ETV Bharat / state

ଚାଲୁଥିଲା ଅଚାନକ ଟିପ୍ପରର ଛିଣ୍ଡିଗଲା ଷ୍ଟିଅରିଂ, ଅଳ୍ପକେ ବର୍ତ୍ତିଲେ ୫୦ ଯାତ୍ରୀ

author img

By ETV Bharat Odisha Team

Published : Feb 18, 2024, 3:31 PM IST

ଯାତ୍ରୀବାହୀ ବସକୁ ଧକ୍କା ଦେଲା ଟିପ୍ପର
ଯାତ୍ରୀବାହୀ ବସକୁ ଧକ୍କା ଦେଲା ଟିପ୍ପର

Road Accident In Dhenkanal: ଯାତ୍ରୀବାହୀ ବସକୁ ଧକ୍କା ଦେଲା ଟିପ୍ପର । ଅଳ୍ପକେ ବର୍ତ୍ତିଲେ 50 ଯାତ୍ରୀ । ଅଧିକ ପଢ଼ନ୍ତୁ

ଯାତ୍ରୀବାହୀ ବସକୁ ଧକ୍କା ଦେଲା ଟିପ୍ପର

ଢେଙ୍କାନାଳ: କଥାରେ ଅଛି ଯାହାକୁ ରଖିବେ ଅନନ୍ତ କି ପାରିପାରେ ବଳବନ୍ତ । ଯାହାର ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି ଢେଙ୍କାନାଳରେ । ଯେଉଁଠି ଏକ ଯାତ୍ରୀବାହୀ ବସକୁ ଧକ୍କା ଦେଇଥିଲା ଏକ ଟିପ୍ପର । ତେବେ ଟିପ୍ପର ଡ୍ରାଇଭରଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ସୌଭାଗ୍ୟ ବଶତଃ ବସ ଏହି ଦୁର୍ଘଟଣାର ଶିକାର ହୋଇଥିଲେ ମଧ୍ୟ କୌଣସି ବଡ଼ ଧରଣର କ୍ଷୟକ୍ଷତି ହେବା ପୂର୍ବରୁ ଅଳ୍ପକେ ବର୍ତ୍ତି ଯାଇଛି । ବଞ୍ଚିଯାଇଛି ପାଖାପାଖି 50 ଜଣଙ୍କ ଜୀବନ । ବସରେ ଥିବା ଦୁଇ ତିନିଜଣ ଯାତ୍ରୀ ଅତି ସାମାନ୍ୟ ଆହତ ଥିଲେ ମଧ୍ୟ ପ୍ରାୟ ସମସ୍ତ ଯାତ୍ରୀ ସୁରକ୍ଷିତ ଓ ବିପଦମୁକ୍ତ ରହିଥିବା ଜଣାପଡିଛି ।

ସୂଚନା ମୁତାବକ, ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା ଅନ୍ତର୍ଗତ କମଗରା ଗାଁ ବ୍ରାହ୍ମଣୀ ନଦୀ ବ୍ରିଜ ଉପରେ କାମାକ୍ଷାନଗର ଆଡକୁ ଦ୍ରୁତ ବେଗରେ ଯାଉଥିବା ଏକ ଟିପ୍ପରର ଅଚାନକ ଷ୍ଟିଅରିଂ ଛିଣ୍ଡି ଯାଇଥିଲା । ଠିକ ସେହି ସମୟରେ ବିପରୀତ ଦିଗ କାମାକ୍ଷାନଗର ଆଡୁ ଗୋପୀନାଥ ନାମକ ଏକ ଯାତ୍ରୀବାହୀ ବସ ଆସୁଥିଲା । ସେପଟେ ଷ୍ଟିଅରିଂ ଛିଡ଼ି ଯିବାରୁ ଟିପ୍ପର ଡ୍ରାଇଭର ଜଣଙ୍କ ନିୟନ୍ତ୍ରଣ ବାହାରକୁ ଚାଲି ଯାଇ ବସକୁ ଧକ୍କା ଦେଇଥିଲା । ମାତ୍ର ଟିପ୍ପର ଡ୍ରାଇଭରର ଗିଅର ମାଧ୍ୟମରେ ହିଁ ଟ୍ରକର ବେଗକୁ ଆୟତ୍ତ କରିବାରୁ ବସ ସହିତ ଧକ୍କା ହୋଇଥିଲେ ମଧ୍ୟ ବ୍ରାହ୍ମଣୀ ବ୍ରିଜ ଉପରୁ ଏକ ବଡ଼ ଧରଣର ବିପଦରୁ ଟଳି ଯାଇଥିବା ଜଣାପଡିଛି । ବସର ପାର୍ଶ୍ୱରେ ଧକ୍କା ହୋଇଥିବାରୁ ଭଙ୍ଗାରୁଜା ହୋଇଥିଲେ ମଧ୍ୟ ଯାତ୍ରୀମାନେ ସୁରକ୍ଷିତ ଥିବା ଜଣାପଡିଛି ।

ଏହା ମଧ୍ୟ ପଢ଼ନ୍ତୁ....ଖେଳାଳିଙ୍କ ବସକୁ ଧକ୍କା ଦେଲା ଟ୍ରକ; 4 ମୃତ, 10 ଆହତ

ଏହା ମଧ୍ୟ ପଢ଼ନ୍ତୁ.....ସ୍କୁଟିକୁ ମୁହାଁମୁହିଁ ଧକ୍କା ଦେଲା ବସ୍, 2 ମୃତ

ତେବେ ବସରେ ୫୦ରୁ ଊର୍ଦ୍ଧ୍ବ ଯାତ୍ରୀ ଥିଲେ । ଯାତ୍ରୀଙ୍କ ମଧ୍ୟରୁ ୨ ଜଣ ସାମାନ୍ୟ ଆହତ ହୋଇଥିବା ବେଳେ ଅନ୍ୟ ସମସ୍ତେ ସୁରକ୍ଷିତ ଥିବା ଜଣାପଡିଛି । ଏହି ବସଟି ଯାଜପୁର ଜିଲ୍ଲା ଟାଟା ମାଇନ୍ସ ଅଞ୍ଚଳରୁ କାମାକ୍ଷାନଗର ଓ ଢେଙ୍କାନାଳ ଦେଇ ଭୁବନେଶ୍ୱର ଯାଉଥିବା ବେଳେ ଦୁର୍ଘଟଣା ଘଟିଛି । ତେବେ ଦୁର୍ଘଟଣା ପରେ ରାସ୍ତାର ଉଭୟ ପାର୍ଶ୍ୱରେ ଶତାଧିକ ଯାନବାହାନ ଅଟକ ରହିଥିବା ଦେଖିବାକୁ ମିଳିଥିଲା । ଖବର ପାଇ ଘଟଣା ସ୍ଥଳରେ ତୁମୁସିଙ୍ଗା ପୋଲିସ ପହଞ୍ଚି ଟ୍ରାଫିକ ନିୟନ୍ତ୍ରଣ କରିବା ସହ ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବେ ଅନ୍ୟ ଗାଡିରେ ସେମାନଙ୍କ ଗନ୍ତବ୍ୟସ୍ଥଳକୁ ପଠାଇଥିବା ସୂଚନା ମିଳିଛି ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.