ETV Bharat / state

ମୋଦି ସରକାର ଗ୍ୟାରେଣ୍ଟିର ଝଲକ ବଜେଟରେ ଦେଖିବାକୁ ମିଳିବ: ବିଜେପି

author img

By ETV Bharat Odisha Team

Published : Jan 31, 2024, 8:41 PM IST

ମୋଦି ସରକାର ଗ୍ୟାରେଣ୍ଟିର ଝଲକ ବଜେଟରେ  ଦେଖିବାକୁ ମିଳିବ: ବିଜେପି
ମୋଦି ସରକାର ଗ୍ୟାରେଣ୍ଟିର ଝଲକ ବଜେଟରେ ଦେଖିବାକୁ ମିଳିବ: ବିଜେପି

Budget 2024: ମୋଦି ସରକାରର ଗ୍ୟାରେଣ୍ଟିର ଝଲକ ଅନ୍ତରୀଣ ବଜେଟ 2024-25 ରେ ଦେଖିବାକୁ ମିଳିବ । ଗରିବ ଓ ମଧ୍ୟବିତ୍ତ ପରିବାରକୁ ଅଧିକ ଧ୍ୟାନ ଦିଆଯିବ। ଆସନ୍ତାକାଲି ସଂସଦରେ ଉପସ୍ଥାପନ ହେବ ଅନ୍ତରୀଣ ବଜେଟ । ଜନତାଙ୍କ ଆଶା ଆଙ୍କାକ୍ଷା ପୂରଣ ପାଇଁ କେନ୍ଦ୍ର ସରକାର ନିଶ୍ଚୟ ଅଧିକ ଅର୍ଥର ବ୍ୟବସ୍ଥା କରିଥିବେ । ଅଧିକ ପଢନ୍ତୁ

ମୋଦି ସରକାର ଗ୍ୟାରେଣ୍ଟିର ଝଲକ ବଜେଟରେ ଦେଖିବାକୁ ମିଳିବ: ବିଜେପି

ଭୁବନେଶ୍ବର: ମୋଦି ସରକାରର ଗ୍ୟାରେଣ୍ଟିର ଝଲକ ଅନ୍ତରୀଣ ବଜେଟ 2024-25 ରେ ଦେଖିବାକୁ ମିଳିବ । ଗରିବ ଓ ମଧ୍ୟବିତ୍ତ ପରିବାରକୁ ଅଧିକ ଧ୍ୟାନ ଦିଆଯିବ। ଆସନ୍ତାକାଲି ସଂସଦରେ ଉପସ୍ଥାପନ ହେବ ଅନ୍ତରୀଣ ବଜେଟ । ଜନତାଙ୍କ ଆଶା ଆଙ୍କାକ୍ଷା ପୂରଣ ପାଇଁ କେନ୍ଦ୍ର ସରକାର ନିଶ୍ଚୟ ଅଧିକ ଅର୍ଥର ବ୍ୟବସ୍ଥା କରିଥିବେ । ବଜେଟ ଆଗତର ଅବ୍ୟବହିତ ପୂର୍ବରୁ ଏହା କହିଛନ୍ତି ବିଜେପି ବିଧାୟକ ମୋହନ ମାଝୀ।

ମୋହନ କହିଛନ୍ତି, ‘‘ମୋଦି ସରକାରର ଗ୍ୟାରେଣ୍ଟିର ଝଲକ ଅନ୍ତରୀଣ ବଜେଟ 2024-25 ରେ ଦେଖିବାକୁ ମିଳିବ । ଗରିବ ଓ ମଧ୍ୟବିତ୍ତ ପରିବାରକୁ ଅଧିକ ଧ୍ୟାନ ଦିଆଯିବ। ଆସନ୍ତାକାଲି ସଂସଦରେ ଉପସ୍ଥାପନ ହେବ ଅନ୍ତରୀଣ ବଜେଟ । ଗରିବ ଓ ମଧ୍ୟବିତ୍ତ ପରିବାରକୁ ଅଧିକ ଧ୍ୟାନ ଦିଆଯିବ । ଯେଉଁମାନେ ଦଳିତ ଓ ନିଷ୍ପେସିତ, ହରିଜନ ଏବଂ ଆଦିବାସୀ, ଚାଷୀ, ମହିଳା ଓ ଛାତ୍ରଙ୍କୁ ଗୁରୁତ୍ବ ମିଳିବ । ଏହି ବର୍ଗ ବିକଶିତ ହେଲେ ଦେଶ ବିକଶିତ ହେବ ବୋଲି ମୋଦି କହିଛନ୍ତି । ଏହାକୁ ଦୃଷ୍ଟିରେ ରଖି ବଜେଟ ନିଶ୍ଚୟ ଭାବେ ଆସିବ । ସର୍ବସ୍ପର୍ଶୀ ଓ ସର୍ବବ୍ୟାପୀ ହେବ ଏହି ବଜେଟ। ବିଶ୍ବର ସର୍ବବୃହତ ତୃତୀୟ ଅର୍ଥନୀତି ଭାରତ ହେବ । ପ୍ରଧାନମନ୍ତ୍ରୀ ଏହାକୁ ଆଗକୁ ନେଇଛନ୍ତି। ଆଗାମୀ ଦିନରେ ଭାରତ ବିକଶିତ ଦେଶ ହେବ। କଂଗ୍ରେସ ସମୟରେ ଓଡିଶା କୁ ୮ ଶହ କୋଟି ଟଙ୍କାର ବଜେଟ ମିଳୁଥିଲା। ହେଲେ ମୋଦି ସରକାରରେ ଗତ ବଜେଟରେ ୧୦ ହଜାର କୋଟି ବଜେଟ ମିଳିଥିଲା। ଓଡିଶାକୁ ସବୁଠାରୁ ଅଧିକ ରେଲୱେରେ ମିଳିଛି। ତେଣୁ ଓଡିଶାକୁ ସର୍ବାଧିକ ଅନୁଦାନ ମୋଦି ସରକାର ସମୟରେ ମିଳିଛି ।’’

ଅଧିକ ପଢନ୍ତୁ- ଅନ୍ତରୀଣ ବଜେଟ କ'ଣ, କେମିତି ଏହା ସାଧାରଣ ବଜେଟଠୁ ଅଲଗା ? ବୁଝନ୍ତୁ ସରଳ ଭାଷାରେ

ସୂଚନାଯୋଗ୍ୟଯେ, ଆଜିଠାରୁ ଆରମ୍ଭ ହୋଇଛି ସପ୍ତଦଶ ଲୋକସଭାରେ ଶେଷ ଅଧିବେଶନ । ଅଧିବେଶନ ଆସନ୍ତା 13 ତାରିଖ ପର୍ଯ୍ୟନ୍ତ ଚାଲିବ । ଆସନ୍ତାକାଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ଆର୍ଥିକ ବର୍ଷ 2024-25ର ଅନ୍ତରୀଣ ବଜେଟ ଉପସ୍ଥାପନା କରିବେ । ୨୦୨୪ ନିର୍ବାଚନ ପୂର୍ବରୁ ମୋଦି ସରକାରଙ୍କ ଏହା ଶେଷ ବଜେଟ ଥିବା ବେଳେ ସାଧାରଣ ଜନତାଙ୍କୁ ସୁହାଇଲା ଭଳି ବଜେଟ ଆସିବ ବୋଲି ଆକଳନ କରାଯାଉଛି । ପ୍ରଥମ ଥର ପାଇଁ ନୂଆ ସଂସଦରେ ନିଜର ଅଭିଭାଷଣ ରଖିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି ଅବସରରେ ନୂଆ ଭାରତ, ଶ୍ରେଷ୍ଠ ଭାରତ ସଂକଳ୍ପ ପାଇଁ ଆହ୍ବାନ ଦେଇଛନ୍ତି ରାଷ୍ଟ୍ରପତି । ସେହିପରି ରାଷ୍ଟ୍ରପତି କହିଛନ୍ତି ସମ୍ବିଧାନ ଲାଗୁ ହେବାର ୭୫ ବର୍ଷ ପୂରଣ ହୋଇ ସାରିଛି । ବହୁ ଲୋକଙ୍କ ଧୈର୍ଯ୍ୟ, ପ୍ରତୀକ୍ଷା, ତପସ୍ୟାର ଅବସାନ ଘଟିଛି । ରାମ ମନ୍ଦିର ଆକାଂକ୍ଷା ପୂରଣ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.