ETV Bharat / state

୬୬୦ କୋଟି ଟଙ୍କାର କ୍ରୀଡା ଭିତ୍ତିଭୂମି ଉଦଘାଟିତ କଲେ ମୁଖ୍ୟମନ୍ତ୍ରୀ

author img

By ETV Bharat Odisha Team

Published : Feb 24, 2024, 6:55 AM IST

Sports Infrastructure Projects Launch
Sports Infrastructure Projects Launch

Sports Infrastructure Projects Launch: ରାଜ୍ୟରେ ୬୬୦ କୋଟି ଟଙ୍କାର କ୍ରୀଡା ଭିତ୍ତିଭୂମି ପ୍ରକଳ୍ପ ଉଦଘାଟିତ । ସେଥିରେ ରହିଛି ୪୮ଟି ବହୁମୁଖୀ ଇନଡୋର ଷ୍ଟାଡିୟମ, ୧୨ଟି ହକି ପ୍ରଶିକ୍ଷଣ କେନ୍ଦ୍ର ଓ ଜିମ୍ନାଷ୍ଟିକ ଏକାଡେମୀ । ଅଧିକ ପଢନ୍ତୁ

ଭୁବନେଶ୍ୱର: ରାଜ୍ୟର କ୍ରୀଡ଼ା କ୍ଷେତ୍ରରେ ଆଉ ଏକ ମାଇଲଖୁଣ୍ଟ । ପ୍ରାୟ ୬୬୦ କୋଟି ଟଙ୍କା କ୍ରୀଡ଼ା ଭିତ୍ତିଭୂମି ପ୍ରକଳ୍ପ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେଥିରେ ରହିଛି ରାଜ୍ୟରେ ୪୮ଟି ବହୁମୁଖୀ ଇନଡୋର ଷ୍ଟାଡିୟମ ଓ ୧୨ଟି ହକି ପ୍ରଶିକ୍ଷଣ କେନ୍ଦ୍ର ଓ ଜିମ୍ନାଷ୍ଟିକ ଏକାଡେମୀ । ଏହା ସହ ୧୧ଟି କ୍ରୀଡା ପ୍ରକଳ୍ପର ଶୁଭ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହା ରାଜ୍ୟର ତୃଣମୂଳ ସ୍ତରରେ କ୍ରୀଡାକୁ ବୁଷ୍ଟ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଗତ କିଛି ବର୍ଷ ହେବ କ୍ରୀଡ଼ା କ୍ଷେତ୍ରକୁ ରାଜ୍ୟ ସରକାର ଗୁରୁତ୍ବ ଦେଇ ଆସୁଛନ୍ତି । ଏ କ୍ଷେତ୍ରରେ ଆଉ ଏକ ଅଧ୍ୟାୟ ଯୋଡ଼ି ହୋଇଛି ।

୬୬୦ କୋଟି ଟଙ୍କାର କ୍ରୀଡା ଭିତ୍ତିଭୂମି ଉଦଘାଟିତ
୬୬୦ କୋଟି ଟଙ୍କାର କ୍ରୀଡା ଭିତ୍ତିଭୂମି ଉଦଘାଟିତ

ରାଜ୍ୟରେ କ୍ରୀଡ଼ା କ୍ଷେତ୍ରରେ ଇତିହାସ ସୃଷ୍ଟି ହୋଇଛି । ପ୍ରାୟ ୬୬୦ କୋଟି ଟଙ୍କାର କ୍ରୀଡ଼ା ଭିତ୍ତିଭୂମି ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଶ୍ଵର ସର୍ବବୃହତ ହକି ଷ୍ଟାଡିୟମ ନିକଟରେ ନିର୍ମିତ ବହୁମୁଖୀ ଇନଡୋର ଷ୍ଟାଡିୟମ ଓ ଜିମ୍ନାଷ୍ଟିକ ଏକାଡେମୀ ଉଦଘାଟିତ ହୋଇଛି । ଏହା ସହ ସୁନ୍ଦରଗଡ଼ ଜିଲ୍ଲାର ୧୦ଟି ସ୍ଥାନରେ ନିର୍ମିତ ହକି ପ୍ରଶିକ୍ଷଣ କେନ୍ଦ୍ର ଓ ବୀରମିତ୍ରପୁରରେ ନିର୍ମିତ ବହୁମୁଖୀ ଇନଡୋର ଷ୍ଟାଡିୟମର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଏହା ମଧ୍ୟ ପଢନ୍ତୁ: ବଢିଲା ସ୍ଵାବଲମ୍ବୀ କାରିଗରଙ୍କ ପ୍ରାପ୍ୟ; ପାରିଶ୍ରମିକ ହେଲା ସାଢେ ୬ ହଜାର

ରାଉରକେଲାର ବହୁମୁଖୀ ଇନଡୋର ଷ୍ଟାଡିୟମ ଓ ଜିମ୍ନାଷ୍ଟିକ ଏକାଡେମୀ ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ ହୋଇଛି । ଏଥିରେ ଟେବୁଲ ଟେନିସ, ଜିମ, ଓ୍ୱେଟ ଲିଫଟିଂ, ଯୋଗ କକ୍ଷ, ବ୍ୟାୟମଶାଳା, ଜିମ୍ନାଷ୍ଟିକ ଉପକରଣ ଓ ଅତ୍ୟାଧୁନିକ ଶୌଚାଳୟ ବ୍ୟବସ୍ଥା ରହିଛି । ଭବାନୀପାଟଣା ବହୁମୁଖୀ ଇନଡୋର ହଲର ଉଦଘାଟନ ହୋଇଛି । ଏହାସହ ଦେବଗଡ଼ରେ ହକି ପ୍ରଶିକ୍ଷଣ କେନ୍ଦ୍ର, କଟକ ଟେବୁଲ ଟେନିସ ଏକାଡେମୀ, ଭଦ୍ରକରେ ଇନଡୋର ସୁଇମିଂ ପୁଲ୍ ଓ କଟକରେ ଫୁଟବଲ ପ୍ରଶିକ୍ଷଣ କେନ୍ଦ୍ର, ରାଉରକେଲା ଜିମ୍ନାଷ୍ଟିକ ଏକାଡେମୀ, କେନ୍ଦ୍ରାପଡ଼ା ଜିଲ୍ଲା ଆଳିରେ ମହିଳା ଫୁଟବଲ ପ୍ରଶିକ୍ଷଣ କେନ୍ଦ୍ର, ରେମୁଣା, ବାଲିଗୁଡ଼ା, କରଞ୍ଜିଆ ଓ ଟିଟିଲାଗଡ଼ରେ ବହୁମୁଖୀ ଇନଡୋର ଷ୍ଟାଡିୟମର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଏହା ମଧ୍ୟ ପଢନ୍ତୁ: ବଦଳିବ ଓଡିଶାରେ ୨୧ଟି ରେଳ ଷ୍ଟେସନର ରୂପରେଖ

କାର୍ଯ୍ୟକ୍ରମରେ ଫାଇଭ-ଟି ଏବଂ ନବୀନ ଓଡ଼ିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ ସମେତ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା, ଭୁବନେଶ୍ୱର ମେୟର ସୁଲୋଚନା ଦାସ, ଉନ୍ନୟନ କମିଶନର ଅନୁ ଗର୍ଗ କଳିଙ୍ଗ ଷ୍ଟାଡିୟମରେ ଉପସ୍ଥିତ ଥିଲେ । କ୍ରୀଡ଼ା ସଚିବ ଭିନିଲ କୃଷ୍ନା ଓ ବହୁ କ୍ରୀଡ଼ାବିତ ମଧ୍ୟ ଉପସ୍ଥିତ ଥିଲେ । ଭିସି ଜରିଆରେ ୬୦ ସ୍ଥାନରୁ ଲୋକେ ସାମିଲ ହୋଇଥିଲେ ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.