ETV Bharat / state

ସଫେଇ କର୍ମଚାରୀଙ୍କ ଝାଡ଼ୁଛାଡ ଆନ୍ଦୋଳନ: ସଫଳ ହେଲାନି ଆଲେଚନା, ଦାବି ପୂରଣ ନହେବା ଯାଏଁ ଚାଲିବ ଧାରଣା

author img

By ETV Bharat Odisha Team

Published : Mar 12, 2024, 8:09 PM IST

ଦ୍ୱିତୀୟ ଦିନରେ ସଫେଇ କର୍ମଚାରୀଙ୍କ ଝାଡ଼ୁଛାଡ ଆନ୍ଦୋଳନ
ଦ୍ୱିତୀୟ ଦିନରେ ସଫେଇ କର୍ମଚାରୀଙ୍କ ଝାଡ଼ୁଛାଡ ଆନ୍ଦୋଳନ

Sanitation Workers Protest: ସପେଇ କର୍ମଚାରୀଙ୍କ ଝାଡ଼ୁଛାଡ ଆନ୍ଦୋଳନ ଆଜି ଦ୍ବିତୀୟ ଦିନରେ ପହଞ୍ଚିଛି । ନିଜର 2 ଦଫା ଦାବି ନେଇ ସେମାନେ ଆଜି ବିଏମସି ଅଫିସ ଘେରାଉ କରିଛନ୍ତି । ଏନେଇ ମୋୟର ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ ମଧ୍ୟ ଏହା ସଫଳ ହୋଇନାହିଁ । ଅଧିକ ପଢ଼ନ୍ତୁ,

Sanitation Workers Protest

ଭୁବନେଶ୍ବର: ସଫେଇ କର୍ମଚାରୀଙ୍କ ଝାଡ଼ୁଛାଡ ଆନ୍ଦୋଳନ ଆଜି ଦ୍ବିତୀୟ ଦିନରେ ପହଞ୍ଚିଛି । ନିଜର ଦୁଇ ଦଫା ଦାବି ନେଇ ସେମାନେ ଆଜି ବିଏମ୍‌ସି ଅଫିସ ଘେରାଉ କରିଥିଲେ । ପରେ ଉଭୟ ମେୟର ଓ କମିଶନର କର୍ମଚାରୀଙ୍କ ସହ ଆଲୋଚନା କରିଛନ୍ତି । ଦରମା ବୃଦ୍ଧି ଆମ ହାତରେ ନଥିବାବେଳେ ଆମେ ଏନେଇ ସରକାରଙ୍କୁ ଜଣାଇଛୁ ବୋଲି ବିଏମସି ମେୟର କହିଛନ୍ତି । ତେବେ ତିନିଦିନ ମଧ୍ୟରେ ବର୍ଦ୍ଧିତ ଦରମାର ଘୋଷଣା କରାଯିବ ବୋଲି ରାଜ୍ୟ ସରକାର କହିଥିବା ସୂଚନା ମିଳିଛି । ସେପଟେ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣାରେ ବସି ରହିବ ବୋଲି ସଂଘ ଚେତାବନୀ ଦେଇଛି ।

କର୍ମଚାରୀଙ୍କ ଆନ୍ଦୋଳନ ଓ ଘେରାଉ ପରେ ବିଏମ୍‌ସି କମିଶନର ଓ ମେୟର ସଫେଇ କର୍ମଚାରୀଙ୍କ ସହ ଆଲୋଚନା କରିଛନ୍ତି । ଆଲୋଚନାର ନିଷ୍ପତ୍ତି ସନ୍ତୋଷଜନକ ହୋଇନଥିବା ଆନ୍ଦୋଳନକାରୀ କହିଛନ୍ତି । ତେବେ ହୋଇଥିବା ନିଷ୍ପତ୍ତି ପୁଣିଥରେ କେବଳ ପ୍ରତିଶୃତି ଓ କାଗଜ କଲମରେ କଥାକୁ ଅନୁସୂଚିତ କରୁଥିବା କୁହାଯାଇଛି । ଯେପର୍ଯ୍ୟନ୍ତ ସେମାନଙ୍କର ଦାବି ପୂରଣ ନହୋଇଛି ସେ ପର୍ଯ୍ୟନ୍ତ ଝାଡୁଛାଡ ଆନ୍ଦୋଳନ ଜାରିରହିବ ଓ ସହରରୁ ଅଳିଆ ଉଠାଯିବ ନାହିଁ ବୋଲି ରୋକଠୋକ ଶୁଣାଇ ଦେଇଛନ୍ତି କର୍ମଚାରୀ । ଏନେଇ ସଂଘର ସମ୍ପାଦକ କହିଛନ୍ତି, ‘‘ଯେଉଁଦିନ ବର୍ଦ୍ଧିତ ଦରମା ସରକାର ଘୋଷଣା କରିବେ ସେହିଦିନ ଠାରୁ ଆମେ କାର୍ଯ୍ୟକରିବୁ । ବିଏମ୍‌ସିର ବାରମ୍ବାର ପ୍ରତାରଣା ପରେ ଯଦି ସରକାର ମଧ୍ୟ ଦେଇଥିବା ପ୍ରତିଶୃତି ଭୁଲିଯାଆନ୍ତି, ତାହେଲେ ଆଗାମୀ ଦିନରେ ସହରରେ ବିଗିଡ଼ିବାକୁ ଯାଉଥିବା ପରିମଳ ପାଇଁ ରାଜ୍ୟ ସରକାର ଓ ବିଏମ୍‌ସି ଦାୟୀ ରହିବେ ।’’

ଏହା ମଧ୍ୟ ପଢ଼ନ୍ତୁ... ପଞ୍ଚାୟତିରାଜ ପ୍ରତିନିଧିଙ୍କ ଦରମା ବଢ଼ାଇଲେ ନବୀନ, ସରପଞ୍ଚଙ୍କୁ ମିଳିବ ୧୦ ହଜାର

ଆଲୋଚନା ପରେ ପ୍ରତିକ୍ରିୟା ରଖି ବିଏମ୍‌ସି ମେୟର କହିଛନ୍ତି, ‘‘ଦରମା ବୃଦ୍ଧି ଆମ ହାତରେ ନାହିଁ । ଆମେ ଏନେଇ ସରକାରଙ୍କୁ ଜଣାଇଛୁ । ତିନିଦିନ ମଧ୍ୟରେ ବର୍ଦ୍ଧିତ ଦରମା ଘୋଷଣା କରିବେ ବୋଲି କହିଛନ୍ତି ରାଜ୍ୟ ସରକାର । ସେହିପରି ଅଳିଆ ପୃଥକୀକରଣ କାର୍ଯ୍ୟ ସମ୍ପାଦନ ଅନ୍ୟ ଉପାୟରେ କରିବା ପାଇଁ ଆମକୁ ୧୫ ଦିନ ସମୟ ଲାଗିବ।’’ ସେତେଦିନ ଯାଏଁ ଅଳିଆ ପୃଥକ କର୍ମଚାରୀ କରିବା ପାଇଁ ସେମାନଙ୍କୁ ଅନୁରୋଧ କରିଛନ୍ତି ମେୟର । ଏହି ମହଙ୍ଗା ଯୁଗରେ ମାତ୍ର ୯ ହଜାର ଟଙ୍କା ଦରମା ପରିବାର ପୋଷଣରେ ବାଧା ସାଜୁଥିବା ସେମାନେ ଅଭିଯୋଗ କରିଛନ୍ତି । ତେବେ ତାଙ୍କ ଦରମା ୯ ହଜାରରୁ ୧୫ ହଜାରକୁ ବୃଦ୍ଧି କରିବା ତାଙ୍କର ପ୍ରଥମ ଦାବି ରହିଛି । ଆବର୍ଜନାକୁ ପୃଥକ ନକରିବା ସହ ପୃଥକୀକରଣ ପାଇଁ ଅନ୍ୟ କର୍ମଚାରୀ ନିଯୁକ୍ତି କରିବା ପାଇଁ ମଧ୍ୟ ସେମାନେ ଦାବି କରିଛନ୍ତି । କର୍ମଚାରୀମାନେ ଶାନ୍ତି ଶୃଙ୍ଖଳାର ସହ ଆସି ବିଏମ୍‌ସି ଅଫିସ ସମ୍ମୁଖରେ ଧାରଣା ଦେଇଥିବା ଦେଖାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.