ETV Bharat / state

ଲକ୍ଷ୍ମୀ ବସ ଯୋଜନାରେ ବ୍ୟାପକ ଦୁର୍ନୀତି, ଟେଣ୍ଡର ପ୍ରକ୍ରିୟାରେ ସ୍ବଚ୍ଛତା ନାହିଁ: ବିଜେପି

author img

By ETV Bharat Odisha Team

Published : Feb 28, 2024, 10:30 PM IST

ଲକ୍ଷ୍ମୀ ବସ ଯୋଜନାରେ ବ୍ୟାପକ ଦୁର୍ନୀତି, ଟେଣ୍ଡର ପ୍ରକ୍ରିୟାରେ ସ୍ବଚ୍ଛତା ନାହିଁ: ବିଜେପି
ଲକ୍ଷ୍ମୀ ବସ ଯୋଜନାରେ ବ୍ୟାପକ ଦୁର୍ନୀତି, ଟେଣ୍ଡର ପ୍ରକ୍ରିୟାରେ ସ୍ବଚ୍ଛତା ନାହିଁ: ବିଜେପି

Scam in LAccMI Bus: ଲକ୍ଷ୍ମୀ ବସ ଯୋଜନା ଯେବେଠାରୁ ଆରମ୍ଭ ହୋଇଛି ଆଜି ପର୍ଯ୍ୟନ୍ତ ସରକାର ଏହାକୁ ବ୍ୟାପକ ଭାବରେ ପ୍ରଚାର ପ୍ରସାର କରୁଛନ୍ତି। ସରକାରୀ କଳ ଲାଗିଛି ଏହାର ସଫଳ ରୂପାୟନ ପାଇଁ। ହେଲେ ସରକାର ଏଥିରେ କେତେ ଦୁର୍ନୀତି କରିଛନ୍ତି ତାହା ଓଡିଶାବାସୀ ଜାଣି ନାହାନ୍ତି। ଏଭଳି ସଂଗୀନ ଅଭିଯୋଗ ଆଣିଛି ବିଜେପି । ଅଧିକ ପଢନ୍ତୁ

ଲକ୍ଷ୍ମୀ ବସ ଯୋଜନାରେ ବ୍ୟାପକ ଦୁର୍ନୀତି, ଟେଣ୍ଡର ପ୍ରକ୍ରିୟାରେ ସ୍ବଚ୍ଛତା ନାହିଁ: ବିଜେପି

ଭୁବନେଶ୍ବର: ଓଡିଶାରେ ଲକ୍ଷ୍ମୀ ବସ ଯୋଜନା ଯେବେଠାରୁ ଆରମ୍ଭ ହୋଇଛି ଆଜି ପର୍ଯ୍ୟନ୍ତ ସରକାର ଏହାକୁ ବ୍ୟାପକ ଭାବରେ ପ୍ରଚାର ପ୍ରସାର କରୁଛନ୍ତି। ସରକାରୀ କଳ ଲାଗିଛି ଏହାର ସଫଳ ରୂପାୟନ ପାଇଁ। ହେଲେ ସରକାର ଏଥିରେ କେତେ ଦୁର୍ନୀତି କରିଛନ୍ତି ତାହା ଓଡିଶାବାସୀ ଜାଣି ନାହାନ୍ତି । ବସ ପାଇଁ ଅର୍ଥ ସରକାରଙ୍କର । ବସ ମାଲିକ ବାହାର ରାଜ୍ୟର। ଆଜି ଏଭଳି ଦୁର୍ନୀତି ଅଭିଯୋଗ ଆଣି ରାଜ୍ୟ ସରକାରଙ୍କୁ ଶାଣିତ ଆକ୍ରମଣ କରିଛି ରାଜ୍ୟ ବିଜେପି ।

ଅଧିକ ପଢନ୍ତୁ- ୩୦ ଜିଲ୍ଲାର ୯୫% ପଞ୍ଚାୟତକୁ ବ୍ଲକ ସହ ଯୋଡିଲା ଲକ୍ଷ୍ମୀ

ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ଏକ ପ୍ରେସମିଟରେ ବିଜେପି ମୁଖପାତ୍ର ଅନିଲ ବିଶ୍ଵାଳ କହିଛନ୍ତି, ‘‘ଲକ୍ଷ୍ମୀ ବସ ପ୍ରଚାର ପ୍ରସାର ସହ କୋଟିକୋଟି ଟଙ୍କାର ବିଜ୍ଞାପନ ଦେଉଛନ୍ତି ରାଜ୍ୟ ସରକାର। ଆଖିରେ ଆଙ୍ଗୁଠି ଗେଞ୍ଜି ଖୁଲମଖୁଲା ଦୁର୍ନୀତି କରୁଛନ୍ତି ରାଜ୍ୟ ସରକାର। ଆରଟିଆଇ ତଥ୍ୟ କହୁଛି ବସ କିଣିବାକୁ ବାଣିଜ୍ୟ ଓ ପରିବହନ ବିଭାଗ ଦେଇଛି 260 କୋଟି । ଏହାର ମାଲିକାନା କିଭଳି ଘରୋଇ କମ୍ପାନି ହାତକୁ ଟେକି ଦିଆଗଲା ? ପୂର୍ବରୁ କୋଟିକୋଟି ଖର୍ଚ୍ଚରେ ହୋଇଥିବା ବିଜୁ ଗାଁ ଗାଡ଼ି ଓ ସିଟି ବସ ପରେ ବନ୍ଦ ହୋଇଯାଇଥିଲା। ଏବେ ଲକ୍ଷ୍ମୀ ବସର ସ୍ଥାୟିତ୍ଵ ଉପରେ ଉଠିଛି ପ୍ରଶ୍ନ? ଏହା ନିର୍ବାଚନୀ ଥୋପ ନୁହେଁ ତ ?’’

ବିଜେପି ମୁଖପାତ୍ର କହିଛନ୍ତି ଓଡିଶାରେ ଦୁର୍ନୀତି କିଭଳି ଚାଲିଛି ସରକାରୀ ଅର୍ଥକୁ ଅଣଓଡ଼ିଆଙ୍କ ହାତରେ ଟେକି ଦିଆଯାଉଛି ତାହାର ଉଦାହରଣ ହେଉଛି ଓଡ଼ିଶାରେ ଆରମ୍ଭ ହୋଇଥିବା ଲକ୍ଷ୍ମୀ ବସ ଯୋଜନା । ଲକ୍ଷ୍ମୀ ବସ ଯୋଜନାରେ ସରକାର ଏବେ ସୁଦ୍ଧା ୧୭୪୫ଟି ବସ କିଣିଛନ୍ତି। କିନ୍ତୁ ବଡ ଆଶ୍ଚର୍ଯ୍ୟ ଭାବରେ ସେହି ବସର ମାଲିକାନା ସରକାରଙ୍କ ନାଁରେ ନରହି ରହିଛି ଘରୋଇ କମ୍ପାନୀମାନଙ୍କ ନାଁରେ। ଯାହା ଏକ ବେଆଇନ କାର୍ଯ୍ୟ । ନିୟମ ଅନୁସାରେ ଯେତେବେଳେ ସରକାର କୌଣସି ସମ୍ପତ୍ତି କିଣନ୍ତି ଏହାର ମାଲିକାନା ସରକାରଙ୍କ ପାଖରେ ରହିବା ଉଚିତ । କିନ୍ତୁ କେଉଁ ପରିସ୍ଥିତିରେ ସରକାରୀ ଅର୍ଥରେ କିଣାଯାଇଥିବା ବସର ମାଲିକାନା ଅଣଓଡ଼ିଆ ଘରୋଇ କମ୍ପାନୀମାନଙ୍କ ହାତକୁ ଗଲା ତାହା ସରକାର ସ୍ପଷ୍ଟ କରନ୍ତୁ ସରକାର।

ଯଦି ସରକାରଙ୍କର ନିଜ ନାଁରେ ବସ କିଣିବାର ନଥିଲା ତାହାଲେ ସରକାର ଲକ୍ଷ୍ମୀ ବସକୁ ପରିଚାଳନା କରୁଥିବା ମିଶନଶକ୍ତି ନାଁରେ କିଣିପାରିଥାନ୍ତେ। ଏଭଳି କି ଓଡ଼ିଶାର ଶହ ଶହ ଘରୋଇ ବସ ଚଳାଚଳ କରୁଥିବା ସଂସ୍ଥାମାନଙ୍କୁ କାହିଁକି ଲକ୍ଷ୍ମୀବସ ଯୋଜନାର ପରିଚାଳନା ଦାୟିତ୍ବ ନଦିଆଯାଇ ବାହାର ରାଜ୍ୟର ଟ୍ରାଭେଲ୍ସ ଏଜେନ୍ସୀ ମାନଙ୍କୁ ଦିଆଗଲା ? ଯାହା ପ୍ରମାଣିତ କରୁଛି ଯେ, ଓଡ଼ିଶା ସରକାର ଅଣଓଡିଆ ବ୍ୟବସାୟୀମାନଙ୍କ ସ୍ବାର୍ଥରେ କାମ କରୁଛନ୍ତି । ଲକ୍ଷ୍ମୀ ବସ ଯୋଜନାରେ ୫ଟି କ୍ଲଷ୍ଟରରେ ଯେଉଁ ୩ଟି ସଂସ୍ଥାକୁ ଦାୟିତ୍ବ ଦିଆଯାଇଛି ସେମାନେ ମଧ୍ୟ ଓଡ଼ିଶାରେ ଅନ୍ୟ ବ୍ୟବସାୟୀ ଠିକା ପାଇଛନ୍ତି । ଟେଣ୍ଡର ପ୍ରକ୍ରିୟାରେ ମଧ୍ୟ ସ୍ବଚ୍ଛତା ନଥିଲା । ସହରାଞ୍ଚଳରେ ଚାଲୁଥିବା ମୋ ବସକୁ ପରିଚାଳନା କରୁଥିବା କ୍ରୁଟର ଜଣେ ନିର୍ଦ୍ଦେଶକ ହେଉଛନ୍ତି ଚାଟାର୍ଡ ସ୍ପିଡ ଲିମିଟେଡର ମାଲିକ ଯେଉଁ ଚାଟାର୍ଡ ସ୍ପିଡ ଲକ୍ଷ୍ମୀ ବସର ୩ଟି କ୍ଲଷ୍ଟରର ଠିକା ପାଇଛି । ସେହିଭଳି ଲକ୍ଷ୍ମୀ ବସର ଠିକା ପାଇଥିବା ନର୍ବଦା ଟ୍ରାଭେଲ୍ସର ମାଲିକମାନେ ହେଉଛନ୍ତି ଜଗନ୍ନାଥଜୀ ସିଟି ବସ ସର୍ଭିସେସ ଲିମିଟେଡର ମାଲିକ । ଏଥିରୁ ହିଁ ସ୍ପଷ୍ଟ ହେଉଛି ଯେ, କିଭଳି ଭାବେ ଟେଣ୍ଡର ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ହୋଇଛି।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.