ETV Bharat / state

ପାନୀୟ ଜଳ ସମେତ ବିଭିନ୍ନ ସମସ୍ୟାର ସମାଧାନ ଦାବି; ଜନ ଅଧିକାର ପଦଯାତ୍ରାରେ ସମାଜସେବୀ

author img

By ETV Bharat Odisha Team

Published : Feb 20, 2024, 2:16 PM IST

Social workers protest in Boudh: ବୌଦ୍ଧ ଜିଲ୍ଲାରେ ବିଭିନ୍ନ ସମସ୍ୟାର ସମାଧାନ ନେଇ ଜନ ଅଧିକାର ପଦଯାତ୍ରାରେ ଯୁବ ସମାଜସେବୀ । ଅଧିକ ପଢନ୍ତୁ,

Social workers protest
Social workers protest

ପାନୀୟ ଜଳ ସମସ୍ୟାର ସମାଧାନ ଦାବି; ଜନ ଅଧିକାର ପଦଯାତ୍ରାରେ ସମାଜସେବୀ

ବୌଦ୍ଧ: ଜନ ଅଧିକାର ପଦଯାତ୍ରାରେ ସମାଜସେବୀ । ବିଭିନ୍ନ ସମସ୍ୟା ନେଇ ବୌଦ୍ଧ ଜିଲ୍ଲାର ତଳଗାଁ ପଞ୍ଚାୟତରେ ଜନ ସଚେତନତା ସୃଷ୍ଟି ସହିତ ୧୧ ଦଫା ଦାବିରେ ପଦଯାତ୍ରା କରିଛନ୍ତି ଯୁବ ସମାଜସେବୀ । ଜିଲ୍ଲାର ବାଇଶି ଗୋଟି ପଞ୍ଚାୟତର ବିଭିନ୍ନ ଅଞ୍ଚଳରେ ସରକାରୀ ଯୋଜନା ଅପହଞ୍ଚ ହୋଇ ରହିଛି । ଏନେଇ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ଶେଷରେ ଯୁବ ସମାଜସେବୀ ନିଆରା ଢଙ୍ଗରେ ଏସବୁ ସମସ୍ୟାର ସମାଧାନ ପାଇଁ ଜନ ଅଧିକାର ପଦଯାତ୍ରା କରିଛନ୍ତି । ପାନୀୟ ଜଳ ମିଳୁନଥିବାରୁ ଲୋକେ ଦୂଷିତ ଜଳ ବ୍ୟବହାର କରି ମାରାତ୍ମକ କିଡନୀ ରୋଗର ଶିକାର ହେଉଥିବା ସଙ୍ଗୀନ ଅଭିଯୋଗ ହୋଇଛି ।

ବୌଦ୍ଧ ଜିଲ୍ଲାର ବାଇଶି ଗୋଟି ପଞ୍ଚାୟତକୁ ନେଇ ଗଠିତ ହୋଇଛି ହରଭଙ୍ଗା ବ୍ଲକ । ମହାନଦୀ କୂଳରେ ଅବସ୍ଥିତ ଏହି ହରଭଙ୍ଗା ବ୍ଲକ ବହୁବିଧ ସମସ୍ୟା ଘେରରେ ରହିଥିବା ଅଭିଯୋଗ ହୋଇଛି । ଏନେଇ ବାରମ୍ବାର ଜନ ଆନ୍ଦୋଳନ ଅନୁଷ୍ଠିତ ହୋଇଛି । ହେଲେ କୌଣସି ସୁଫଳ ମିଳିପାରିନାହିଁ । ମହାନଦୀ କୂଳରେ ଅବସ୍ଥିତ ବ୍ଲକର ବିଭିନ୍ନ ପଞ୍ଚାୟତରେ ପାନୀୟଜଳର ଉତ୍କଟ ସମସ୍ୟା ଦୀର୍ଘ ବର୍ଷ ହେଲା ଲାଗି ରହିଛି । ପାନୀୟଜଳ ସମସ୍ୟା ‌‌‌‌‌ହେତୁ ବ୍ଲକର ବିଭିନ୍ନ ଅଞ୍ଚଳର ଅଧିବାସୀ ଦୂଷିତ ପାନୀୟଜଳ ବ୍ୟବହାର କରି ମାରାତ୍ମକ କିଡନୀ ରୋଗର ଶିକାର ହେଉଛନ୍ତି ।

ଏହା ମଧ୍ୟ ପଢନ୍ତୁ - ଜମିପଟ୍ଟା ପାଇଁ ଜିଲ୍ଲାପାଳ ଅଫିସ ଆଗରେ ଭୂମିହୀନଙ୍କ ଆନ୍ଦୋଳନ

ଏହା ମଧ୍ୟ ପଢନ୍ତୁ- କେନ୍ଦ୍ରର ପ୍ରସ୍ତାବକୁ କୃଷକ ସଂଗଠନର ପ୍ରତ୍ୟାଖାନ, ବୁଧବାରରୁ ବ୍ୟାପକ ହେବ ଆନ୍ଦୋଳନ

ସେହିପରି ମହାନଦୀ କୂଳରେ ଥାଇ ମଧ୍ୟ କୌଣସି ବୃହତ ଜଳସେଚନ ପ୍ରକଳ୍ପ ନିର୍ମାଣ ହୋଇନଥିବା ଯୋଗୁଁ ଅଧିକାଂଶ ଅଞ୍ଚଳର ଚାଷୀମାନଙ୍କ ଜମିକୁ ଜଳସେଚନ ହୋଇ ପାରିନାହିଁ । ବାରମ୍ବାର ହରଭଙ୍ଗା ବ୍ଲକର ବିଭିନ୍ନ ସମସ୍ୟା ସମାଧାନ ଦିଗରେ ନିର୍ବାଚିତ ଜନ ପ୍ରତିନିଧି ତଥା ଜିଲ୍ଲା ପ୍ରଶାସନ ଫେଲ ମାରିଥିବା ଅଭିଯୋଗ ହୋଇ ଆସୁଛି । ଏହାକୁ ନେଇ ବୌଦ୍ଧ ଜିଲ୍ଲାର ଯୁବ ସମାଜସେବୀ ବିକାଶ ମହାକୁଡ଼ଙ୍କ ନେତୃତ୍ବରେ ଗତ ୧୫ ତାରିଖ ଜିଲ୍ଲାର ତଳଗାଁ ପଞ୍ଚାୟତ ଠାରୁ ଜନ ଅଧିକାର ପଦଯାତ୍ରାରେ ଏଗାର ଦଫା ଦାବି ନେଇ ପଦଯାତ୍ରାରେ ବାହାରିଛନ୍ତି । ଏଥିସହ ହରଭଙ୍ଗା ବ୍ଲକର ବିଭିନ୍ନ ଅଞ୍ଚଳର ସମସ୍ୟାର ସମାଧାନ ନ ହେବା ପର୍ଯ୍ୟନ୍ତ ଏଭଳି ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.