ETV Bharat / state

ଦୁର୍ଗମ ଅଞ୍ଚଳକୁ ପହଞ୍ଚିବ ବିକାଶ, ନିର୍ମାଣ ହେବ ସେତୁ

author img

By ETV Bharat Odisha Team

Published : Mar 15, 2024, 2:02 PM IST

ଦୁର୍ଗମ ଅଞ୍ଚଳକୁ ପହଞ୍ଚିବ ବିକାଶ, ନିର୍ମାଣ ହେବ ସେତୁ
ଦୁର୍ଗମ ଅଞ୍ଚଳକୁ ପହଞ୍ଚିବ ବିକାଶ, ନିର୍ମାଣ ହେବ ସେତୁ

Bridge For Remote Area: ବୌଦ୍ଧ ଜିଲ୍ଲାରେ ଉପାନ୍ତ ତଥା ଦୁର୍ଗମ ଅଞ୍ଚଳରେ ପାହାଡି ଝରଣା ଓ ଘାଟି ରାସ୍ତାରେ ସେତୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ଖୁବଶୀଘ୍ର ଏହି ସେତୁ ନିର୍ମାଣ ହେବାକୁ ଥିବା ବେଳେ ଖୁସି ପ୍ରକାଶ କରିଛନ୍ତି ଅଞ୍ଚଳବାସୀ । ଅଧିକ ପଢନ୍ତୁ

ଦୁର୍ଗମ ଅଞ୍ଚଳକୁ ପହଞ୍ଚିବ ବିକାଶ, ନିର୍ମାଣ ହେବ ସେତୁ

ବୌଦ୍ଧ: ଜିଲ୍ଲାର ଉପାନ୍ତ ତଥା ଦୁର୍ଗମ ଅଞ୍ଚଳରେ ପହଞ୍ଚିବ ସରକାରଙ୍କ ବିକାଶର ଗାଡ଼ି । ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ବସବାସ କରୁଥିବା ଅଧିବାସୀଙ୍କ ପାଇଁ ବିକାଶରେ ବାଧକ ସାଜିଥିବା ପାହାଡି ଝରଣା ଉପରେ ଏକ ସେତୁ ନିର୍ମାଣ କାର୍ଯ୍ୟ ଆରମ୍ଭ ଜୋରସୋରରେ ଚାଲିଛି । ତେବେ ଏହି ସେତୁ ନିର୍ମାଣ ହେବା ପରେ ଏହି ଅପହଞ୍ଚ ଇଲାକାରେ ସରକାରଙ୍କ ବିକାଶ ମୂଳକ ଯୋଜନା ଠିକରେ ପହଞ୍ଚିପାରିବ ବୋଲି ଅଞ୍ଚଳବାସୀ ଖୁସି ପ୍ରକଟ କରିବା ସହ ବେଶ ଆଶାବାଦୀ ରହିଛନ୍ତି ।

ସୂଚନା ଅନୁସାରେ, ବୌଦ୍ଧ ଜିଲ୍ଲାର ଅନ୍ୟତମ ଆଦିବାସୀ ଅଧ୍ୟୁଷିତ ପଞ୍ଚାୟତ ଟିକରପଡା ପଞ୍ଚାୟତର ଏଭଳି ଅନେକ ଗ୍ରାମ ରହିଛି ଯେଉଁଠିକୁ ଯୋଗାଯୋଗର ବିଛିନ୍ନତା ହେତୁ ସେସବୁ ଅଞ୍ଚଳରେ ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନା ଠିକରେ ପହଞ୍ଚି ପାରୁନଥିବା ବାରମ୍ବାର ଅଭିଯୋଗ ହୋଇଆସୁଛି । ଟିକରପଡା ପଞ୍ଚାୟତର ବରପଦର ଠାରୁ ନେଇ ଦମଣ୍ଡା, ଚରିଆପାଲି ଭଳି ଅନେକ ଆଦିବାସୀ ଅଧ୍ୟୁଷିତ ଗାଁକୁ ସବୁଦିନିଆ ରାସ୍ତା ଖଣ୍ଡିଏ ନଥିବାରୁ ସେସବୁ ଅଞ୍ଚଳରେ ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟଜଳ, ଅଙ୍ଗନବାଡି ଭଳି ବିଭିନ୍ନ କ୍ଷେତ୍ରରେ ବ୍ୟାପକ ସମସ୍ୟା ଲାଗିରହିଛି ।

ଏପରିକି ଏସବୁ ଦୁର୍ଗମ ଅଞ୍ଚଳରେ ଆମ୍ବୁଲାନ୍ସ ସେବା ସ୍ବପ୍ନ ହୋଇ ରହିଥିବା ବେଳେ ଏସବୁ ଅଞ୍ଚଳରେ ସରକାରୀ ଯୋଜନାର ବାଟ ଓଗାଳୁଛି ପାହାଡି ଝରଣା ଓକ୍ରାସାହି ନାଳ । ଯାହା ଫଳରେ ଲୋକେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଗର୍ଭବତୀ ହୁଅନ୍ତୁ କିମ୍ୱା ଗୁରୁତର ରୋଗୀ ସଙ୍ଗେ ସଙ୍ଗେ ମେଡିକାଲ ପହଞ୍ଚିପାରୁନାହାନ୍ତି । ଏପରି ଅନେକ ମୃତ୍ୟୁମୁଖରେ ପଡିଥାନ୍ତି । ତେବେ ବର୍ତ୍ତମାନ ଏହି ଓକ୍ରାସାହି ନାଳ ଉପରେ ରାଜ୍ୟ ସରକାରଙ୍କ ଅନୁମୋଦନ କ୍ରମେ ଆରଡ଼ି ବିଭାଗ ପ୍ରାୟ ତିନି କୋଟି ଟଙ୍କା ବ୍ୟୟରେ ପ୍ରାୟ ୬୫ ମିଟର ଲମ୍ବ ବିଶିଷ୍ଟ ସୁଉଚ୍ଚ ସେତୁ ନିର୍ମାଣ କାର୍ଯ୍ୟ ଜାରି ରହିଛି ।

ଏହା ମଧ୍ୟ ପଢନ୍ତୁ: ବୌଦ୍ଧରେ ସୁଉଚ୍ଚ ସେତୁ ଏବଂ କେନ୍ଦୁଝରେ ଦୀର୍ଘତମ ଫ୍ଲାଏ ଓଭର ଲୋକାର୍ପିତ

ଆଉ ଅଳ୍ପଦିନ ମଧ୍ୟରେ ଏହି ସେତୁ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି । ଫଳରେ ଏହି ବୁରଗୋରା ଗ୍ରାମ ନିକଟସ୍ଥ ଓକ୍ରାସାହି ନାଳର ଅପର ପାର୍ଶ୍ୱରେ ଥିବା ପ୍ରାୟ ଦଶଟି ଆଦିବାସୀ ଅଧ୍ୟୁଷିତ ଗାଁର ଅଧିବାସୀ ସିଧାସଳଖ ଟିକରପଡା ପଞ୍ଚାୟତ ତଥା ବୌଦ୍ଧ ସହିତ ଯୋଡ଼ି ହୋଇପାରିବେ । ବର୍ତ୍ତମାନ ଏହି ସେତୁ ନିର୍ମାଣ ଦ୍ବାରା ଦୁର୍ଗମ ଅଞ୍ଚଳରେ ବିଚ୍ଛିନ୍ନାଞ୍ଚଳ ଭଳି ବସବାସ କରୁଥିବା ଅଧିବାସୀ ବେଶ ଖୁସିଥିବା କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଦୁର୍ଗମ ଅଞ୍ଚଳକୁ ପହଞ୍ଚିବ ବିକାଶ, ସଂଯୋଗ ହେବ ସବୁଦିନିଆ ରାସ୍ତା

ବୌଦ୍ଧ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.