ETV Bharat / state

ଥମୁନି ବିଜେପିର ଟିକେଟ୍ କନ୍ଦଳ, ମନମୋହନଙ୍କୁ ଟାର୍ଗେଟ କଲେ ଦଳୀୟ କର୍ମୀ - bjp ticket issue

author img

By ETV Bharat Odisha Team

Published : Apr 18, 2024, 8:25 AM IST

ଛିଡ଼ୁନି ବିଜେପିର ଟିକେଟ୍ କନ୍ଦଳ ,ମନମୋହନଙ୍କୁ ଟାର୍ଗେଟ କଲେ ଦଳୀୟ କର୍ମୀ
ଛିଡ଼ୁନି ବିଜେପିର ଟିକେଟ୍ କନ୍ଦଳ ,ମନମୋହନଙ୍କୁ ଟାର୍ଗେଟ କଲେ ଦଳୀୟ କର୍ମୀ

BJP Ticket Issue: ବିଜେପିର ଦ୍ବିତୀୟ ପର୍ଯ୍ୟାୟ ବିଧାନସଭା ଟିକେଟ୍ ଘୋଷଣା ହେବା ପରେ ଜଗତସିଂହପୁରରେ ଦେଖିବାକୁ ମିଳିଛି ବିଦ୍ରୋହ । ଜଗତସିଂହପୁର ବିଧାନସଭା ଆସନ ପାଇଁ ବିଜେପି ଅମରେନ୍ଦ୍ର ଦାସଙ୍କୁ ଟିକେଟ ଦେଇଥିବାବେଳେ ଅସନ୍ତୋଷ ପ୍ରକାଶ କରିଛନ୍ତି ଜିଲ୍ଲା ସଭାପତି ସତ୍ୟବ୍ରତଙ୍କ ସମର୍ଥକ । ଅଧିକ ପଢନ୍ତୁ

ଛିଡ଼ୁନି ବିଜେପିର ଟିକେଟ୍ କନ୍ଦଳ ,ମନମୋହନଙ୍କୁ ଟାର୍ଗେଟ କଲେ ଦଳୀୟ କର୍ମୀ

ଜଗତସିଂହପୁର: ବିଜେପିର ପିଛା ଛାଡୁନି ଟିକେଟ୍ କନ୍ଦଳ । ଦିନକୁ ଦିନ ବଢିବାରେ ଲାଗିଛି ଟିକେଟ୍ ଆଶାୟୀଙ୍କ ଅସନ୍ତୋଷ । ମଙ୍ଗଳବାର ବିଜେପିର ଦ୍ବିତୀୟ ପର୍ଯ୍ୟାୟ ବିଧାନସଭା ଟିକେଟ ଘୋଷଣା ହେବା ପରେ ଜଗତସିଂହପୁରରେ ଏବେ ବିଦ୍ରୋହ ଦେଖିବାକୁ ମିଳିଛି । ଜଗତସିଂହପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଦଳ ଅମରେନ୍ଦ୍ର ଦାସଙ୍କୁ ପ୍ରାର୍ଥୀ ଘୋଷଣା କରିବା ପରେ ଟିକେଟ ପାଇଁ ଆଶାୟୀ ଥିବା ଜିଲ୍ଲା ବିଜେପି ସଭାପତି ସତ୍ୟବ୍ରତ ମହାପାତ୍ର ଏବେ ଧରାଛୁଆଁ ଦେଉନଥିବା ଦେଖିବାକୁ ମିଳିଛି । ସତ୍ୟବ୍ରତ ଟିକେଟକୁ ନେଇ ଅସନ୍ତୁଷ୍ଟ ଥିବାବେଳେ ଦିନେ ଦୁଇ ଦିନ ମଧ୍ୟରେ ନିଷ୍ପତ୍ତି ନିଆଯିବ ବୋଲି ତାଙ୍କର ସହଯୋଗୀ ଗଣେଶ ପ୍ରସାଦ ମହାନ୍ତି କହିଛନ୍ତି ।

ସେହିପରି ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀରେ ବିଜେପି ସତ୍ୟ ସାରଥୀଙ୍କୁ ପ୍ରାର୍ଥୀ କରିବା ପରେ ସ୍ଥାନୀୟ ବିଜେପି ନେତାମାନେ ସ୍ୱର ଶାଣିତ କରିଛନ୍ତି । ବୁଧବାର ବାଲିକୁଦା ସ୍ଥିତ ବିଜେପି କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ, ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀରେ 2014ରୁ ଦଳ ସହିତ ରହି ବିଜେପିର ଭୋଟ ହାର 45 ହଜାରରେ ଆମେ ପହଞ୍ଚାଇଥିଲୁ । ହେଲେ ଜଣେ ମଦ, ବ୍ୟବସାୟୀ ଛ' ମାସ ମଧ୍ୟରେ ଦଳକୁ ଆସି ଟିକେଟ ହାତେଇବା ଆମମାନଙ୍କୁ ବିସ୍ମୟ କରିଛି ।


ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଅର୍ଥ ଓ ଅନ୍ୟ କିଛି ପ୍ରଲୋଭନର ବଶବର୍ତ୍ତୀ ହୋଇ ଟିକେଟ ପ୍ରଦାନ କରିଛନ୍ତି ବୋଲି ସିଧାସଳଖ ଆକ୍ଷେପ କରିଛନ୍ତି ବାଲିକୁଦା-ଏରସମା ବିଜେପି କର୍ମୀ । ଯାହାକୁ ନେଇ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି । ସାମ୍ବାଦିକ ସମ୍ମିଳନୀରେ ବିଜେପି ନେତାମାନେ କହିଛନ୍ତି ଯେ, ରାଜ୍ୟ ନେତୃତ୍ୱ ଯଦି ଏହାର ପୁନର୍ବିଚାର ନକରନ୍ତି । ତେବେ ଆଗାମୀ ଦିନରେ ବିଜେପି ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀରେ ଭାଗ ଭାଗ ହୋଇଯିବ ବୋଲି ଧମକ ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ....ଅଲଗା ରାଜ୍ୟ ଦାବି ଭୟରେ ମୁଖ୍ୟମନ୍ତ୍ରୀ ଏଠାରୁ ଲଢୁଛନ୍ତି: ନରସିଂହ - Narasingha Mishra Reaction

ଏହା ମଧ୍ୟ ପଢନ୍ତୁ .....ମିଶନ ଶକ୍ତି ମହିଳାଙ୍କୁ ଦଳୀୟ କାର୍ଯ୍ୟରେ ନିୟୋଜିତ କରୁଛି ବିଜେଡି; CEOଙ୍କ ନିକଟରେ ଫେରାଦ ହେଲା ବିଜେପି - BJP Meets CEO

ଏ ସମ୍ପର୍କରେ ବାଲିକୁଦା-ଏରସମାରୁ ଟିକେଟ ପାଇଥିବା ସତ୍ୟ ସାରଥୀ ମହାନ୍ତି ଅନୁପସ୍ଥିତ ଥିବାରୁ ତାଙ୍କର ପ୍ରତିକ୍ରିୟା ମିଳି ପାରିନାହିଁ । ସେ ଫୋନ ଯୋଗେ କହିଛନ୍ତି ଯେ, ଯାହା ସବୁ ବିଜେପି କର୍ମୀମାନେ ଅଭିଯୋଗ ଆଣିଛନ୍ତି, ତାହା ଭିତ୍ତିହୀନ । ରାଜ୍ୟ ନେତୃତ୍ୱ ବହୁତ ଭାବି ଚିନ୍ତି ନିଷ୍ପତ୍ତି ନେଇଛନ୍ତି । ଆଗାମୀ ଦିନରେ ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀରେ ବିଜେପି ଭଲ ପ୍ରଦର୍ଶନ କରିବ ।


ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.