ ଯୋଗାଇବାରେ ବିଫଳ ହୋଇଥାନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.