କୃଷି ସମସ୍ୟା ପ୍ରତିବାଦ, ନୂଆପଡାରେ 8 ଘଣ୍ଟା ବନ୍ଦ ପାଳନ

By ETV Bharat Odisha Team

Published : Jan 5, 2024, 8:59 PM IST

thumbnail

Nuapada Bandh ନୂଆପଡା: ଆଜି 8 ଘଣ୍ଟିଆ ନୂଆପଡା ବନ୍ଦ। ରାଜ୍ୟ ସରକାର ଚାଷୀ ମାରଣା ନୀତି ଅବଲମ୍ବନ କରୁଥିବା ନେଇ ଏହାକୁ ବିରୋଧ କରି ବିଜେପି ପକ୍ଷରୁ ଜିଲ୍ଲାରେ 8 ଘଣ୍ଟିଆ ବନ୍ଦ ପାଳନା କରାଯାଇଛି। ତେବେ ବନ୍ଦ ସମୟରେ ଦୋକାନ ବଜାର ଠାରୁ ଆରମ୍ଭ କରି ଯାନବାହାନ ଚଳାଚଳ ସମ୍ପୁର୍ଣ୍ଣ ଠପ୍ ରହିଥିଲା। 


ଭାରତୀୟ ଜନତା ପାର୍ଟି ପକ୍ଷରୁ ଆଜି ନୂଆପଡା ଜିଲ୍ଲାରେ 8 ଘଣ୍ଟିଆ ବନ୍ଦ ପାଳନ କରାଯାଇଥିଲା। ସକାଳ 6ଟାରୁ ଅପରାହ୍ନ 2 ଯାଏଁ ଅଖଚକ ସହିତ ଦୋକାନ ବଜାର, ସ୍କୁଲ କଲେଜ, ସରକାରୀ ବେସରକାରୀ କାର୍ଯ୍ୟାଳୟ ସମ୍ପୁର୍ଣ ବନ୍ଦ ରହିଥିଲା। ରାଜ୍ୟ ସରକାର ଚାଷୀ ମାରଣା ନୀତି ଅବଲମ୍ବନ କରୁଥିବା ଭାରତୀୟ ଜନତା ପାର୍ଟି ଅଭିଯୋଗ କରିଛି । ଅର୍ଣ୍ଣଦାତା ଚାଷୀଙ୍କୁ ବିଭିନ୍ନ ମହଲରେ ଶୋଷଣ କରାଯାଉଛି । ଧାନ ମଣ୍ଡିରେ କଟନୀ ଛଟନୀ ସୀମା ଟପିଯାଇଥିବା ବେଳେ ଚାଷୀଙ୍କ ଚାଷ ଜମିକୁ ପାଣି ନାହିଁ । ସିନାପାଲି ବ୍ଲକ ଅଞ୍ଚଳର ଚାଷୀଙ୍କ ଚାଷ ଜମିକୁ ଜଳସେଚନ ବ୍ୟବସ୍ଥା କରିବା ପାଇଁ ସିନାପାଲି ଠାରେ ଉଦନ୍ତୀ ବ୍ୟାରେଜ ନିର୍ମାଣ କରାଯାଉ । ସେହିଭଳି ବୋଡେ଼ନ ଅଞ୍ଚଳର ଚାଷୀଙ୍କ ଚାଷଜିମିକୁ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପରୁ ପାଣି ଯୋଗାଇଦିଆଯାଉ । ସେହିଭଳି ଚାଷୀଙ୍କ MSP ବୃଦ୍ଧି କରାଯାଉ ବୋଲି ଦାବି କରିଛି ଜିଲ୍ଲା ବିଜେପି। ନୂଆପଡା, ଖଡ଼ିଆଳ, ବୋଡେ଼ନ, ସିନାପାଲି, କୋମାନାରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଥିଲା। 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.