ETV Bharat / politics

ମିଶନ ଶକ୍ତି ମହିଳାଙ୍କୁ ଦଳୀୟ କାର୍ଯ୍ୟରେ ନିୟୋଜିତ କରୁଛି ବିଜେଡି; CEOଙ୍କ ନିକଟରେ ଫେରାଦ ହେଲା ବିଜେପି - BJP Meets CEO

author img

By ETV Bharat Odisha Team

Published : Apr 17, 2024, 9:19 PM IST

BJP MEET CEO: ବିଜେଡ଼ି ହ୍ୱାଟସଆପ୍ ଗ୍ରୁପ କରି ଏସଏଚଜି ମହିଳାଙ୍କୁ ଦଳୀୟ କାର୍ଯ୍ୟରେ ନିୟୋଜିତ କରୁଥିବା ଅଭିଯୋଗ ଆଣିଲା ବିଜେପି । ଏହାସହ ଓଏସଆରଟିସି ବସ ଟିକେଟ୍ ପଛରେ ନବୀନ ପଟ୍ଟନାୟକଙ୍କ ଫଟୋ ରହିଥିବାରୁ ନେଇ ସିଇଓଙ୍କୁ ଫେରାଦ ହୋଇଛି ବିଜେପି । ଅଧିକ ପଢନ୍ତୁ

ମିଶନ ଶକ୍ତି ମହିଳାଙ୍କୁ ଦଳୀୟ କାର୍ଯ୍ୟରେ ନିୟୋଜିତ କରୁଛି ବିଜେଡି; ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ବିଜେପି
ମିଶନ ଶକ୍ତି ମହିଳାଙ୍କୁ ଦଳୀୟ କାର୍ଯ୍ୟରେ ନିୟୋଜିତ କରୁଛି ବିଜେଡି; ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ବିଜେପି

ମିଶନ ଶକ୍ତି ମହିଳାଙ୍କୁ ଦଳୀୟ କାର୍ଯ୍ୟରେ ନିୟୋଜିତ କରୁଛି ବିଜେଡି; ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ବିଜେପି

ଭୁବନେଶ୍ବର: ନିର୍ବାଚନ କାର୍ଯ୍ୟରେ ଏସଏଚଜି ମହିଳାଙ୍କୁ ନିୟୋଜିତ କରୁଛି ବିଜେଡ଼ି । ବିନୋଦ ଜେନା ଏବଂ ଅମ୍ବିକା ଦାସ ନାନକ ଦୁଇ ଜଣ ସରକାରୀ ଅଧିକାରୀ ହ୍ୱାଟସଆପ ଗ୍ରୁପ କରି ଏମବିକେ, ସିଆରପିମାନଙ୍କୁ ବିଜେଡିର ଦଳୀୟ କାର୍ଯ୍ୟ କରିବା ପାଇଁ ପ୍ରବର୍ତ୍ତାଉଛନ୍ତି ।ଏଭଳି ଅଭିଯୋଗ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ବିଜେପି ।

ବିଜେପି ଅଭିଯୋଗ କରିଛି ଯେ, ନିର୍ବାଚନ କାମରେ ଏସଏଚଜି ମହିଳାଙ୍କୁ ନିୟୋଜିତ କରୁଛି ବିଜେଡ଼ି । ବିନୋଦ ଜେନା ଏବଂ ଅମ୍ବିକା ଦାସ ନାମକ ଦୁଇ ଜଣ ସରକାରୀ ଅଧିକାରୀ ହ୍ୱାଟସଆପ ଗ୍ରୁପ କରି ଏମବିକେ, ସିଆରପି ମାନଙ୍କୁ ବିଜେଡିର ଦଳୀୟ କାମ କରିବା ପାଇଁ ପ୍ରବର୍ତ୍ତାଉଛନ୍ତି । ସେହି ହ୍ୱାଟସଆପ ଗ୍ରୁପରେ ବିଜେଡ଼ି ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ମଧ୍ୟ ଅଛନ୍ତି । ତେଣୁ ଏହି ଦୁଇ ଅଫିସରଙ୍କ ବିରୋଧରେ ସିଇଓ ଦୃଢ଼ କାର୍ଯ୍ୟାନଷ୍ଠାନ ନିଅନ୍ତୁ ।


ଏହାସହ ଓଏସଆରଟିସି ବସ ଟିକେଟ ପଛରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋ ରହିବା ନେଇ ସିଇଓଙ୍କୁ ଅଭିଯୋଗ କରିଛି ବିଜେପି ପ୍ରତିନିଧି ଦଳ । ନିର୍ବାଚନ ଆଦର୍ଶ ଆଚରଣ ବିଧି ଲାଗୁ ସମୟରେ କେମିତି ସରକାରୀ ବସ ଟିକେଟରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ରହିବ ବୋଲି ପ୍ରଶ୍ନ କରିଛି ଦଳ । ଏହାଦ୍ବାରା ଖୋଲା ଖୋଲି ଭାବେ ବିଜେଡ଼ି ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ କରୁଛି ବୋଲି ଅଭିଯୋଗ କରିଛି ବିଜେପି ।

ବିଜେପି ମୁଖପାତ୍ର ଉର୍ମିଳା ମହାପାତ୍ର କହିଛନ୍ତି ଯେ, ଆଇନକାନୁନ ଓ ନିୟମକୁ ଜଳାଞ୍ଜଳି ଦେଇଥିବା ବିଜେଡି ସରକାର ଗୋଟିଏ ପରେ ଗୋଟିଏ ଆଦର୍ଶ ଆଚରଣ ବିଧିକୁ ଉଲ୍ଲଘଂନ କରିଚାଲିଛି । ନିର୍ବାଚନ ସମୟରେ ବିଜେଡି ସର୍ବଦା ଅଶାନ୍ତ ବାତାବରଣ ସୃଷ୍ଟି କରେ । ଭୋଟ ହାତେଇବା ପାଇଁ କିଛି ପ୍ରଶାସନିକ ଅଧିକାରୀମାନଙ୍କୁ ବିଜେଡିର କର୍ମୀ ଭଳି ବ୍ୟବହାର କରାଯାଏ । କିନ୍ତୁ ଡ୍ରାମାବାଜି କରି ବିଜେପି ବିରୋଧରେ ରାଜ୍ୟ ନିର୍ବାଚନ ଆୟୋଗଙ୍କ ନିକଟରେ ବିଜେଡି ଅଭିଯୋଗ କରୁଛି । ଆମକୁ ନିର୍ବାଚନ ଅଧିକାରୀ ଆଶ୍ୱାସନା ଦେଇ କହିଛନ୍ତି ଆମେ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ ।

ଏହା ମଧ୍ୟ ପଢନ୍ତୁ .....ଆଚରଣ ବିଧି ଉଲ୍ଲଙ୍ଘନ କରୁଛି ବିଜେଡି; ପୁଣି ସିଇଓଙ୍କୁ ଫେରାଦ ହେଲା ବିଜେପି - BJP Complaint Against BJD

ପୂର୍ବରୁ ବିଜେଡି ନିର୍ବାଚନ ଜିତିବା ପାଇଁ ସରକାରୀ କର୍ମଚାରୀଙ୍କୁ ଦଳୀୟ ପ୍ରଚାର କାର୍ଯ୍ୟରେ ଲଗାଉଥିଲା । ଏବେ ସ୍ଵୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ନେଇ କାର୍ଯ୍ୟରେ ନିୟୋଜିତ କରୁଛି ବିଜେଡି । ସାଧାରଣ ନିର୍ବାଚନ ଅବାଧ, ମୁକ୍ତ ଓ ନିରପେକ୍ଷ ନିର୍ବାଚନ ଲଢ଼ିବାକୁ ବିଜେପି ଚାହୁଁଛି । ଏଥିଲାଗି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ତଦନ୍ତ କରି ବିଜେଡି ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.