ETV Bharat / state

ପିପିଲିରେ ତିନି ଦଳର ପ୍ରଚାର ଜୋରଦାର, ବିଜେଡି କଲା ବିରାଟ୍ ବାଇକ ଶୋଭାଯାତ୍ରା - pipili assembly constituency

author img

By ETV Bharat Odisha Team

Published : Apr 23, 2024, 6:49 AM IST

ପିପିଲିରେ ଜୋର ଧରିଲାଣି ତିନି ଦଳର ପ୍ରଚାର, ବିଜେଡି କଲା ବିରାଟ ବାଇକ ଶୋଭାଯାତ୍ରା
ପିପିଲିରେ ଜୋର ଧରିଲାଣି ତିନି ଦଳର ପ୍ରଚାର, ବିଜେଡି କଲା ବିରାଟ ବାଇକ ଶୋଭାଯାତ୍ରା

PIPILI ASSEMBLY CONSTITUENCY: ପିପିଲି ବିଧାନସଭା ଆସନରେ କିଏ ମାରିବ ବାଜି ?ଶକ୍ତି ପ୍ରଦର୍ଶନ କଲା ବିଜେଡି । ଅଧିକ ପଢନ୍ତୁ

ପିପିଲିରେ ଜୋର ଧରିଲାଣି ତିନି ଦଳର ପ୍ରଚାର, ବିଜେଡି କଲା ବିରାଟ ବାଇକ ଶୋଭାଯାତ୍ରା

ନିମାପଡ଼ା: ପିପିଲିରେ ଜୋର ଧରିଲାଣି ପ୍ରଚାର । ବିଜେଡି ବିରାଟ ବାଇକ ଶୋଭାଯାତ୍ରା କରି ଆଜି ଶକ୍ତି ପ୍ରଦର୍ଶନ କରିଥିବାବେଳେ ପିପିଲି ହାଟ ଓ ବଜାରରେ ନିଜ ପାଇଁ ଭୋଟ ଭିକ୍ଷା କରିଛନ୍ତି ଆଶ୍ରିତ । ସେପଟେ ସମସ୍ତଙ୍କୁ ଏକଜୁଟ କରି ନିର୍ବାଚନ ମଇଦାନ ବୈତରଣୀ ପାର ହେବା ଲକ୍ଷ୍ୟ ରଖିଛି କଂଗ୍ରେସ ।

ପ୍ରଚାରରେ କମ୍ପୁଛି ପିପିଲି । ନିଜ ନିଜ ସପକ୍ଷରେ ଭୋଟ ମାଗୁଛନ୍ତି ନେତା । ପିପିଲି ଉତ୍ତରା ଛକ ଠାରୁ ବାଇକ ଶୋଭାଯାତ୍ରା କରି ନିଜ ସପକ୍ଷରେ ଭୋଟ ମାଗିଛନ୍ତି ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ । ନିଜ ସହିତ ପୁରୀ ସାଂସଦ ଅରୂପ ପଟ୍ଟନାୟକଙ୍କୁ ସାଙ୍ଗରେ ଧରି ଭୋଟ ଭିକ୍ଷା କରିଛନ୍ତି ରୁଦ୍ର । ନବୀନଙ୍କ ସୁଶାସନ ଓ ବିକାଶ ବାର୍ତ୍ତା ନେଇ ଭୋଟଙ୍କ ନିକଟତର ହେଉଥିବା ରୁଦ୍ରଙ୍କ ସପକ୍ଷରେ ଜନମତ ରହିବ ବୋଲି ବିଜେଡି ଆଶାବାଦୀ ରହିଛି । ଆଜି ପିପିଲି ଉତ୍ତରା ଛକଠାରୁ ପିପିଲି ବଜାର, କଣ୍ଟି, ରୂପଦେଇପୁର ,ଡେଲାଙ୍ଗର ମଉନ ମଠ, ଜଗଦଲପୁର, କୁମୁଡାଲ, ଅଙ୍କୋଇ, ଯମୁନା, ଗୋଡିପୁଟ ମାଟିଆ ପଡ଼ା ଓ ହରିରାଜପୁରରେ ପ୍ରଚାର କରି ଭୋଟ ମାଗିଥିଲା ବିଜେଡି ।

ସେପଟେ ଆଜି ପିପିଲି ହାଟ ଛକ ଓ ହାଟରେ ନିଜ ପାଇଁ ଭୋଟ ଭିକ୍ଷା କରିଛନ୍ତି ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ । ମୋଦି ଗ୍ୟାରେଣ୍ଟିର ଭରସା ଦେଇ ଭୋଟରଙ୍କ ନିକଟତର ହେଉଥିବା ଆଶ୍ରିତ ଚଳିତ ନିର୍ବାଚନରେ ପିପିଲି ଭୋଟର ତାଙ୍କ ସପକ୍ଷରେ ମତଦାନ କରି ତାଙ୍କୁ ବିଜୟ କରିବେ ବୋଲି ଆଶା ରଖିଛନ୍ତି ବିଜେପି ନେତା ଆଶ୍ରିତ ପଟ୍ଟନାୟକ ।

ଏହା ମଧ୍ୟ ପଢନ୍ତୁ.....ରାଉରକେଲା ବିଜେପି ପ୍ରାର୍ଥୀତ୍ୱକୁ ନେଇ ତେଜୁଛି ଅସନ୍ତୋଷ, ସ୍ୱାଧୀନରେ ଛିଡା ହେବେ ଆଶାୟୀ ! - Discontent Over Candidacy

ଏହା ମଧ୍ୟ ପଢନ୍ତୁ.....ହିନ୍ଦୋଳରୁ ଲଢିବେ ମହେଶ, ଅନେକ ଆଶାୟୀଙ୍କୁ ପଛରେ ପକାଇ ହାତେଇଲେ ଟିକଟ - Mahesh To Contest From Hindol

ସେପଟେ କଂଗ୍ରେସ ପ୍ରଚାର ଦୌଡ଼ରେ ପଛରେ ପଡିଯାଇଛି । କଂଗ୍ରେସ ପ୍ରାର୍ଥୀ ଜ୍ଞାନ ରଞ୍ଜନ ପଟ୍ଟନାୟକ ସମସ୍ତଙ୍କୁ ଏକାଠି କରି ନିର୍ବାଚନ ବୈତରଣୀ ପାର ହେବ ବୋଲି ଆଶା ରଖିଛନ୍ତି । ରାଜ୍ୟ ଏବଂ କେନ୍ଦ୍ରର ଅବହେଳାକୁ ମୁଦ୍ଦା କରି ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଛି ଦଳ । ପିପିଲି ଦଖଲ ପାଇଁ ତିନି ପ୍ରମୁଖ ଦଳ ନିଜକୁ ଦାବିଦାର କହୁଥିଲା ବେଳେ କିଏ କରୁଛି ପିପିଲି ଦଖଲ ତାହା ଭୋଟର ନିର୍ଣ୍ଣାୟକ କରିବେ ।

ଇଟିଭି ଭାରତ, ନିମାପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.