ETV Bharat / state

ବୌଦ୍ଧରେ ସୁଉଚ୍ଚ ସେତୁ ଏବଂ କେନ୍ଦୁଝରେ ଦୀର୍ଘତମ ଫ୍ଲାଏ ଓଭର ଲୋକାର୍ପିତ

author img

By ETV Bharat Odisha Team

Published : Mar 11, 2024, 5:47 PM IST

Redevelopment Project Inauguration:ଆଜି ୫ଟି ଜିଲ୍ଲାରେ ବିଭିନ୍ନ ଉନ୍ନୟନ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ବୌଦ୍ଧରେ ୩ଟି ସେତୁ ସହ କେନ୍ଦୁଝରରେ ୫୮.୭୮ କୋଟି ଟଙ୍କା ନିର୍ମିତ ୩ କି.ମି. ବିଶିଷ୍ଟ ଓଡିଶାର ଦୀର୍ଘତମ ଫ୍ଲାଏ-ଓଭରର ଲୋକାର୍ପଣ ହୋଇଛି । ଅଧିକ ପଢନ୍ତୁ

ବୌଦ୍ଧରେ ସୁଉଚ୍ଚ ସେତୁ ଏବଂ କେନ୍ଦୁଝରେ ଦୀର୍ଘତମ ଫ୍ଲାଏ ଓଭର ଲୋକାର୍ପଣ
ବୌଦ୍ଧରେ ସୁଉଚ୍ଚ ସେତୁ ଏବଂ କେନ୍ଦୁଝରେ ଦୀର୍ଘତମ ଫ୍ଲାଏ ଓଭର ଲୋକାର୍ପଣ

ବୌଦ୍ଧରେ ସୁଉଚ୍ଚ ସେତୁ ଏବଂ କେନ୍ଦୁଝରେ ଦୀର୍ଘତମ ଫ୍ଲାଏ ଓଭର ଲୋକାର୍ପଣ

ବୌଦ୍ଧ/କେନ୍ଦୁଝର: ଆଜି ରାଜ୍ୟର ୫ଟି ଜିଲ୍ଲାରେ ବିଭିନ୍ନ ଉନ୍ନୟନ କାର୍ଯ୍ୟର ଶୁଭାରମ୍ଭ କରାଯାଇଛି । ବଲାଙ୍ଗୀର, କେନ୍ଦୁଝର, ଖୋର୍ଦ୍ଧା ଓ ବୌଦ୍ଧ ଜିଲ୍ଲାରେ ବିଭିନ୍ନ ଲୋକ ଉନ୍ନୟନ ପ୍ରକଳ୍ପର ଉଦଘାଟନ କରିବା ସହ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ବୈଦ୍ଧ ଜିଲ୍ଲାରେ ତିନୋଟି ସୁଉଚ୍ଚ ସେତୁର ଲୋକାର୍ପଣ ମଧ୍ୟ ହୋଇଛି । ସେହିପରି କେନ୍ଦୁଝର ଜିଲ୍ଲାର ଯୋଡାରେ ୨୫୮.୭୮ କୋଟି ଟଙ୍କା ନିର୍ମିତ ୩ କି.ମି. ବିଶିଷ୍ଟ ଓଡିଶାର ଦୀର୍ଘତମ ଫ୍ଲାଏ-ଓଭରର ଲୋକାର୍ପଣ ହୋଇଛି ।

ତେବେ ବୌଦ୍ଧ ଦୁଇଟି ସେତୁ ମହାନଦୀ ଉପରେ ନିର୍ମାଣ ହୋଇଥିବା ବେଳେ ଗୋଟିଏ ସେତୁ ତେଲନଦୀ ଉପରେ ନିର୍ମାଣ ହୋଇଛି । ଜିଲ୍ଲାର ଧଳପୁର ଠାରୁ ଆଠମଲ୍ଲିକକୁ ସଂଯୋଗ କରୁଥିବା ମହାନଦୀ ଉପରେ ନିର୍ମାଣ ହୋଇଥିବା ସେତୁ ସହ ବୌଦ୍ଧ ସହର ଠାରୁ ମର୍ଜାକୁଦ ଓ କଣ୍ଟାମାଳ ବ୍ଲକର ରେକଡୋଲ ଠାରୁ ଫାସେଡକୁ ସଂଯୋଗ କରୁଥିବା ରାସ୍ତାର ତେଲନଦୀ ଉପରେ ନିର୍ମାଣ ହୋଇଥିବା ସେତୁର ଲୋକାର୍ପଣ ହୋଇଛି ।

ତେବେ ଧଳପୁର ଠାରୁ ଆଠମଲ୍ଲିକକୁ ସଂଯୋଗ କରୁଥିବା ମହାନଦୀ ସେତୁର ଲମ୍ବ ତିନି କିଲୋମିଟର ରହିଥିବା ବେଳେ ଏଥିରେ ୧୬୯ କୋଟିରୁ ଉର୍ଦ୍ଧ୍ବ ଟଙ୍କା ବ୍ୟୟ ହୋଇଛି । ଏବଂ ବୌଦ୍ଧ ସହରର ମର୍ଜାକୁଦ ସେତୁ ୭୨. ୫୯ କୋଟି ଟଙ୍କା ବ୍ୟୟରେ ନିର୍ମିତ ସେତୁର ଲମ୍ବ ୯୩୮ ମିଟର ରହିଛି । ସେହିପରି ତେଲନଦୀ ଉପରେ ନିର୍ମାଣ ହୋଇଥିବା ସେତୁର ଲମ୍ବ ୬୨୧ ମିଟର ରହିଥିବା ବେଳେ ତିନୋଟି ସେତୁ ବନ୍ୟାକୁ ଦୃଷ୍ଟିରେ ରଖି ଉଚ୍ଚ ଭାବରେ ନିର୍ମାଣ କରାଯାଇଛି ।

ସେପଟେ କେନ୍ଦୁଝର ଜିଲ୍ଲାରେ ମଧ୍ୟ ବିଭିନ୍ନ ଉନ୍ନୟନ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଯୋଡ଼ା ସହରବାସୀଙ୍କ ଦୀର୍ଘ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟିଛି । ଯୋଡ଼ା ସହରରେ ନିର୍ମିତ ରାଜ୍ୟର ଦୀର୍ଘତମ ଫ୍ଲାଏ ଓଭର ଆଜି ଲୋକାର୍ପିତ ହୋଇଛି । ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସ ମାଧ୍ୟମରେ ଏହାକୁ ଉଦଘାଟନ କରିଛନ୍ତି । ଡିଏମ୍‌ଏଫ ଫଣ୍ଡରୁ ପ୍ରାୟ ୨୫୦ କୋଟି ଟଙ୍କାରେ ନିର୍ମିତ ଏହି ପ୍ରକଳ୍ପ କାର୍ଯ୍ୟ ୨୦୨୦ରେ ଆରମ୍ଭ ହୋଇଥିଲା ।
ଏହା ମଧ୍ୟ ପଢନ୍ତୁ ....ଭିତ୍ତିଭୂମି ବିକାଶର ସ୍ୱର୍ଣ୍ଣିମ ଅଧ୍ୟାୟ, 5 ଜିଲ୍ଲାରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର

ସେପରି ଏହାର ନିର୍ମାଣ ଦାୟିତ୍ବ ନେଇଥିଲା ଓଡ଼ିଶା ସେତୁ ଓ ନିର୍ମାଣ ନିଗମ (ଓବିସିସି) । ସେହିପରି ଏହି ଫ୍ଲାଏଓଭରର ଭାର ବହନ କ୍ଷମତା ୪୦୦ ମେଟ୍ରିକ ଟନ୍ ପର୍ଯ୍ୟନ୍ତ ରହିଛି ।ଲୋକଙ୍କ ସୁବିଧା ପାଇଁ ଫ୍ଲାଏ ଓଭରରେ ଉଜ୍ଜ୍ବଳ ଆଲୋକୀକରଣ ମଧ୍ୟ କରାଯାଇଛି । ଏହି ଅବସରରେ ଯୋଡ଼ା ଠାରେ ଆୟୋଜିତ ଲୋକାର୍ପଣ ଉତ୍ସବରେ ଚମ୍ପୁଆ ବିଧାୟିକା ମିନାକ୍ଷୀ ମହାନ୍ତ, କେନ୍ଦୁଝର ଜିଲ୍ଲାପାଳ ବିଶାଲ ସିଂ, ଯୋଡ଼ା ଓ ବଡ଼ବିଲର ପୌରାଧ୍ୟକ୍ଷଙ୍କ ସହିତ ବହୁ ସଂଖ୍ୟାରେ ସ୍ଥାନୀୟ ଜନ ସାଧାରଣ ଯୋଗଦେଇ ଥିଲେ।

ଇଟିଭି ଭାରତ, ବୌଦ୍ଧ/କେନ୍ଦୁଝର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.