ETV Bharat / state

ବ୍ରହ୍ମଗିରି ରଣାଙ୍ଗନକୁ ଓହ୍ଲାଇବା ପୂର୍ବରୁ ମହାପ୍ରଭୁଙ୍କ ଆଶିଷ ନେଲେ ଉପାସନା - Upasana Mohapatra Puri Visit

author img

By ETV Bharat Odisha Team

Published : Apr 3, 2024, 11:51 AM IST

Updated : Apr 3, 2024, 12:55 PM IST

Upasana Mohapatra Puri Visit
Upasana Mohapatra Puri Visit

Upasana Mohapatra Puri Visit: ନିର୍ବାଚନୀ ମଇଦାନକୁ ଓହ୍ଲାଇବା ପୂର୍ବରୁ ମହାପ୍ରଭୁଙ୍କ ଶରଣରେ ସ୍ବର୍ଗତ ଲୁଲୁ ମହାପାତ୍ରଙ୍କ ଝିଅ ଉପାସନା । ବ୍ରହ୍ମଗିରି ବିଧାନସଭା ଆସନରୁ ବିଜେପି ଟିକେଟରେ ଲଢ଼ିବେ ନିର୍ବାଚନ । ଅଧିକ ପଢନ୍ତୁ

Upasana Mohapatra Puri Visit

ପୁରୀ: ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀରୁ ବିଜେପି ପ୍ରାର୍ଥୀ ହୋଇଛନ୍ତି ସ୍ବର୍ଗତ ଲୁଲୁ ମହାପାତ୍ରଙ୍କ ଝିଅ ଉପାସନା ମହାପାତ୍ର । ନିର୍ବାଚନୀ ମଇଦାନକୁ ଓହ୍ଲାଇବା ପୂର୍ବରୁ ମହାପ୍ରଭୁଙ୍କ ଶରଣରେ ଏହି ବିଜେପି ନେତ୍ରୀ । ଆଜି ସକାଳେ ଶ୍ରୀମନ୍ଦିରରେ ପହଞ୍ଚି ମହାପ୍ରଭୁଙ୍କ ଦର୍ଶନ କରିବା ସହ ଆଶୀର୍ବାଦ ନେଇଛନ୍ତି ସେ । ତେବେ ଜଣେ ଯୁବ ନେତୃତ୍ବକୁ ଦଳ ସୁଯୋଗ ଦେଇଥିବାରୁ ଉପାସନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଓ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।

ଏଥିସହ ଉପାସନା କହିଛନ୍ତି, ମହାପ୍ରଭୁଙ୍କୁ ପ୍ରାର୍ଥନା କରିଛି ମତେ ଶକ୍ତି ପ୍ରଦାନ କରନ୍ତୁ । ଯେମିତି ଏହି ନିର୍ବାଚନ ଜିତି ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀବାସୀଙ୍କ ସେବା କରିପାରିବି । ଆଉ ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ମୋର ଦୃଢ଼ ବିଶ୍ବାସ ରହିଛି ମହାପ୍ରଭୁଙ୍କ ଆଶୀର୍ବାଦ ଓ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀବାସୀଙ୍କ ଆଶୀର୍ବାଦରେ ନିଶ୍ଚିତ ନିର୍ବାଚନ ଜିତିବି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଗ୍ରାସରୁଟକୁ ଯାଇ ଲୋକଙ୍କ ସହ ମିଶି ଲୋକଙ୍କ ସୁଖ ଦୁଃଖ ବୁଝିବି । ପ୍ରିୟ ଲୁଲୁ ଭାଇଙ୍କୁ ସମସ୍ତେ ଭଲ ପାଆନ୍ତି । ଏଣୁ ମୁଁ ନିଶ୍ଚିତ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର ଲୋକଙ୍କ ଆଶୀର୍ବାଦ ହାସଲ କରିବି ।

ଏହା ମଧ୍ୟ ପଢନ୍ତୁ-ନିର୍ବାଚନ ଲଢିବାକୁ ଅଣ୍ଟା ଭିଡିଲେ ଉପାସନା, ମହାପ୍ରଭୁଙ୍କ ନେଲେ ଆଶୀର୍ବାଦ

ଅନ୍ୟପଟେ ସାତପଡ଼ାରୁ ଜନିକୁଦାକୁ ଏକ ସ୍ଵତନ୍ତ୍ର ବ୍ରିଜ ହେବ । ସେ ଏଥିପାଇଁ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରିଙ୍କ ସହ ଆଲୋଚନା କରି ପ୍ରସ୍ତାବ ମଞ୍ଜୁର କରିଛନ୍ତି । ନିର୍ବାଚନ ଆଚରଣ ବିଧି ଶେଷ ପରେ ଏହି ସ୍ଵତନ୍ତ୍ର ବ୍ରିଜ ତଥା ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀବାସୀଙ୍କ ସ୍ବପ୍ନ ପୂରଣ ହେବ । ଆହୁରି ଅନେକ ଯୋଜନା ତାଙ୍କର ସ୍ବପ୍ନ ରହିଛି ବୋଲି କହିଛନ୍ତି ।

ଏଥିସହ ବ୍ରହ୍ମଗିରିରେ ସତ୍ୟବାଦୀ ବିଧାୟକ ଉମା ସାମନ୍ତରାୟ ପ୍ରାର୍ଥୀ ହେବାକୁ ନେଇ ଉପାସନା କଟାକ୍ଷ କରି କହିଛନ୍ତି,'ବ୍ରହ୍ମଗିରି ଏକ ପର୍ଯ୍ୟଟନସ୍ଥଳୀ । ନିର୍ବାଚନ ଋତୁ ଆସିବା ପରେ ଅନେକ ଲୋକ ଆସିବେ । ଆମେ କାହା ଉପରେ ଫୋକସ କରୁନୁ । ନିଜ କାର୍ଯ୍ୟ ଉପରେ ଫୋକସ୍ କରୁଛୁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ କଲ୍ୟାଣ ମୂଳକ ଯୋଜନା କିଭଳି ଲୋକଙ୍କ ପାଖରେ ପହଞ୍ଚିବ ଏହା ଆମର ପ୍ରାଥମିକ କାର୍ଯ୍ୟ ହେବ ।' ତେବେ ଉପାସନା ମହାପାତ୍ର ପ୍ରାର୍ଥୀ ହେବା ପରେ ତାଙ୍କ ସମର୍ଥକ ଉତ୍ସାହିତ ଅଛନ୍ତି । ଉପାସନା ବିପୁଳ ବିଜୟ ହାସଲ କରିବେ ବୋଲି ଉପାସନାଙ୍କ ସମର୍ଥକ କହିଛନ୍ତି ।

ସୂଚନାଯୋଗ୍ୟ, 2019 ବିଧାନସଭା ନିର୍ବାଚନରେ ବ୍ରହ୍ମଗିରି ବିଧାନସଭା ଆସନରୁ ବିଜୟୀ ହୋଇଥିଲେ ବିଜେପି ପ୍ରାର୍ଥୀ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର । ଲଳିତେନ୍ଦୁ ହେଉଛନ୍ତି ସ୍ବର୍ଗତ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ଭାଇ । ତେବେ ଏଥର ଏଠାରୁ ଲଳିତେନ୍ଦୁଙ୍କ ସ୍ଥାନରେ ଲଲାଟେନ୍ଦୁଙ୍କ ଝିଅ ଉପାସନାଙ୍କୁ ପ୍ରାର୍ଥୀ କରିଛି ବିଜେପି ।

ଇଟିଭି ଭାରତ, ପୁରୀ

Last Updated :Apr 3, 2024, 12:55 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.