ETV Bharat / state

ସରକାରୀ କର୍ମଚାରୀଙ୍କୁ ରାଜ୍ୟ ସରକାରଙ୍କ ଭେଟି, ମହଙ୍ଗା ଭତ୍ତା ୪ ପ୍ରତିଶତ ବୃଦ୍ଧି

author img

By ETV Bharat Odisha Team

Published : Mar 14, 2024, 2:47 PM IST

Updated : Mar 14, 2024, 3:41 PM IST

Dearness Allowance Hike: ରାଜ୍ୟ ସରକାରୀ କର୍ମଚାରୀଙ୍କ ବଢ଼ିଲା ମହଙ୍ଗା ଭତ୍ତା । 4 ପ୍ରତିଶତ ବଢ଼ାଇଲେ ରାଜ୍ୟ ସରକାର । ଅଧିକ ପଢନ୍ତୁ,

Dearness Allowance Hike
Dearness Allowance Hike

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ ଘୋଷଣା । ରାଜ୍ୟ ସରକାରୀ କର୍ମଚାରୀଙ୍କୁ ଭେଟି ଦେଲେ ସରକାର । ରାଜ୍ୟ କର୍ମଚାରୀଙ୍କ ଡିଏ(ମହଙ୍ଗା ଭତ୍ତା) ବଢ଼ାଇଲେ ସରକାର । ଆଜି(ଗୁରୁବାର) ସରକାରୀ କର୍ମଚାରୀ ଏବଂ ପେନସନ ଭୋଗୀମାନଙ୍କର ଡିଏ ଏବଂ ଟିଆଇ ବୃଦ୍ଧି ଘୋଷଣା କରାଯାଇଛି । 4 ପ୍ରତିଶତ ଡିଏ ବୃଦ୍ଧି କରାଯାଇଛି । ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା 46ରୁ 50 ପ୍ରତିଶତକୁ ବୃଦ୍ଧି କରାଯାଇଛି । ଏହା ଗତ ଜାନୁଆରୀ ମାସରୁ ପିଛିଲା ଭାବେ ଲାଗୁ ହେବ । ଏହାର ଫାଇଦା ଉଭୟ ସରକାରୀ କର୍ମଚାରୀ ଏବଂ ପେନସନଧାରୀ ପାଇବେ ।

46ରୁ 50 ପ୍ରତିଶତକୁ ବୃଦ୍ଧି: ମହଙ୍ଗା ଭତ୍ତା ବୃଦ୍ଧି ହୋଇ 46ରୁ 50 ପ୍ରତିଶତ ହୋଇଯାଇଛି । 4 ଲକ୍ଷ 5 ହଜାର ରାଜ୍ୟ ସରକାରୀ କର୍ମଚାରୀ ଏଥିରେ ଉପକୃତ ହେବେ । ଏହା ସହିତ 3 ଲକ୍ଷ 50 ହଜାର ପେନସନଭୋଗୀ ବର୍ଦ୍ଧିତ ମହଙ୍ଗା ଭତ୍ତାରୁ ଉପକୃତ ହେବେ । ଜାନୁଆରୀ 1ରୁ ପିଛିଲା ଭାବେ ଡିଏ ବା ମହଙ୍ଗା ଭତ୍ତା ଲାଗୁ ହେବ । ନିର୍ବାଚନ ପୂର୍ବରୁ ସବୁ ବର୍ଗର ଲୋକଙ୍କୁ ନବୀନ ପଟ୍ଟନାୟକ ଖୁସି କରାଯାଉଥିବା ବେଳେ ଆଜି ସରକାରୀ କର୍ମଚାରୀ ଏବଂ ପେନସନଧାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି କରିଛନ୍ତି । ଏହି ବଡ ଉପହାର ଆକାରରେ ମହାଙ୍କା ଭତ୍ତା ବୃଦ୍ଧି ପରେ ସରକାରୀ କର୍ମଚାରୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।

ଏହା ମଧ୍ୟ ପଢନ୍ତୁ: ସରକାରୀ କର୍ମଚାରୀଙ୍କୁ ରଜ ଭେଟି; ୪ ପ୍ରତିଶତ ବଢ଼ିଲା ମହଙ୍ଗା ଭତ୍ତା

ଏହା ମଧ୍ୟ ପଢନ୍ତୁ: ସରକାରୀ କର୍ମଚାରୀଙ୍କୁ ଦଶହରା ଭେଟି, 4 ପ୍ରତିଶତ ବଢିଲା ମହଙ୍ଗା ଭତ୍ତା

ଦଶହରା ଭେଟି ଦେଇଥିଲେ ରାଜ୍ୟ ସରକାର: ଏହା ପୂର୍ବରୁ ଦଶହରା ସମୟରେ ରାଜ୍ୟ ସରକାରୀ କର୍ମଚାରୀଙ୍କୁ ପୂଜା ଭେଟି ଦେଇଥିଲେ ସରକାର । ଅକ୍ଟୋବର 20 ତାରିଖରେ ରାଜ୍ୟ ସରକାରଙ୍କ ପକ୍ଷରୁ 4 ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି କରାଯାଇଥିଲା । 42 ପ୍ରତିଶତରୁ ମହଙ୍ଗା ଭତ୍ତା ବଢି 46 ପ୍ରତିଶତ ହୋଇଥିଲା । ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା ଜୁଲାଇ 1ରୁ ପିଛିଲା ଭାବେ ଲାଗୁ ହୋଇଥିଲା । ଅକ୍ଟୋବର ମାସ ଦରମାରେ ନଗଦ ଆକାରରେ ଦରମା ମିଳିଥିଲା ।

ପ୍ରକାଶଥାଉକି, କେନ୍ଦ୍ର ସରକାର ମହଙ୍ଗା ଭତ୍ତା ବୃଦ୍ଧି କରିବା ପରେ ରାଜ୍ୟ ସରକାର ବୃଦ୍ଧି କରିଥିଲେ । ଗତ ଅକ୍ଟୋବର 18 ତାରିଖରେ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତା ବୃଦ୍ଧି ନେଇ କ୍ୟାବିନେଟରେ ନିଷ୍ପତ୍ତି ହୋଇଥିଲା । ପେନସନଧାରୀଙ୍କ ମହଙ୍ଗା ସହାୟତା 4% ବୃଦ୍ଧିକୁ ମଞ୍ଜୁରୀ ମିଳିଥିଲା । 42 ପ୍ରତିଶତ ଥିବାବେଳେ ଏହାକୁ 46 ପ୍ରତିଶତକୁ ବଢ଼ାଇ ଦିଆଯାଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Mar 14, 2024, 3:41 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.