ETV Bharat / state

ସବୁଠି ପ୍ରତିଦ୍ବନ୍ଦ୍ବିତା ହେବ, ଆଉ ସବୁଠି ବିଜେଡ଼ିର ବିଜୟ ନିଶ୍ଚିତ: ଦେବୀ - BJD leader debi prasad mishra

author img

By ETV Bharat Odisha Team

Published : Mar 27, 2024, 9:11 PM IST

Updated : Mar 28, 2024, 9:01 AM IST

BJD Leader Debi Prasad Mishra Reaction: ବିଜେଡିର ପ୍ରାର୍ଥୀ ଘୋଷଣା ପରେ ପ୍ରତିକ୍ରିୟା ରଖିଛନ୍ତି ଦଳର ବରିଷ୍ଠ ନେତା ଦେବୀ ମିଶ୍ର । ନବୀନଙ୍କ ବିକାଶର ଧାରାକୁ ନେଇ ଲୋକଙ୍କୁ ପାଖକୁ ଯିବୁ । ସବୁଠି ବିଜୁ ଜନତା ଦଳ ବିଜୟୀ ହେବ ବୋଲି ସେ କହିଛନ୍ତି । ଅଧିକ ପଢନ୍ତୁ

ସବୁଠି ପ୍ରତିଦ୍ବନ୍ଦୀତା ହେବ, ଆଉ ସବୁଠି ବିଜେଡ଼ିର ବିଜୟ ନିଶ୍ଚିତ: ଦେବୀ
ସବୁଠି ପ୍ରତିଦ୍ବନ୍ଦୀତା ହେବ, ଆଉ ସବୁଠି ବିଜେଡ଼ିର ବିଜୟ ନିଶ୍ଚିତ: ଦେବୀ

ସବୁଠି ପ୍ରତିଦ୍ବନ୍ଦୀତା ହେବ, ଆଉ ସବୁଠି ବିଜେଡ଼ିର ବିଜୟ ନିଶ୍ଚିତ: ଦେବୀ

ଭୁବନେଶ୍ବର: ବିଳମ୍ବରେ ହେଲେ ବି ବିଜେଡି ତାର ପ୍ରଥମ ପର୍ଯ୍ୟାୟ ତାଲିକା ଘୋଷଣା କରିଛି । 9ଟି ଲୋକସଭା ଆସନ ଏବଂ 74ଟି ବିଧାନସଭା ଆସନରେ ପ୍ରାର୍ଥୀ ଦେଇଛି ବିଜେଡି । ଲୋକସଭାରେ ନୂଆ ମୁହଁକୁ ସୁଯୋଗ ଦେଇଥିବା ବେଳେ ବିଧାନସଭାରେ ରିପିଟ କରିଛି ପ୍ରାର୍ଥୀ । ଭୁବନେଶ୍ବରରେ ସଂସଦୀୟ କ୍ଷେତ୍ର ପାଇଁ ଶ୍ରୀମୟୀ ମିଶ୍ରଙ୍କୁ ବୁଲାଇବା ପରେ କଂଗ୍ରେସ ନେତା ସୁର ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟଙ୍କୁ ଟିକେଟ ଦେଇଛି ଦଳ । ଅପରାଜିତା ଷଡଙ୍ଗୀଙ୍କ ସହ ଜୋରଦାର ଲଢେଇ ହେବାର ସମ୍ଭାବନା ରହିଛି । କାରଣ କଂଗ୍ରେସ ନେତା ସୁର ରାଉତରାୟ ପୁଅ ପାଇଁ ମୈଦାନକୁ ଓଲ୍ହାଇବେ ବୋଲି ଚର୍ଚ୍ଚା ହେଉଛି । ଆଜି ବିଜେଡିର ପ୍ରାର୍ଥୀ ଘୋଷଣା ପରେ ପ୍ରତିକ୍ରିୟା ରଖିଛନ୍ତି ଦଳର ବରିଷ୍ଠ ନେତା ଦେବୀ ମିଶ୍ର ।

ବରିଷ୍ଠ ବିଜେଡି ନେତା ତଥା ଦଳର ଉପସଭାପତି ଦେବୀ ମିଶ୍ର କହିଛନ୍ତି ଯେ, ସାଢ଼େ 4 କୋଟି ଓଡ଼ିଆଙ୍କ ନେତା ନବୀନ । ମହିଳାଙ୍କୁ ସଶକ୍ତ, ଆଦିବାସୀଙ୍କୁ ନ୍ୟାୟ,ଯୁବବର୍ଗଙ୍କୁ ପ୍ରାଧାନ୍ୟ, ଶିଳ୍ପକୁ ତ୍ବରାନ୍ବିତ କରିବାରେ ନବୀନଙ୍କ ଅବଦାନ ଅତୁଳନୀୟ । ନବୀନଙ୍କ ବିକାଶର ଧାରାକୁ ନେଇ ଆମେ ଲୋକଙ୍କୁ ପାଖକୁ ଯିବୁ । ସବୁ ସ୍ଥାନରେ ପ୍ରତିଦ୍ବନ୍ଦୀତା ହେବ । ଆଉ ସବୁଠି ବିଜୁ ଜନତା ଦଳ ବିଜୟୀ ହେବ । ସମ୍ବଲପୁରରେ ପ୍ରଣବଙ୍କ ଜିତିବା ସମ୍ଭାବନା ଥିବାରୁ ତାଙ୍କୁ ଦାଇତ୍ବ ଦେଇଛି ଦଳ । ଦଳର ସଭାପତି ସମସ୍ତଙ୍କ କଥାକୁ ବିଚାର କରି ଟିକେଟ ଦେଇଛନ୍ତି ।

ସେହିପରି 9ଟି ଲୋକସଭା କ୍ଷେତ୍ରରେ ଯାଜପୁର ବିଧାୟକ ତଥା ବିଜେଡି ସାଙ୍ଗଠନିକ ସମ୍ପାଦକକୁ ଟିକେଟ ଦେଇଛି ଦଳ । ସମ୍ବଲପୁରରେ ସବୁଠୁ ବଡ଼ ଫାଇଟ ହେବ ବୋଲି ଏବେଠୁ ସ୍ପଷ୍ଟ ହୋଇଗଲାଣି । କାରଣ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିପକ୍ଷ ଭାବେ ପ୍ରଣବଙ୍କ ଉପରେ ଆସ୍ଥା ପ୍ରକଟ କରିଛି ଦଳ । ସୁନ୍ଦରଗଡ଼ରେ ପୂର୍ବତ୍ତନ ସାଂସଦ ଦିଲ୍ଲୀପ ତିର୍କୀଙ୍କୁ ପ୍ରାର୍ଥୀ କରିଛି ଦଳ । ମୟୁରଭଞ୍ଜରେ ଟାଣୁଆ ଆଦିବାସୀ ନେତା ସୁଦାମ ମାରାଣ୍ଡିଙ୍କୁ ଟିକେଟ ଦେଇଛି । କେନ୍ଦ୍ରାପଡାରେ ଯୁବ ଚେହେରା ଅଂଶୁମାନ ମହାନ୍ତିଙ୍କୁ ଟିକେଟ ଦେଇଛି ଦଳ । ସେହିପରି ଉପକୂଳ ଓଡିଶାର ଏକଦା ଟାଣୁଆ ଜନତା ଦଳ ନେତା ଭାବେ ନଳିନୀ ମହାନ୍ତିଙ୍କ ଖ୍ୟାତି ରହିଛି । କଂଗ୍ରେସ ଛାଡି ଅଂଶୁମାନ ନିକଟରେ ଶଙ୍ଖ ଦଳରେ ଯୋଗଦାନ କରିଥିଲେ ।

ଏହା ମଧ୍ୟ ପଢନ୍ତୁ....ବିଜେଡିର ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ପ୍ରାର୍ଥୀ ତାଲିକା: ଢେଙ୍କାନାଳରୁ ଅବିନାଶ, କଟକରୁ ସଂତୃପ୍ତଙ୍କୁ ଟିକେଟ - BJD Lok Sabha Candidates

ସେପଟେ ଦକ୍ଷିଣ ଓଡ଼ିଶାର କୋରାପୁଟ,ନବରଙ୍ଗପୁରରେ ବିଜେଡି ପୁରୁଣା ମୁହଁ ଉପରେ ଭରଷା କରିଛି ।ପ୍ରଦୀପ ମାଝୀ କଂଗ୍ରେସ ଛାଡି ବିଜେଡିରେ ମିଶିବା ପରେ ତାଙ୍କ ଉପରେ ଭରଷା କରିଛନ୍ତି ନବୀନ ।କୋରାପୁଟରୁ ପୂର୍ବତନ ସାଂସଦ ଝିନ ହିକକାଙ୍କ ପତ୍ନୀ କୌଶଲ୍ୟା ହିକକାଙ୍କୁ ଟିକେଟ ଦେଇଛି ଦଳ। 19 ନିର୍ବାଚନରେ କୌଶଲ୍ୟା କମ୍ ଭୋଟ ବ୍ୟବଧାନରେ ପରାଜୟ ବରଣ କରିଥିଲେ । ଆସ୍କାରେ ରଞ୍ଜିତା ସାହୁଙ୍କୁ ଟିକେଟ ଦେଇଛି ବିଜେଡ଼ି । ବିଷମ କଟକରୁ ଜଗନାଥ ସାରକାଙ୍କୁ ଟିକେଟ ଦେଇଛି ଦଳ । ଭଦ୍ରକରେ ଦୁଇଟି ସ୍ଥାନରେ ଟିକେଟ ଅଦଳବଦଳ କରାଯାଇଛି ।ଭଦ୍ରକ ହେଡ କ୍ବାର୍ଟରୁ ପ୍ରଫୁଲ ସାମଲଙ୍କୁ ଟିକେଟ ଘୋଷଣା ହୋଇଥିବା ବେଳେ ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକଙ୍କୁ ଭଣ୍ଡାରୀ ପୋଖରୀରେ ଦେଇଛି ଦଳ ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Mar 28, 2024, 9:01 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.