ETV Bharat / state

ବିଜେପିର ୧୨ ଘଣ୍ଟିଆ ନବରଙ୍ଗପୁର ବନ୍ଦ, ରେଳ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣରେ ବିଳମ୍ବ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ

author img

By ETV Bharat Odisha Team

Published : Jan 30, 2024, 9:26 AM IST

Updated : Jan 30, 2024, 2:57 PM IST

Nabarangpur Bandh
6 ଦଫା ଦାବିରେ ନବରଙ୍ଗପୁର ବନ୍ଦ ପାଳନ

Nabarangpur Bandh: 6 ଦଫା ଦାବିରେ ନବରଙ୍ଗପୁରରେ ବନ୍ଦ ପାଳନ କରିଛି ବିଜେପି ଯୁବ ମୋର୍ଚ୍ଚା । ସମସ୍ତ ଦୋକାନ ବଜାର ବନ୍ଦ ରହିଥିବା ବେଳେ ରାସ୍ତାଘାଟରେ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଛି । ଅଧିକ ପଢନ୍ତୁ

ବିଜେପିର ୧୨ ଘଣ୍ଟିଆ ନବରଙ୍ଗପୁର ବନ୍ଦ

ନବରଙ୍ଗପୁର: ଜିଲ୍ଲାରେ 12 ଘଣ୍ଟିଆ ବନ୍ଦ ପାଳନ । 6 ଦଫା ଦାବି ନେଇ ନବରଙ୍ଗପୁର ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ତରଫରୁ ନବରଙ୍ଗପୁର ଜିଲ୍ଲା ବନ୍ଦ ପାଳନ କରାଯାଉଛି । ସକାଳ 6ରୁ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ଏହି ବନ୍ଦ ଡାକରା ଦିଆଯାଇଛି । ଏହାର ପ୍ରଭାବ ଜିଲ୍ଲାରେ ଦେଖିବାକୁ ମିଳିଛି । ସମସ୍ତ ଦୋକାନ ବଜାର ବନ୍ଦ ରହିଥିବା ବେଳେ ରାସ୍ତାଘାଟରେ ଗାଡି ଚଳାଚଳ ମଧ୍ୟ ବନ୍ଦ ରହିଛି । ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଶୁଭଜିତ ପାଣିଗ୍ରାହୀଙ୍କ ନେତୃତ୍ୱରେ ବିଜେପି କର୍ମକର୍ତ୍ତାମାନେ ସହରର ବିଭିନ୍ନ ଛକ ମାନଙ୍କରେ ରାସ୍ତା ଅବରୋଧ କରିଛନ୍ତି ।

ମୁଖ୍ୟତଃ ସହରର ଚାଉଁରିଆଗୁଡା ଛକ ଓ ମାଝିଗୁଡା ଛକ ଠାରେ ବିଜେପି କାର୍ଯ୍ୟକର୍ତ୍ତା ସହର ମଧ୍ୟ ଦେଇ ଯାଇଥିବା ୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି । ଫଳରେ ଉକ୍ତ ରାସ୍ତାରେ ଯାନବାହନ ଚଳାଚଳ ବାଧା ପ୍ରାପ୍ତ ହୋଇଛି । ରାସ୍ତାର ଉଭୟ ପାର୍ଶ୍ଵରେ ଦୂରଦୂରାନ୍ତରୁ ଆସୁଥିବା ଗାଡ଼ିଗୁଡିକ ଅଟକି ରହିଛି । ଦୋକାନ ବଜାର ସବୁ ବନ୍ଦ ରହିଛି ।

ଏହାମଧ୍ୟ ପଢନ୍ତୁ.. କୃଷି ସମସ୍ୟା ପ୍ରତିବାଦ, ନୂଆପଡାରେ 8 ଘଣ୍ଟା ବନ୍ଦ ପାଳନ

ଜିଲ୍ଲାର ବିଭିନ୍ନ ମୌଳିକ ସମସ୍ୟାଗୁଡିକର ରହିଥିବା ବେଳେ ଏହାର ସମାଧାନ କରିବା ପାଇଁ ସରକାର କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ କରିଛି ବିଜେପି । ସମସ୍ୟାଗୁଡିକର ସମାଧାନ ଦାବିରେ ଏହି ବନ୍ଦ ପାଳନ କରାଯାଇଥିବା ବିଜେପି ପକ୍ଷରୁ କୁହାଯାଇଛି । ଦାବି ଅନୁଯାୟୀ, ନବରଙ୍ଗପୁର, ଜୟପୁର ଓ ନବରଙ୍ଗପୁର ଜୁନାଗଡ଼ ରେଳ ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ଅର୍ଥ ବ୍ୟୟବରାଦ କରୁଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ତରଫରୁ ଜମି ଗ୍ରହଣରେ ଅହେତୁକ ବିଳମ୍ବ ହେତୁ ଏହି କାର୍ଯ୍ୟ ହୋଇପାରୁନଥିବା ଅଭିଯୋଗ କରିଛି ବିଜେପି । ଯଥାଶୀଘ୍ର ଜମି ଗ୍ରହଣ କରି ରେଳ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରିବାକୁ ଦାବି କରାଯାଇଛି ।

ଏଥିସହ ତୃତୀୟ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀ ନିଯୁକ୍ତି ପ୍ରକ୍ରିୟା ରାଜ୍ୟ ଭିତ୍ତିକ ହୋଇ ଥିବାରୁ ଜିଲ୍ଲାର ଭିତ୍ତିକ ନିଯୁକ୍ତି, ଜିଲ୍ଲାର ଦୁଇଟି ପୁରାତନ ମହାବିଦ୍ୟାଳୟ ନବରଙ୍ଗପୁର ମହାବିଦ୍ୟାଳୟ ଓ ଉମରକୋଟ ସ୍ଥିତ ପେଣ୍ଡରାଣି ମହବବିଦ୍ୟାଳୟକୁ ସରକାରୀ ମାନ୍ୟତା ପ୍ରଦାନ କରିବା, ଉମରକୋଟରେ ପ୍ରସ୍ତାବିତ ୫୦୦ କୋଟି ଟଙ୍କା ବ୍ୟୟ ମୂଲ୍ୟର ଇଥେନାଲ ପ୍ରୋଜେକ୍ଟ ପାଇଁ ଜମି ଅଧିଗ୍ରହଣ, ଜିଲ୍ଲାର ମେଡିକାଲଗୁଡ଼ିକରେ ଡାକ୍ତର ଓ ବିଶେଷଜ୍ଞ ନିଯୁକ୍ତି ସହ ଉମରକୋଟକୁ ସବଡିଭିଜନ କରିବା ଦାବି ନେଇ ବିଜେପି ପକ୍ଷରୁ ଏହି ବନ୍ଦ ପାଳନ କରାଯାଉଛି । ଯଦି ଖୁବ ଶୀଘ୍ର ଦାବି ପୂରଣ ନ ହୁଏ ତେବେ ଆଗାମୀ ଦିନରେ ସଚିବାଳୟ ସମ୍ମୁଖରେ ପ୍ରତିବାଦ କରାଯିବା ସହ ଧାରଣା ଦିଆଯିବ ବୋଲି କହିଛନ୍ତି ନେତା ।

ଇଟିଭି ଭାରତ, ନବରଙ୍ଗପୁର

Last Updated :Jan 30, 2024, 2:57 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.