ETV Bharat / state

ରାଷ୍ଟ୍ରୀୟ ଅଧିବେଶନରେ ଓଡିଶା ପାଇଁ ରଣନୀତି ପ୍ରସ୍ତୁତ ହୋଇଛି: କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁ

author img

By ETV Bharat Odisha Team

Published : Feb 19, 2024, 10:05 PM IST

ରାଷ୍ଟ୍ରୀୟ ଅଧିବେଶନରେ ଓଡିଶା ପାଇଁ ରଣନୀତି ପ୍ରସ୍ତୁତ ହୋଇଛି: କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁ
ରାଷ୍ଟ୍ରୀୟ ଅଧିବେଶନରେ ଓଡିଶା ପାଇଁ ରଣନୀତି ପ୍ରସ୍ତୁତ ହୋଇଛି: କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁ

Union Minister On Assembly Elections: କେନ୍ଦ୍ରମନ୍ତ୍ରୀ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ବରେ ରାମ ମନ୍ଦିର ନିର୍ମାଣ, ଗରିବ କଲ୍ୟାଣ ଯୋଜନା, ଧାରା 370 ଉଚ୍ଛେଦ, ତିନି ତଲାକ ଉଛେଦ, ସିଏଏ ଭଳି ଗୁରୁତ୍ବପୂର୍ଣ୍ଣ ଆଇନ ତିଆରି ହୋଇଛି । ଏହାକୁ ଆଧାର କରି ଦଳ ନିର୍ବାଚନକୁ ଯିବ । ଅଧିକ ପଢନ୍ତୁ

ରାଷ୍ଟ୍ରୀୟ ଅଧିବେଶନରେ ଓଡିଶା ପାଇଁ ରଣନୀତି ପ୍ରସ୍ତୁତ ହୋଇଛି: କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁ

ଭୁବନେଶ୍ବର: ଦିଲ୍ଲୀରୁ ମୋଦି ମନ୍ତ୍ର ନେଇ ଫେରିଲେ ବିଜେପି ନେତା । ଦୁଇ ଦିନିଆ ରାଷ୍ଟ୍ରୀୟ ମହାଅଧିବେଶନରେ 2024 ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିଛି ବିଜେପି । ମୋଦି ଦେଇଛନ୍ତି 100 ଦିନର ଟାକ୍ସ । ଲାଭାର୍ଥୀ ମାନଙ୍କ ସହ ସମ୍ପର୍କରେ ରହିବା ସହ ମୋଦିଙ୍କ ବାର୍ତ୍ତା ପହଞ୍ଚାଇବେ ବିଜେପି କର୍ମକର୍ତ୍ତା । 10 ବର୍ଷରେ ମୋଦି ସରକାର ଲୋକଙ୍କ ପାଇଁ କରିଥିବା କାମଗୁଡ଼ିକର ଦେବେ ହିସାବ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଜଳ ଜୀବନ ମିଶନ ଭଳି ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ସବୁ ଯୋଜନାକୁ ନେଇ ଲୋକଙ୍କ ପାଖକୁ ଯିବେ ବିଜେପି ନେତା କର୍ମୀ । ଆଜି ଭୁବନେଶ୍ବର ଆସିବା ପରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁ ।

ଅଧିକ ପଢନ୍ତୁ- ସଂଘୀୟ ବ୍ୟବସ୍ଥାର ଫାଇଦା ଉଠାଉଛନ୍ତି ରାଜ୍ୟ ସରକାର: କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁ

କେନ୍ଦ୍ରମନ୍ତ୍ରୀ କହିଛନ୍ତି, "ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ବରେ ରାମ ମନ୍ଦିର ନିର୍ମାଣ, ଗରିବ କଲ୍ୟାଣ ଯୋଜନା, 370 ଉଚ୍ଛେଦ, ତିନି ତଲାକ ଉଛେଦ, ସିଏଏ ଭଳି ଗୁରୁତ୍ବପୂର୍ଣ୍ଣ ଆଇନ ତିଆରି ହୋଇଛି । ଏହା ମଧ୍ୟ ଲୋକଙ୍କୁ ଜଣାଇବ ଦଳ । ବୁଥ ଚାଲ ଅଭିଯାନ, ଗାଁ ଚାଲ ଅଭିଯାନ ଭଳି କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କ ପାଖକୁ ଯିବ ବିଜେପି । ଏନଡିଏ ମେଣ୍ଟ 400 ପାର କରିବା ସହ ବିଜେପି ଏକାକୀ 370 ଲୋକସଭା ସିଟ ଜିତିବା ପାଇଁ ଲକ୍ଷ୍ୟ ରଖିଛି । ସବୁ ରାଜ୍ୟରେ ଅଲଗା ଅଲଗା ରାଜନୈତିକ ପରିସ୍ଥିତି ଅଛି । ତେଣୁ ସେଥିପାଇଁ ପ୍ରତି ରାଜ୍ୟ ପାଇଁ ସ୍ବତନ୍ତ୍ର ପ୍ଲାନ ହେବ । ରାଜ୍ୟରେ ମଧ୍ୟ ଡବଲ ଇଞ୍ଜିନ ସରକାର ହେବ । କେନ୍ଦ୍ରୀୟ ନେତୃତ୍ବ ମାନେ ଓଡ଼ିଶା ଗସ୍ତରେ ଆସିବେ । କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ 22 ତାରିଖରେ 3ଟି କ୍ଲଷ୍ଟରକୁ ଆସିବେ । ବ୍ରହ୍ମପୁର, ନବରଙ୍ଗପୁର ଏବଂ ମୟୂରଭଞ୍ଜକୁ ନେଇ ଗଠିତ ହୋଇଛି 3 କ୍ଲଷ୍ଟର ।"

ସୂଚନା ଥାଉକି, ନୂଆଦିଲ୍ଲୀରେ ବିଜେପିର ଦୁଇ ଦିନିଆ ରାଷ୍ଟ୍ରୀୟ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଆଗାମୀ ସାଧାରଣ ନିର୍ବାଚନ ପାଇଁ ଚୂଡାନ୍ତ ରଣନୀତି ପ୍ରସ୍ତୁତ ହୋଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦଳୀୟ ନେତାମାନଙ୍କୁ ନିର୍ବାଚନ ପାଇଁ ଗୁରୁମନ୍ତ୍ର ଦେଇଛନ୍ତି । କେମିତି ନିର୍ବାଚନ ପରିଚାଳନା କରିବେ, କେଉଁ ପ୍ରସଙ୍ଗକୁ ନେଇ ଲୋକଙ୍କ ପାଖକୁ ଯିବେ ସେ ନେଇ ଦଳୀୟ ନେତା ମାନଙ୍କୁ ଟିପ୍ସ ଦେଇଛନ୍ତି । ଯାହାକୁ ନେଇ ବିଜେପି ନେତା ଓ କର୍ମୀମାନେ ଗାଁକୁ ଯାଇ ଲୋକମାନଙ୍କୁ ବୁଝାଇବେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.