ETV Bharat / state

ଭାଇ ସାଜିଲା ଭଗାରୀ, ଜମି ପାଇଁ ନେଲା ସାଇ ଭାଇର ଜୀବନ

author img

By ETV Bharat Odisha Team

Published : Feb 5, 2024, 9:11 AM IST

Murder in Ganjam
Murder in Ganjam

Murder in Ganjam: ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଅଧିନସ୍ଥ ସୋରଳ ପଞ୍ଚାୟତରେ ଜମି ବିବାଦ ପାଇଁ ଭାଇକୁ ହତ୍ୟା କଲା ଭାଇ । ବଡ ଭାଇର ଟାଙ୍ଗିଆ ଚୋଟରେ ସାନ ଭାଇ ମୃତ । ଅଧିକ ପଢନ୍ତୁ

ବ୍ରହ୍ମପୁର: ଭାଇ ସାଜିଲା ହତ୍ୟାକାରୀ । ଜମି ବିବାଦ ପାଇଁ ଭାଇକୁ ହତ୍ୟା କଲା ଭାଇ । ବଡ ଭାଇର ଟାଙ୍ଗିଆ ଚୋଟରେ ସାନ ଭାଇର ଗଲା ଜୀବନ । ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଅଧିନସ୍ଥ ସୋରଳ ପଞ୍ଚାୟତର କଇଠା ଗାଁରେ । ତେବେ ମୃତ ବ୍ୟକ୍ତି ଜଣକ ହେଉଛନ୍ତି ୫୫ ବର୍ଷୀୟ ଭୀମ ବେହେରା ବୋଲି ଜଣାପଡିଛି ।

ସୂଚନା ଅନୁଯାୟୀ, କଇଠା ଓଡିଆରପି କଲୋନୀର ସୁରେନ୍ଦ୍ର ବେହେରା ପରିବାର ସହିତ ମୃତ ଭୀମ ବେହେରା ପରିବାର ମଧ୍ୟରେ କିଛି ବର୍ଷ ଧରି କିଆବାଡ଼ ଜମିକୁ ନେଇ ବିବାଦ ଲାଗି ରହିଥିଲା l ଏନେଇ ଗ୍ରାମରେ ଭଦ୍ର ବ୍ୟକ୍ତିଙ୍କ ଉପସ୍ଥିତିରେ ସମାଧାନ ପାଇଁ ଅନେକ ଥର ବୈଠକ କରାଯାଇଥିଲେ ମଧ୍ୟ ସମାଧାନ ହୋଇପାରି ନଥିଲା l ତେବେ ଏନେଇ ଗତକାଲି(ରବିବାର) ଅପରାହ୍ନ ସମୟରେ ଭୀମ ବଡ଼ ଭାଇ ସୁରେନ୍ଦ୍ରଙ୍କ ଘରେ ପହଞ୍ଚି କିଆବାଡ଼ ଜମିକୁ ନେଇ ଗାଳିଗୁଲଜ କରିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ବଡଭାଇ ସୁରେନ୍ଦ୍ର ଓ ତାଙ୍କ ପୁଅ ମୋହନ ଘରେ ଥିବା ଟାଙ୍ଗିଆ ଓ କିଆ ଗଢ କାଟିବା କାତି ଧରି ଭୀମର ମୁଣ୍ଡକୁ ଆକ୍ରମଣ କରିଥିଲେ l

ଏହା ମଧ୍ୟ ପଢନ୍ତୁ- ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ହତ୍ୟା , ପୋଲିସର ଛାନଭିନ୍

ଯେଉଁଥିରେ ଭୀମଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବା ସହ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା l ଖବର ପାଇ ଘଟଣାସ୍ଥଳରେ ସଦର ଏସଡିପିଓ ଶିବ ଶଙ୍କର ମହାପାତ୍ର ଓ ଗୋଳନ୍ଥରା ଥାନା ଅଧିକାରୀ ବିବେକାନନ୍ଦ ମହନ୍ତ ପହଞ୍ଚି ଏହି ହତ୍ୟାକାଣ୍ଡ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ଏଥି ସହିତ ଦୁଇ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରିଛି । ସେପଟେ ପୋଲିସ ହତ୍ୟାକାଣ୍ଡ ସ୍ଥଳରୁ ହତ୍ୟାରେ ବ୍ୟବହୃତ ହୋଇଥିବା କିଆକାତି, ଟାଙ୍ଗିଆ ଜବତ କରିବା ସହିତ ମୃତଦେହକୁ ଜବତ କରିବା ସହିତ ଏକ ହତ୍ୟା ମାମଲା ରୁଜ କରି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।

ପ୍ରକାଶ ଥାଉକି , କିଛି ଦିନ ପୂର୍ବେ ଜିଲ୍ଲାର ଖଲ୍ଲିକୋଟ ଥାନା ଅନ୍ତର୍ଗତ କୈରାଶୀ ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ହତ୍ୟା ହୋଇଥିଲା । ୧୮ ବର୍ଷୀୟ ଯୁବକକୁ ଛୁରିରେ ଭୁସି ହତ୍ୟା କରିଥିଲା ଦୁର୍ବୃତ୍ତ । ଏନେଇ ଗୁରୁତର ଅବସ୍ଥାରେ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.