ETV Bharat / state

ବଢିଲା ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ , ୩୫୨ରୁ ୪୫୦ଟଙ୍କାକୁ ବୃଦ୍ଧି

author img

By ETV Bharat Odisha Team

Published : Mar 14, 2024, 5:38 PM IST

Minimum Wage Hike
Minimum Wage Hike

Minimum Wage Hike: ବଢିଲା ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ । ଅଣକୁଶଳୀ, ଅର୍ଦ୍ଧ କୁଶଳୀ, କୁଶଳୀ ଓ ଅତ୍ୟନ୍ତ କୁଶଳୀ ଏହାଦ୍ବାରା ଉପକୃତ ହେବେ । ଅଧିକ ପଢନ୍ତୁ

ଭୁବନେଶ୍ବର: ବଢିଲା ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ । ଶ୍ରମିକଙ୍କ ମଜୁରୀ ବୃଦ୍ଧି କଲେ ରାଜ୍ୟ ସରକାର । 4 ଟି ବର୍ଗ ଯେପରିକି ଅଣକୁଶଳୀ, ଅର୍ଦ୍ଧ କୁଶଳୀ, କୁଶଳୀ ଓ ଅତ୍ୟନ୍ତ କୁଶଳୀ ଏହାଦ୍ବାରା ଉପକୃତ ହେବେ । ୪୫୦ଟଙ୍କା, ୫୦୦ଟଙ୍କା, ୫୫୦ଟଙ୍କା ଓ ୬୦୦ଟଙ୍କା ଅନୁସାରେ ମଜୁରୀ ବୃଦ୍ଧି ପାଇଛି । ଆଜି ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ରାଜ୍ୟ ସରକାର ଆଜି କାରିଗରଙ୍କ ସର୍ବନିମ୍ନ ମଜୁରୀରେ ବୃଦ୍ଧି କରିଥିବାରୁ ସେମାନେ ଖୁସି ବ୍ୟକ୍ତ କରିଛନ୍ତି । ଅଣକୁଶଳୀ ଶ୍ରମିକମାନଙ୍କ ମଜୁରୀ ୩୫୨ ଟଙ୍କାରୁ ୪୫୦ ଟଙ୍କାକୁ ବୃଦ୍ଧି କରାଯାଇଥିବାବେଳେ ଅର୍ଦ୍ଧକୁଶଳୀ ଶ୍ରମିକମାନଙ୍କ ମଜୁରୀ ୩୯୨ ଟଙ୍କାରୁ ୫୦୦ ଟଙ୍କାକୁ ବୃଦ୍ଧି ହୋଇଛି । ସେହିପରି କୁଶଳୀ ଶ୍ରମିକମାନଙ୍କ ମଜୁରୀ ୪୪୨ ଟଙ୍କାରୁ ୫୫୦ ଟଙ୍କାକୁ ଏବଂ ଅତ୍ୟନ୍ତ କୁଶଳୀ ଶ୍ରମିକମାନଙ୍କ କ୍ଷେତ୍ରରେ ସର୍ବନିମ୍ନ ମଜୁରୀ ୫୦୨ ଟଙ୍କାରୁ ୬୦୦ ଟଙ୍କାକୁ ବୃଦ୍ଧି କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଏହି ନିଷ୍ପତ୍ତି ଦ୍ବାରା ରାଜ୍ୟର ସରକାରୀ ଓ ବେସରକାରୀ କ୍ଷେତ୍ରରେ କାମ କରୁଥିବା ଲକ୍ଷ ଲକ୍ଷ ଶ୍ରମିକ ଉପକୃତ ହେବେ ।

ଗତ ବର୍ଷ ମଧ୍ୟ ମଜୁରୀ ବଢାଇଥିଲେ ରାଜ୍ୟ ସରକାର । ଅତ୍ୟାବଶ୍ୟକୀୟ ସାମଗ୍ରୀର ଦରବୃଦ୍ଧିକୁ ଦୃଷ୍ଟିରେ ରଖି 12 ଟଙ୍କା ମଜୁରୀ ବୃଦ୍ଧି କରିଥିଲେ ସରକାର । ଏନେଇ ଶ୍ରମ ଆୟୁକ୍ତଙ୍କ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଥିଲା । ଅଣକୁଶଳୀ ଶ୍ରମିକଙ୍କ ମଜୁରୀ 333ରୁ 345 ଟଙ୍କାକୁ ବୃଦ୍ଧି କରାଯାଇଥିଲା । ଅର୍ଦ୍ଧକୁଶଳୀ ଶ୍ରମିକଙ୍କ ମଜୁରୀ 373ରୁ 385 ଟଙ୍କାକୁ ବୃଦ୍ଧି ହୋଇଥିଲା । ସେହିପରି କୁଶଳୀ ଶ୍ରମିକଙ୍କ ମଜୁରୀ 423ରୁ 435 ଟଙ୍କାକୁ ବୃଦ୍ଧି ପାଇଥିଲା । ଅତି କୁଶଳୀ ଶ୍ରମିକଙ୍କ ମଜୁରୀ 483ରୁ 495 ଟଙ୍କାକୁ ବୃଦ୍ଧି କରିଥିଲେ ରାଜ୍ୟ ସରକାର ।

ଏହା ମଧ୍ୟ ପଢନ୍ତୁ...ନିର୍ବାଚନ ପୂର୍ବରୁ ବଢିଲା କନିଷ୍ଠ ଶିକ୍ଷକ ବେତନ, ମିଳିବ ମାସିକ 20 ହଜାର

ବର୍ତ୍ତମାନ ନିର୍ବାଚନ ପୂର୍ବରୁ ସବୁ ବର୍ଗଙ୍କୁ ଭେଟି ଦେଉଛନ୍ତି ରାଜ୍ୟ ସରକାର । ଆଜି(ଗୁରୁବାର) ରାଜ୍ୟ କର୍ମଚାରୀଙ୍କ ଡିଏ (ମହଙ୍ଗା ଭତ୍ତା) ବଢ଼ାଇଛନ୍ତି ସରକାର । ସରକାରୀ କର୍ମଚାରୀ ଏବଂ ପେନସନ ଭୋଗୀମାନଙ୍କର ଡିଏ ଏବଂ ଟିଆଇ ବୃଦ୍ଧି ଘୋଷଣା କରାଯାଇଛି । 4 ପ୍ରତିଶତ ଡିଏ ବୃଦ୍ଧି କରାଯାଇଛି । ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା 46ରୁ 50 ପ୍ରତିଶତକୁ ବୃଦ୍ଧି କରାଯାଇଛି । ଏହା ଗତ ଜାନୁଆରୀ ମାସରୁ ପିଛିଲା ଭାବେ ଲାଗୁ ହେବ । ଏହାର ଫାଇଦା ଉଭୟ ସରକାରୀ କର୍ମଚାରୀ ଏବଂ ପେନସନଧାରୀ ପାଇବେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.