ETV Bharat / politics

ରାଉରକେଲା ବିଜେପି ପ୍ରାର୍ଥୀତ୍ୱକୁ ନେଇ ତେଜୁଛି ଅସନ୍ତୋଷ, ସ୍ୱାଧୀନରେ ଛିଡା ହେବେ ଆଶାୟୀ ! - Discontent over Candidacy

author img

By ETV Bharat Odisha Team

Published : Apr 22, 2024, 9:07 PM IST

Rourkela Assembly constituency:ରାଉରକେଲା ବିଜେପିରେ ଟିକଟକୁ ନେଇ ବାଦ ବିବାଦ। ଦିଲ୍ଲୀପ ରାୟଙ୍କ ପ୍ରାର୍ଥୀତ୍ବକୁ ନେଇ ଅସନ୍ତୋଷ ବ୍ୟକ୍ତ କରି ସମର୍ଥକଙ୍କ ସହ ଶକ୍ତି ପ୍ରଦର୍ଶନ କଲେ ନିହାର ରାୟ । ଅଧିକ ପଢନ୍ତୁ

Rourkela Assembly constituency
Rourkela Assembly constituency

Rourkela Assembly constituency

ରାଉରକେଲା: ବିଜେପି ଟିକେଟ ଆଶାୟୀ ପ୍ରାର୍ଥୀ ନିହାର ରାୟଙ୍କ ଶକ୍ତି ପ୍ରଦର୍ଶନ । ରାଉରକେଲା ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଜେପି ପ୍ରାର୍ଥୀ ଘୋଷଣା କରିବା ପରେ ଟିକଟ ବିବାଦ ପୁଣି ମୁଣ୍ଡ ଟେକିଛି । ଦିଲ୍ଲୀପ ରାୟଙ୍କୁ ବିଜେପି ରାଉରକେଲା ମଣ୍ଡଳୀ ପାଇଁ ପ୍ରାର୍ଥୀ ଭାବେ ଘୋଷଣା କରିଥିବା ବେଳେ ଆଶାୟୀ ନିହାର ରାୟ ଏହାକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି ।

ଏହାମଧ୍ୟ ପଢନ୍ତୁ.. ରାଉରକେଲା ଦିଲ୍ଲୀପଙ୍କ ପ୍ରାର୍ଥିତ୍ବକୁ ବିରୋଧ, ପ୍ରତିବାଦ କଲେ ନିହାରଙ୍କ ସମର୍ଥକ - Odisha Assembly Polls

ଦୀର୍ଘ ବର୍ଷ ଧରି ରାଉରକେଲା ରାଜନୀତିରୁ ଦୂରେଇ ରହିବା ପରେ ପୁନର୍ବାର ବିଜେପିରେ ଆବିର୍ଭାବ ହୋଇ ରାଉରକେଲା ବିଧାନସଭା କ୍ଷେତ୍ର ପାଇଁ ବିଜେପି ଟିକଟ ହାତେଇଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ । ତେବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପଙ୍କ ପ୍ରାର୍ଥୀତ୍ୱକୁ ନେଇ ରାଉରକେଲାରେ ଅସନ୍ତୋଷ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି । ଦଳର ଅନ୍ୟତମ ନେତା ତଥା ଟିକଟ ଆଶାୟୀ ନିହାର ରାୟ ଦିଲ୍ଲୀପଙ୍କୁ ଖୋଲାଖୋଲି ବିରୋଧ କରିଛନ୍ତି ।

ଏପରିକି ଚଳିତ ନିର୍ବାଚନରେ ନିହାର ସ୍ବାଧୀନ ପ୍ରାର୍ଥୀ ଭାବେ ରାଉରକେଲା ବିଧାନସଭା କ୍ଷେତ୍ରରୁ ନିର୍ବାଚନ ଲଢ଼ିପାରନ୍ତି ବୋଲି ତାଙ୍କ ସମର୍ଥକଙ୍କ ମହଲରୁ ସୂଚନା ମିଳିଛି । ତେବେ ସ୍ୱାଧୀନ ପ୍ରାର୍ଥୀ ଭାବରେ ଛିଡା ହେବା ନେଇ ନିହାର ମଧ୍ୟ ଜୋରଦାର ପ୍ରସ୍ତୁତି ଚଳାଇଥିବା ବିଶେଷ ସୁତ୍ରରୁ ଜଣାପଡିଛି । ରବିବାର ଦିନ ନିହାର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ନିଜର ଶତାଧିକ ସମର୍ଥକଙ୍କୁ ନେଇ ଶକ୍ତି ପ୍ରଦର୍ଶନ କରିଛନ୍ତି ।

ଏହାମଧ୍ୟ ପଢନ୍ତୁ.. ଏଥର ରାଉରକେଲା ଦେଖିବ ମହାଲଢେଇ, କାହାକୁ ଭରସା କରିବେ ଜନତା ? - Rourkela Assembly Constituency

ନିହାରଙ୍କ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ଶତାଧିକ ଦଳୀୟ କର୍ମୀ ଓ ସମର୍ଥକ ଯୋଗ ଦେଇଥିଲେ । ଏହି ଅବସରରେ ନିହାର କହିଛନ୍ତି ଯେ, ଦୀର୍ଘ 10 ବର୍ଷ ଧରି ବିଜେପିରେ ରହି ଦଳ ପାଇଁ କାର୍ଯ୍ୟ କରି ଦଳକୁ ତୃଣମୂଳ ସ୍ତରରେ ମଜଭୁତ କରିବା ପରେ ବି ତାଙ୍କୁ ଟିକଟ ନ ଦିଆଯାଇ ଦିଲ୍ଲୀପଙ୍କୁ ଦିଆଯାଇଛି । ସମର୍ଥକମାନଙ୍କ ସହ ଆଲୋଚନା କରିବା ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବି ବୋଲି କହିଛନ୍ତି ବିଜେପି ଆଶାୟୀ ପ୍ରାର୍ଥୀ ନିହାର । ରାଉରକେଲାରେ ବିଜେପି ଟିକଟକୁ ନେଇ ବହୁ ବାଦବିବାଦ ଦେଖା ଦେଇଥିବା ବେଳେ ଆଗାମୀ ଦିନରେ ବିଜେପିର ସମୀକରଣ କଣ ରହିବ ତାହା ଦେଖିବାକୁ ବାକି ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.