ETV Bharat / state

ପାଖଉଛି ନିର୍ବାଚନ, ମହାପ୍ରଭୁଙ୍କ ଶରଣରେ ବିଜେପି ସାଂସଦ ପ୍ରାର୍ଥୀ - BJP LEADERS VISIT SRIMANDIR

author img

By ETV Bharat Odisha Team

Published : Apr 2, 2024, 11:42 AM IST

BJP leaders Visits Srimandir
BJP leaders Visits Srimandir

BJP leaders Visits Srimandir: ନିର୍ବାଚନ ପାଖେଇ ଆସୁଥିବା ବେଳେ ମହାପ୍ରଭୁଙ୍କ ଶରଣରେ ବିଜେପି ସାଂସଦ ପ୍ରାର୍ଥୀ । ଅଧିକ ପଢନ୍ତୁ,

BJP leaders Visits Srimandir

ପୁରୀ: ଚାରିଆଡେ ନିର୍ବାଚନୀ ମାହୋଲ । ନିର୍ବାଚନ ପାଖେଇ ଆସୁଥିବା ବେଳେ ବିଭିନ୍ନ ଦଳ ପ୍ରାର୍ଥୀ ଘୋଷଣା ଜାରି ରଖିଛନ୍ତି । ତେବେ ସମର ପୂର୍ବରୁ ଅର୍ଥାତ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇବା ପୂର୍ବରୁ ମହାପ୍ରଭୁଙ୍କ ଶରଣରେ ବିଜେପିର ମାଳମାଳ ନେତା । ପୁରୀ ଆସି ବିଜେପି ନେତାମାନେ ମହାପ୍ରଭୁଙ୍କୁ ଦର୍ଶନ କରି ଆଗାମୀ ନିର୍ବାଚନରେ କିଭଳି ବିଜୟ ବାନା ଉଡ଼ାଇ ପାରିବେ ସେ ନେଇ ମହାପ୍ରଭୁଙ୍କୁ ପ୍ରାର୍ଥନା କରୁଛନ୍ତି ।

ଯାଜପୁର ଲୋକସଭା ଆସନରୁ ବିଜେପିର ପ୍ରାର୍ଥୀ ହୋଇଛନ୍ତି ରବୀନ୍ଦ୍ର ବେହେରା । ତେବେ ନିର୍ବାଚନ ଲଢେଇ ପୂର୍ବରୁ ସେ ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ଜଗନ୍ନାଥଙ୍କ ଆଶିଷ ଲାଭ କରି କହିଛନ୍ତି, "ମହାପ୍ରଭୁଙ୍କ ଆଶୀର୍ବାଦ ନେଇ ଲୋକଙ୍କ ସେବା ପାଇଁ ପ୍ରସ୍ତୁତି କରିବୁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲହର ସାରା ଭାରତରେ ଖେଳି ଯାଇଥିବା ବେଳେ ଚଳିତ ନିର୍ବାଚନରେ ବିଜେପି 4 ଶହରୁ ଅଧିକ ଲୋକସଭା ଆସନରେ ବିଜୟ ଲାଭ କରି ସରକାର ଗଢିବ । ମୋଦିଙ୍କ ଜନ କଲ୍ୟାଣ ମୂଳକ ଯୋଜନାକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ଆମର ମୁଖ୍ୟ ଲକ୍ଷ୍ୟ।"

ଅନ୍ୟପଟେ ବିଜେପି ସମର୍ଥକ ସୂର୍ଯ୍ୟ ରଥ କହିଛନ୍ତି, "ଶିଳ୍ପ ସମୃଦ୍ଧ ଯାଜପୁରର ବିକାଶ ପାଇଁ ଜଣେ ଦୃଢ଼ ନେତୃତ୍ୱ ଦରକାର । ରବୀନ୍ଦ୍ର ବେହେରା ଜଣେ ଆଇଟି ବିଶାରଦ ହେଇଥିବା ବେଳେ ସେ ଜଣେ ଯାଜପୁରର ସୁଯୋଗ୍ୟ ସନ୍ତାନ । ମୋଦି ସରକାରଙ୍କ ଲୋକପ୍ରିୟତା ଏଥର ଓଡ଼ିଶାରେ ପରିବର୍ତ୍ତନ ଆଣିବା ସହ ବିଜେପି ସରକାର ଗଠନ ହେବ । ତେବେ ଯାଜପୁର ସମେତ ସାରା ଦେଶରେ ବିଜେପି ବିପୁଳ ବିଜୟ ହାସଲ କରିବ । "

ଏହା ମଧ୍ୟ ପଢନ୍ତୁ: ସମର ପୂର୍ବରୁ ମହାପ୍ରଭୁଙ୍କ ଶରଣରେ ମାଳ ମାଳ ବିଜେଡି ନେତା - BJD Leaders At Jagannath Temple

ସେପଟେ କନ୍ଧମାଳର ବିଜେପି ସାଂସଦ ପ୍ରାର୍ଥୀ ସୁକାନ୍ତ ପାଣିଗ୍ରାହୀ ମଧ୍ଯ ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ନିର୍ବାଚନ ମଇଦାନକୁ ଓହ୍ଲାଇବା ପୂର୍ବରୁ ମହାପ୍ରଭୁଙ୍କ ଆଶୀର୍ବାଦ ନେବା ପାଇଁ ସେ ଆସିଥିବା କହିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକ ପ୍ରୀୟତା, ବିକାଶମୂଳକ ଶାସନରେ ସାରା ଭାରତବାସୀ ପ୍ରଭାବିତ ହେଇଛନ୍ତି । ସାରା ଦେଶରେ ଘରେ ଘରେ ମୋଦିଙ୍କ ଲହରୀ ଖେଳିଯାଇଛି । ଏଣୁ ଓଡ଼ିଶାରେ 21 ଲୋକସଭା ଆସନ ରେ ବିଜେପି ବିପୁଳ ବିଜୟ ହାସଲ କରିବ ବୋଲି ବିଜେପିର କନ୍ଧମାଳ ସାଂସଦ ପ୍ରାର୍ଥୀ ସୁକାନ୍ତ ପାଣିଗ୍ରାହୀ କହିଛନ୍ତି । ଓଡ଼ିଶାରେ ହିନ୍ଦୁତ୍ବ ସଙ୍କଟରେ ଥିବା ବେଳେ ସେ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ସହ ରହି ଅନେକ କାର୍ଯ୍ୟ କରିଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.