ETV Bharat / state

ବୌଦ୍ଧ ଜିଲ୍ଲା ପ୍ରଶାସନର ନିର୍ବାଚନ ପ୍ରସ୍ତୁତି; ଚେକିଂ ବ୍ଲକିଂ ଜୋରଦାର, ମାଓ ଅଞ୍ଚଳରେ ଚାଲିଛି ଫ୍ଲାଗ ମାର୍ଚ୍ଚ - Lok Sabha elections

author img

By ETV Bharat Odisha Team

Published : Mar 28, 2024, 3:22 PM IST

Etv Bharat
Etv Bharat

Election preparation in Boudh: ଲୋକସଭା ଓ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ଶାନ୍ତିଶୃଙ୍ଖଳା ସହ ନିର୍ବାଚନ ପରିଚାଳନା ପାଇଁ ବୌଦ୍ଧ ଜିଲ୍ଲା ପ୍ରଶାସନର ଜୋରଦାର ପ୍ରସ୍ତୁତି । ସମ୍ବେଦନଶୀଳ ଅଞ୍ଚଳଗୁଡିକରେ ଫ୍ଲାଗ ମାର୍ଚ୍ଚ କରୁଛି ପୋଲିସ । ଚେକିଂ ବ୍ଲକିଂ ଜୋରଦାର କରାଯାଇଛି । ଅଧିକ ପଢନ୍ତୁ

ବୌଦ୍ଧ ଜିଲ୍ଲା ପ୍ରଶାସନର ନିର୍ବାଚନ ପ୍ରସ୍ତୁତି

ବୌଦ୍ଧ: ସାଧାରଣ ନିର୍ବାଚନକୁ ଦିନ କେଇଟା ବାକି । ସବୁଠି ବଢିଲାଣି ରାଜନୈତିକ ଉଷ୍ଣତା । ନିର୍ବାଚନୀ ବୈତରଣୀ ପାର୍ ହେବାକୁ ବୌଦ୍ଧ ଜିଲ୍ଲାର ରାଜନୈତିକ ଦଳ ଶିବିରରେ ଜୋରଦାର ପ୍ରସ୍ତୁତି ଚାଲିଛି । ଜିଲ୍ଲା ପ୍ରଶାସନ ତଥା ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ପରିଚାଳନା ପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଜିଲ୍ଲାପାଳ ଜିଲ୍ଲାର ବିଭିନ୍ନ ଦୁର୍ଗମ ଅଞ୍ଚଳରେ ପହଞ୍ଚି ଅଞ୍ଚଳର ସମସ୍ୟା ସମ୍ପର୍କରେ ଆଲୋଚନା କରୁଥିବା ବେଳେ ଜିଲ୍ଲା ପୋଲିସ ପକ୍ଷରୁ ବିଭିନ୍ନ ସମ୍ବେଦନଶୀଳ ଅଞ୍ଚଳରେ ଫ୍ଲାଗ ମାର୍ଚ୍ଚ କରାଯାଇଛି । ଏଥିସହ ଚଳିତ ବର୍ଷ ପ୍ରଥମ ଥର ପାଇଁ ଡ୍ରୋନ କ୍ୟାମେରାର ବହୁଳ ବ୍ୟବହାର କରାଯାଉଥିବା ବୌଦ୍ଧ ଏସପି ସୂଚନା ଦେଇଛନ୍ତି ।

ଓଡ଼ିଶାରେ ଏକାସଙ୍ଗେ ବିଧାନସଭା ଓ ଲୋକସଭା ନିର୍ବାଚନ ହେବାକୁ ଥିବାରୁ ଚଳଚଞ୍ଚଳ ରହିଛି ବିଭିନ୍ନ ରାଜନୈତିକ ଦଳର ଶିବିର । ନିର୍ବାଚନକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ବିଶେଷ ଭାବରେ ଜିଲ୍ଲାର ମାଓ ଅଧ୍ୟୁଷିତ ଅଞ୍ଚଳରେ ଫ୍ଲାଗ ମାର୍ଚ୍ଚ କରିଛି ଜିଲ୍ଲା ପୋଲିସ । ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡାକଡି କରାଯାଉଛି । ଜିଲ୍ଲାର ଉଭୟ କଣ୍ଟାମାଳ ଓ ବୌଦ୍ଧ ନିର୍ବାଚନ ମଣ୍ଡଳୀର ସମସ୍ତ ବୁଥରେ ଶାନ୍ତି ଶୃଙ୍ଖଳାର ସହିତ ଅବାଧ ମତଦାନ ପାଇଁ ଜିଲ୍ଲା ପ୍ରଶାସନ ସମସ୍ତ ପଦକ୍ଷେପ ଗ୍ରହଣ କରିଥିବା ସୂଚନା ଦେଇଛି ।

ଏହା ମଧ୍ୟ ପଢନ୍ତୁ: ସବୁଠି ପ୍ରତିଦ୍ବନ୍ଦ୍ବିତା ହେବ, ଆଉ ସବୁଠି ବିଜେଡ଼ିର ବିଜୟ ନିଶ୍ଚିତ: ଦେବୀ - BJD Leader Debi Prasad Mishra

ବୌଦ୍ଧ ଜିଲ୍ଲାର ସମସ୍ତ ସୀମାନ୍ତ ଅଞ୍ଚଳରେ ଚେକିଂ ଓ ବ୍ଲକିଂକୁ ଜୋରଦାର କରାଯାଇଛି । ବିଶେଷ ଭାବରେ ଜିଲ୍ଲାରେ କେକେବିଏନ ମାଓ ଡିଭିଜନ ସକ୍ରିୟ ଥିବା ହେତୁ ମାଓ ଆଧ୍ୟୁଷିତ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ଦୃଷ୍ଟି ଦିଆଯାଇଛି । କଣ୍ଟାମାଳ, ପୁରୁଣା କଟକ, ଘଣ୍ଟାପଡା ଓ ହରଭଙ୍ଗା ଥାନା ଅନ୍ତର୍ଗତ ବିଭିନ୍ନ ମାଓ ପ୍ରଭାବିତ ଅଞ୍ଚଳରେ ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ କରାଯାଇଛି । ବୌଦ୍ଧ ଜିଲ୍ଲାର ଦଶ ଗୋଟି ସୀମାନ୍ତ ଅଞ୍ଚଳରେ ଚେକିଂ କରାଯାଉଥିବା ବେଳେ ତିନୋଟି ସ୍ବତନ୍ତ୍ର ଫ୍ଲାଇଙ୍ଗ ସ୍କ୍ୱାର୍ଡ ଗଠନ ହୋଇଛି । ପୁରୁଣା ଓ୍ବାରେଣ୍ଟି ତଥା ଅସାମାଜିକ ବ୍ୟକ୍ତିଙ୍କ ଉପରେ ପୋଲିସ କଡ଼ା ନଜର ରଖୁଛି । ତେବେ ଚଳିତ ବର୍ଷ ପ୍ରଥମ ଥର ପାଇଁ ଡ୍ରୋନ କ୍ୟାମେରାର ବହୁଳ ବ୍ୟବହାର କରାଯାଉଛି

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.