ETV Bharat / state

ଜିଲ୍ଲାପାଳ ଅଫିସ ଆଗରେ କାଜୁ ବାଡ଼ ମାଲିକଙ୍କ ଆନ୍ଦୋଳନ

author img

By ETV Bharat Odisha Team

Published : Feb 21, 2024, 10:51 AM IST

କାଜୁ ବାଡ଼ ମାଲିକଙ୍କ ଆନ୍ଦୋଳନ, ଅଭିଯୁକ୍ତଙ୍କ ଗିରଫକୁ ନେଇ ଦାବି
କାଜୁ ବାଡ଼ ମାଲିକଙ୍କ ଆନ୍ଦୋଳନ, ଅଭିଯୁକ୍ତଙ୍କ ଗିରଫକୁ ନେଇ ଦାବି

Cashew Farmers Strike In Gajapati: ଆନ୍ଦୋଳନକୁ ଓଲ୍ଲାଇଛନ୍ତି କାଜୁ ବାଡ ମାଲିକ । ଜାମିନବିହୀନ ଗିରଫ ପରୱାନାକୁ କାର୍ଯ୍ୟକାରୀ କରିବା ସହ ତୁରନ୍ତ ୱାରେଣ୍ଟିମାନଙ୍କୁ ଗିରଫ କରିବା ରହିଛି ଦାବି । ଅଧିକ ପଢ଼ନ୍ତୁ

କାଜୁ ବାଡ଼ ମାଲିକଙ୍କ ଆନ୍ଦୋଳନ, ଅଭିଯୁକ୍ତଙ୍କ ଗିରଫକୁ ନେଇ ଦାବି

ପାରଳାଖେମୁଣ୍ଡି: ଆନ୍ଦୋଳନକୁ ଓହ୍ଲାଇଛନ୍ତି କାଜୁ ବାଡ଼ ମାଲିକ । ଗଜପତି ଜିଲ୍ଲାର ଖାଣ୍ଡବା ଅଞ୍ଚଳରେ ଥିବା କାଜୁ ବାଡକୁ ନେଇ ଆଦିବାସୀ ଏବଂ ଅଣଆଦିବାସୀଙ୍କ ମଧ୍ୟରେ ଦେଖାଦେଇଛି ବିବାଦ । ସେନେଇ ମଙ୍ଗଳବାର କାଜୁ ବାଡ ମାଲିକମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି । ଜାମିନବିହୀନ ଗିରଫ ପରୱାନାକୁ କାର୍ଯ୍ୟକାରୀ କରିବା ସହ ତୁରନ୍ତ ୱାରେଣ୍ଟିମାନଙ୍କୁ ଗିରଫ କରିବା ଦାବି ନେଇ ସେମାନେ ଆନ୍ଦୋଳନ କରିଛନ୍ତି । ଗୋଟିଏ ନିର୍ଦ୍ଧିଷ୍ଟ ଆଦିବାସୀ ଗୋଷ୍ଠୀ ତାଙ୍କର ଅମଳ ହେଉଥିବା କାଜୁ ଫସଲକୁ ଜୋର ଜବରଦସ୍ତି ନେଇଯାଉଛନ୍ତି । ଫଳରେ କାଜୁ ଫସଲ ମାଲିକଙ୍କ ପୈତୃକ ଜମି ହୋଇ ମଧ୍ୟ ସେମାନଙ୍କୁ ଫସଲ ମିଳୁନଥିବା ଅଭିଯୋଗ କରିଛନ୍ତି ।

ଗଜପତି ଜିଲ୍ଲା କାଶୀନଗର ଥାନା ଅନ୍ତର୍ଗତ ଖାଣ୍ଡବା ଅଞ୍ଚଳରେ ଥିବା କାଜୁ ବାଡକୁ ନେଇ ଆଦିବାସୀ ଏବଂ ଅଣଆଦିବାସୀଙ୍କ ମଧ୍ୟରେ ଦୀର୍ଘ ଦିନ ହେଲା ବିବାଦ ଲାଗି ରହିଥିଲା । ଫଳରେ କାଜୁ ବାଡ ମାଲିକମାନେ ବିଭିନ୍ନ ପ୍ରକାରର ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି । ସେମାନଙ୍କ କହିବା ଅନୁଯାୟୀ, ଏହାର ପ୍ରତିବାଦ କଲେ ସେମାନଙ୍କ ଉପରେ ସଂଘବଦ୍ଧ ଆକ୍ରମଣ କରାଯାଉଛି । ଏହାକୁ ନେଇ ଅନେକ ଥର ପ୍ରଶାସନ ଶାନ୍ତି କମିଟି ମାଧ୍ୟମରେ ସମାଧାନ କରିବାକୁ ଚେଷ୍ଟା ମଧ୍ୟ କରିଛନ୍ତି । ହେଲେ ଜୋର ଜବରଦସ୍ତି କରୁଥିବା ନିର୍ଦ୍ଧିଷ୍ଟ ଗୋଷ୍ଠୀ କୌଣସି ସହଯୋଗ କରୁନାହାନ୍ତି । ବାଧ୍ୟ ହୋଇ ଅଦାଲତର ଆଶ୍ରୟ ନେବା ପରେ ଅଦାଲତ ଏଭଳି ବିଶୃଙ୍ଖଳାକାରୀଙ୍କ ବିରୁଦ୍ଧରେ ଜାମିନବିହୀନ ଗିରଫ ପରୱାନା ଜାରି କରିଛନ୍ତି । କୋର୍ଟଙ୍କ ନିର୍ଦ୍ଦେଶ ଥିଲେ ମଧ୍ୟ ସେମାନେ ଖୋଲାରେ ବୁଲିବା ସହିତ ସେହିଭଳି ହଇରାଣ କରୁଥିବା ଅଭିଯୋଗ କରାଯାଇଛି । ସେହି ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରି ସେମାନଙ୍କୁ ଗିରଫ କରିବା ପାଇଁ ଦାବି କରି ଅଣଆଦିବାସୀମାନେ ଧାରଣା ଦେଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ପାନୀୟ ଜଳ ସମେତ ବିଭିନ୍ନ ସମସ୍ୟାର ସମାଧାନ ଦାବି; ଜନ ଅଧିକାର ପଦଯାତ୍ରାରେ ସମାଜସେବୀ

ଆଉ ଅଳ୍ପ କିଛି ଦିନ ପରେ କାଜୁ ଅମଳ ହେବାକୁ ଥିବାରୁ ସେମାନଙ୍କୁ ଗିରଫ କରାନଗଲେ ସେମାନେ ପୁଣିଥରେ ବିଶୃଙ୍ଖଳା ସୃଷ୍ଟି କରିବା ସମ୍ଭାବନା ରହିଥିବା ଅଣଆଦିବାସୀମାନେ କହିଛନ୍ତି । ସୂଚନା ଅନୁଯାୟୀ, କାଶୀନଗର ତହସିଲର ଖାଣ୍ଡବା ଆର.ଆଇ ସର୍କଲ ଅନ୍ତର୍ଗତ ଆରମଡା ମୌଜାର ପ୍ରାୟ ୧୨୦ ଏକର ବିସ୍ତାରିତ ଜମିଗୁଡିକରେ ଏକ ନିର୍ଦ୍ଧିଷ୍ଟ ଗୋଷ୍ଠୀର ଆଦିବାସୀ ଲୋକ ପ୍ରତିବର୍ଷ କାଜୁ ବାଡରେ ପ୍ରବେଶ କରି ଫସଲ ଅମଳ କରୁଥିବା ଅଭିଯୋଗ ହୋଇଛି । ଅଭିଯୋଗ କରିଥିବା ଅଣଆଦିବାସୀ ଲୋକଙ୍କୁ ଆଦିବାସୀମାନେ ଆକ୍ରମଣ କରିଥିବା ଏବଂ ତାଙ୍କ ପୈତୃକ ଜମି ହୋଇଥିଲେ ମଧ୍ୟ ସେମାନେ କୌଣସି ଫସଲ ପାଇପାରୁନଥିବା କହିଛନ୍ତି । ସେନେଇ ଆଗରୁ ଅଭିଯୋଗ କରାଯାଇଥିଲେ ମଧ୍ୟ କିଛି ଫଳପ୍ରଦ ନହେବାରୁ ସେମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି । ଯଦି ତାଙ୍କ ସମସ୍ୟାର ସମାଧାନ ନକରାଯାଏ ତେବେ ସେମାନେ ଆତ୍ମହୂତି ଦେବାର ଚେତାବନୀ ଦେଇଛନ୍ତି ।

ଇଟିଭି ଭାରତ, ଗଜପତି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.