ETV Bharat / state

3 ଦିନରେ ବଢ଼ିବ ଦରମା, ମେୟରଙ୍କ ପ୍ରତିଶୃତି ପରେ ଆନ୍ଦୋଳନରୁ ହଟିଲେ ସଫେଇ କର୍ମଚାରୀ

author img

By ETV Bharat Odisha Team

Published : Mar 13, 2024, 6:47 PM IST

BMC Sanitation Workers breaks Protest
BMC Sanitation Workers breaks Protest

BMC Sanitation Workers breaks Protest: ୩ ଦିନ ହେବ ଝାଡୁଛାଡ ଆନ୍ଦୋଳନରେ ଥିବା ସଫେଇ କର୍ମଚାରୀ ଆଜି ମେୟରଙ୍କ ସହ ଆଲୋଚନା ପରେ କାର୍ଯ୍ୟ ଆରମ୍ଭ କରିବାର ପ୍ରତିଶୃତି ଦେଇଛନ୍ତି । ଆଗାମୀ 3 ଦିନ ମଧ୍ୟରେ ସେମାନଙ୍କ ବର୍ଦ୍ଧିତ ଦରମା ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିବେ ବୋଲି ପ୍ରତିଶୃତି ଦେଇଛନ୍ତି ମେୟର । ଅଧିକ ପଢ଼ନ୍ତୁ

BMC Sanitation Workers breaks Protest

ଭୁବନେଶ୍ବର: ଆନ୍ଦୋଳନ ପ୍ରତ୍ୟାହୃତ କଲେ ସଫେଇ କର୍ମଚାରୀ । ୩ ଦିନ ହେବ ଝାଡୁଛାଡ ଆନ୍ଦୋଳନରେ ଥିବା ସଫେଇ କର୍ମଚାରୀ ଆଜି ମେୟରଙ୍କ ସହ ଆଲୋଚନା ପରେ କାର୍ଯ୍ୟ ଆରମ୍ଭ କରିବାର ପ୍ରତିଶୃତି ଦେଇଛନ୍ତି । ଦାବି ପୂରଣ ନେଇ ମେୟରଙ୍କ ପ୍ରତିଶୃତି ଅନୁସାରେ 3 ଦିନ ମଧ୍ୟରେ ଯଦି ସଫେଇ କର୍ମଚାରୀଙ୍କ ବର୍ଦ୍ଧିତ ଦରମା ରାଜ୍ୟ ସରକାର ଘୋଷଣା ନକରନ୍ତି, ତେବେ ପୁଣିଥରେ ଆନ୍ଦୋଳନକୁ ଓହ୍ଲାଇବ ବୋଲି କହିଛି ସଫେଇ ସଂଘ ।

ସେପଟେ ସଫେଇ କର୍ମଚାରୀଙ୍କ ଆନ୍ଦୋଳନକୁ ନେଇ ମେୟର କହିଛନ୍ତି, "ଆଉ ଦୁଇ ଦିନ ମଧ୍ୟରେ ବର୍ଦ୍ଧିତ ଦରମାର ଘୋଷଣା କରିବେ ରାଜ୍ୟ ସରକାର । ଏନେଇ ରାଜ୍ୟ ସରକାରଙ୍କ ସହ ବିଏମ୍‌ସି ଆଲୋଚନା କରିଛି । ମୁଖ୍ୟମନ୍ତ୍ରୀ ଏହି ପ୍ରସଙ୍ଗରେ ନିର୍ଭର ପ୍ରତିଶୃତି ଦେଇଛନ୍ତି । ସଫେଇ କର୍ମଚାରୀଙ୍କ ପାଇଁ ଖୁବଶୀଘ୍ର ଦରମା ଘୋଷଣା କରିବେ । ସେହିପରି ଅନ୍ୟ ଅଳିଆ ପୃଥକୀକରଣ କାର୍ଯ୍ୟ ସମ୍ପାଦନ ଅନ୍ୟ ଉପାୟରେ କରିବା ପାଇଁ ଆମକୁ ୧୫ ଦିନ ସମୟ ଲାଗିବ ।" ସେତେଦିନ ଯାଏଁ ଅଳିଆ ପୃଥକ କର୍ମଚାରୀ କରିବେ ବୋଲି ସେମାନଙ୍କୁ ଅନୁରୋଧ କରିଛନ୍ତି ମେୟର । ଏହାସହ କର୍ମଚାରୀଙ୍କ ସୁବିଧା ଓ ସହଜ ପୃଥକୀକରଣ ପାଇଁ ସହରବାସୀଙ୍କୁ ମଧ୍ୟ ଘରୁ ଅଳିଆ ପୃଥକୀକରଣ ପାଇଁ ଅନୁରୋଧ କରିଛନ୍ତି ଭୁବନେଶ୍ବର ମେୟର ସୁଲୋଚନା ଦାସ ।

ଏହା ମଧ୍ୟ ପଢ଼ନ୍ତୁ...ସଫେଇ କର୍ମଚାରୀଙ୍କ ଝାଡ଼ୁଛାଡ ଆନ୍ଦୋଳନ: ସଫଳ ହେଲାନି ଆଲେଚନା, ଦାବି ପୂରଣ ନହେବା ଯାଏଁ ଚାଲିବ ଧାରଣା

୨ ଦଫା ଦାବି ନେଇ ଝାଡୁଛାଡ କରି କାର୍ଯ୍ୟବନ୍ଦ ଆନ୍ଦୋଳନରେ ସଫେଇ କର୍ମଚାରୀ ଗତ ୨ ଦିନ ହେବ ବସିଥିଲେ । ବିଏମ୍‌ସି ସହ ଆଲୋଚନା ପରେ ବି ନିର୍ଭର ପ୍ରତିଶୃତି ମିଳିନଥିବା ବେଳେ ଆଜି ତୃତୀୟ ଦିନରେ ବି ଆନ୍ଦୋଳନ ଜାରି ରହିଥିଲା । ଏହାକୁ ନେଇ ସହରର ବିଭିନ ସ୍ଥାନରେ କୁଢ଼କୁଢ଼ ଅଳିଆ ଗଦା ହୋଇ ରହିଛି । ଘର ସମ୍ମୁଖ କଲୋନୀ, ଛକ, ବଜାର, ମାର୍କେଟ ଭଳି ସହରର ବିଭିନ୍ନ ସ୍ଥାନରେ ସଫେଇ ନହେବାରୁ ଅଳିଆଗୁଡ଼ିକ ପାହାଡ ପରି ଗଦା ହୋଇ ରହିଛି । ଯାହା ସହରର ପରିମଳର ଅବ୍ୟବସ୍ଥାକୁ ବେଶ ପ୍ରତିପାଦିତ କରୁଛି । ଯୁଆଡେ ଚାହିଁଲେ ଖାଲି ଅଳିଆ ହିଁ ଅଳିଆ । ସହରର ପରିମଳ ସ୍ଥିତିକୁ ନଜରରେ ରଖି ପୁଣି ସଫେଇ କର୍ମଚାରୀଙ୍କୁ ଆଜି ଡାକି ମେୟର ଆଲୋଚନା କରିଥିଲେ । ମେୟର ଦାବି ପୂରଣର ନିର୍ଭର ପ୍ରତିଶୃତି ଦେଇଥିବାବେଳେ ଆନ୍ଦୋଳନ ପ୍ରତ୍ୟାହୃତ କରିଛନ୍ତି ସଫେଇ କର୍ମଚାରୀ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.