ETV Bharat / state

ବଢିଲା ସ୍ଵାବଲମ୍ବୀ କାରିଗରଙ୍କ ପ୍ରାପ୍ୟ; ପାରିଶ୍ରମିକ ହେଲା ସାଢେ ୬ ହଜାର

author img

By ETV Bharat Odisha Team

Published : Feb 23, 2024, 3:50 PM IST

Odisha Govt Hikes Remuneration: ସ୍ଵାବଲମ୍ବୀ କାରିଗରଙ୍କ ପ୍ରାପ୍ୟ ବୃଦ୍ଧି । ପ୍ରାପ୍ୟ ବୃଦ୍ଧି ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପାରିଶ୍ରମିକ ୪,୦୦୦ ଟଙ୍କାରୁ ୬,୫୦୦ ଟଙ୍କାକୁ ବୃଦ୍ଧି ହୋଇଛି । ଅଧିକ ପଢନ୍ତୁ

Odisha govt
Odisha govt

ଭୁବନେଶ୍ବର: ସ୍ଵାବଲମ୍ବୀ କାରିଗରଙ୍କ ପ୍ରାପ୍ୟ ବୃଦ୍ଧି । ପ୍ରାପ୍ୟ ବୃଦ୍ଧି ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପାରିଶ୍ରମିକ ୪,୦୦୦ ଟଙ୍କାରୁ ୬,୫୦୦ ଟଙ୍କାକୁ ବୃଦ୍ଧି ହୋଇଛି । ୫ଟି ତଥା ନବୀନ ଓଡିଶା ଅଧ୍ୟକ୍ଷଙ୍କ ଜିଲ୍ଲା ଗସ୍ତ ସମୟରେ ପ୍ରାପ୍ୟ ବୃଦ୍ଧି ପାଇଁ ମିଳିଥିଲା ପ୍ରସ୍ତାବ ।

ରାଜ୍ୟର ଗ୍ରାମ ପଞ୍ଚାୟତ ମାନଙ୍କରେ କାମ କରୁଥିବା ସ୍ବାବଲମ୍ବୀ କାରିଗରଙ୍କର ପାରିଶ୍ରମିକ ବୃଦ୍ଧି ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ଆଜି ଘୋଷଣା କରିଛନ୍ତି । ସ୍ଵାବଲମ୍ବୀ କାରିଗରଙ୍କ ବର୍ତ୍ତମାନର ପାରିଶ୍ରମିକ ୪୦୦୦ ଟଙ୍କା ଥିବାବେଳେ ନୂତନ ପାରିଶ୍ରମିକ ୬୫୦୦ ଟଙ୍କାକୁ ବୃଦ୍ଧି ପାଇଛି । ଏହା ବର୍ତ୍ତମାନର ପାରିଶ୍ରମିକ ଠାରୁ ୬୨.୫୦ ପ୍ରତିଶତ ଅଧିକ । ଏହା ଦ୍ବାରା ରାଜ୍ୟର ୧୩ ହଜାର ସ୍ବାବଲମ୍ବୀ କାରିଗର ଉପକୃତ ହେବେ।

ଅଧିକ ପଢନ୍ତୁ- କ୍ୟାବିନେଟ ନିଷ୍ପତ୍ତି; 13 ବିଭାଗର 16 ପ୍ରସ୍ତାବକୁ ମୋହର

5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତ ସମୟରେ ବିଭିନ୍ନ ସ୍ଥାନରୁ ସ୍ବାବଲମ୍ବୀ କାରିଗର ଏବଂ ପ୍ରତିନିଧି ମାନଙ୍କ ଠାରୁ ଏଥିପାଇଁ ଅନୁରୋଧ ଓ ପ୍ରସ୍ତାବ ଆସିଥିଲା । 5T ଅଧ୍ୟକ୍ଷ ଏସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବା ପରେ ପାରିଶ୍ରମିକ ବୃଦ୍ଧି ପାଇଁ ନିଷ୍ପତ୍ତି ନିଆଯାଇଛି । ରାଜ୍ୟର ସମସ୍ତ ଗ୍ରାମକୁ ନିୟମିତ ସ୍ଵଚ୍ଛ ପାନୀୟ ଜଳ ଯୋଗାଇବା ତଥା ଜଳକଷ୍ଟ ଦୂର କରିବା ପାଇଁ ଗ୍ରାମ ପଞ୍ଚାୟତ ମାନଙ୍କରେ ଦୁଇ ଜଣ ଲେଖାଏଁ ସ୍ବାବଲମ୍ବୀ କାରିଗର ନିୟୋଜିତ ଅଛନ୍ତି । ସ୍ବାବଲମ୍ବୀ କାରିଗର ପାଇପ ଜଳ ଯୋଗାଣ, ରକ୍ଷଣାବେକ୍ଷଣ କରନ୍ତି । ଏହା ସହିତ ଟ୍ୟୁବ ୱେଲ ମରାମତି ପାଇଁ ନିରନ୍ତର ସେବା ଯୋଗାଇ ଆସୁଛନ୍ତି ।

ସୂଚନାଯୋଗ୍ୟଯେ ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରାଜ୍ୟ ସରକାର ସମସ୍ତ ବର୍ଗର ଲୋକଙ୍କୁ ଖୁସି କରିବା ପାଇଁ ପ୍ରତିଦିନ ନୂଆ ଘୋଷଣା କରିବାରେ ଲାଗିଛନ୍ତି । ଏହାସହ ସରକାରୀ କର୍ମଚାରୀ ପାଇଁ ମଧ୍ୟ ସରକାର ପଦକ୍ଷେପ ନେବାରେ ଲାଗିଛନ୍ତି । ଗତକାଲି କ୍ୟାବିନେଟରେ ମଧ୍ୟ ଏକାଧିକ ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.