ETV Bharat / state

ରାଜ୍ୟପାଳଙ୍କୁ ଭୋଟ ଭାବେ ବ୍ୟବହାର କରୁଛନ୍ତି ରାଜ୍ୟ ସରକାର: ନରସିଂହ ମିଶ୍ର

author img

By ETV Bharat Odisha Team

Published : Feb 5, 2024, 9:05 PM IST

ରାଜ୍ୟପାଳଙ୍କୁ ଭୋଟ ଭାବେ ବ୍ୟବହାର କରୁଛନ୍ତି ରାଜ୍ୟ ସରକାର: ନରସିଂହ ମିଶ୍ର
ରାଜ୍ୟପାଳଙ୍କୁ ଭୋଟ ଭାବେ ବ୍ୟବହାର କରୁଛନ୍ତି ରାଜ୍ୟ ସରକାର: ନରସିଂହ ମିଶ୍ର

Budget Session of Odisha Assembly: ବିଧାନସଭାରେ ଅଭିଭାଷଣ ରଖିବା ବେଳେ ରାଜ୍ୟପାଳ ରଘୁବର ଦାସ ରାଜ୍ୟ ବିକାଶର ଗୋଲାପୀ ଚିତ୍ର ରଖିଛନ୍ତି । ଏହାକୁ ବିରୋଧ କରି ଗୃହ ତ୍ୟାଗ କରିଛନ୍ତି କଂଗ୍ରେସ ବିଧାୟକ । ଅଧିକ ପଢନ୍ତୁ

ରାଜ୍ୟପାଳଙ୍କୁ ଭୋଟ ଭାବେ ବ୍ୟବହାର କରୁଛନ୍ତି ରାଜ୍ୟ ସରକାର: ନରସିଂହ ମିଶ୍ର

ଭୁବନେଶ୍ୱର: ବିଧାନସଭାରେ ଅଭିଭାଷଣ ରଖିଛନ୍ତି ରାଜ୍ୟପାଳ ରଘୁବର ଦାସ । ରାଜ୍ୟ ବିକାଶର ଗୋଲାପୀ ଚିତ୍ର ରଖିଛନ୍ତି ରାଜ୍ୟପାଳ । ଏହାକୁ ବିରୋଧ କରି ଗୃହ ତ୍ୟାଗ କରିଛନ୍ତି କଂଗ୍ରେସ ବିଧାୟକ । ରାଜ୍ୟପାଳଙ୍କୁ ରାଜ୍ୟ ସରକାର ଭାଟ ଭାବେ ବ୍ୟବହାର କରୁଥିବା ଅଭିଯୋଗ କରିଛନ୍ତି କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ।

ନରସିଂହ ମିଶ୍ର କହିଛନ୍ତି ଯେ, ପୁରୁଣା କାଳରେ ରାଜା ମହାରାଜା ମାନେ ନିଜ ପ୍ରଶଂସା କରିବା ପାଇଁ ଭାଟ ନିଯୁକ୍ତି କରିଥାନ୍ତି । ସେମିତି ଓଡ଼ିଶା ସରକାର ରାଜ୍ୟପାଳଙ୍କୁ ବ୍ୟବହାର କରୁଛି । ଏହା ଦୁଃଖଦାୟକ । ଯେଉଁ ତଥ୍ୟ ରାଜ୍ୟପାଳ ଦେଇଛନ୍ତି, ଏ ସବୁ ତଥ୍ୟ ଠିକ ନୁହେଁ । ଅନେକ ଭୁଲ ଅଛି । 3 ଜାନୁଆରୀରେ ମୁଖ୍ୟମନ୍ତ୍ରୀ ଲୋୟର ସୁକତେଲ ପ୍ରକଳ୍ପ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ । ସେତେବେଳେ କହିଥିଲି ଯେଉଁ ପ୍ରକଳ୍ପ ମାଧ୍ୟମରେ ଜମିକୁ ପାଣି ଯାଉନାହିଁ । ଅର୍ଥାତ ଯେଉଁ ପ୍ରକଳ୍ପ ସଂପୂର୍ଣ୍ଣ ହୋଇନି ତାକୁ ଉଦଘାଟନ କରୁଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟପାଳ ବକ୍ତବ୍ୟରେ କହିଲେ ପ୍ରକଳ୍ପ ଉଦଘାଟନ ହୋଇଛି । ଜମିକୁ ପାଣି ଯାଇଛି । କିନ୍ତୁ ଏହା ମିଛ କଥା ।

ଅଧିକ ପଢନ୍ତୁ- ନବୀନ ସରକାରର ଶେଷ ଅଧିବେଶନ; ରାଜ୍ୟପାଳଙ୍କ ମୁହଁରେ ରାଜ୍ୟ ବିକାଶର ଗୋଲାପୀ ଚିତ୍ର

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆଗାମୀ ଦିନର ସ୍ବପ୍ନ କଥା ରାଜ୍ୟପାଳ କହିବା କଥା । କିନ୍ତୁ ଗୋଟିଏ ବି ଶବ୍ଦ ନାହିଁ ଆଗାମୀ ସ୍ବପ୍ନକୁ ନେଇ କହିଲେ ନାହିଁ ରାଜ୍ୟପାଳ । 35 ପ୍ରତିଶତ ଜଳ ସେଚନ ହେବ ବୋଲି 2008ରେ ରାଜ୍ୟପାଳ କହିଥିଲେ । 2014 ରେ କେବିକେ ଅଞ୍ଚଳରେ ଦ୍ଵିତୀୟ କୃଷି ବିଶ୍ଵବିଦ୍ୟାଳୟ କରାଯିବ । ହେଲେ କିଛି ବି କାର୍ଯ୍ୟକାରୀ ହୋଇନାହିଁ । ରାଜ୍ୟ ସରକାର ଯାହା କୁହନ୍ତି, ତାହା କରନ୍ତି ନାହିଁ । ତେଣୁ ଆଗାମୀ ଦିନ କଥା କିଛି ଲେଖି ନାହାନ୍ତି ରାଜ୍ୟ ସରକାର ।

ଅଧିକ ପଢନ୍ତୁ- ଇଭେଣ୍ଟ କଲେ ଭାଷା ବଞ୍ଚିବନି, ଦରଦ ରହିବା ଦରକାର: ବିଧାୟକ ସୂର୍ଯ୍ୟବଂଶୀ ସୁରଜ

ବେକାରୀ ଦୂରୀକରଣ, ଦରଦାମ ବୃଦ୍ଧି କମାଇବା, ଦାଦନ ହରାସ, ନାରୀ ନିର୍ଯାତନା କମାଇବା, ଖାଲି ଥିବା ଲକ୍ଷ ଲକ୍ଷ ପଦବୀ ପୂରଣ ଏବଂ ଆଞ୍ଚଳିକ ବୈଷମ୍ୟ ଦୂରୀକରଣ କଥା କିଛି କହିଲେ ନାହିଁ ରାଜ୍ୟପାଳ । ଏମିତି ବିଭିନ୍ନ ବିଷୟ ରାଜ୍ୟ ସାରା ଦାବି ହେଉଛି । କିନ୍ତୁ ରାଜ୍ୟ ସରକାର କରୁନାହାନ୍ତି । 2023 ଡିସେମ୍ବର ସୁଦ୍ଧା ପଦ୍ମପୁର ଜିଲ୍ଲା ହେବ ବୋଲି କହିଥିଲେ । କିନ୍ତୁ ହେଲା ନାହିଁ । ଝାରସୁଗୁଡାରେ ଅଗରିଆ ସମାଜଙ୍କୁ ଜମି ଦେବେ କହିଥିଲେ କିନ୍ତୁ ଦେଲେ ନାହିଁ । ଯେଉଁ ପ୍ରତିଶ୍ରୁତି ଦେଇଥିଲେ, ରାଜ୍ୟ ସରକାର ପୂରଣ କରୁନାହାନ୍ତି । ସେଥିପାଇଁ କଂଗ୍ରେସ ପ୍ରତିବାଦ କରି କକ୍ଷ ତ୍ୟାଗ କରିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.