ETV Bharat / state

EDରେ ହାଜର ହେଲେ ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲ, ଚାଲିଛି ଜେରା

author img

By ETV Bharat Odisha Team

Published : Feb 28, 2024, 1:55 PM IST

Updated : Feb 29, 2024, 8:47 AM IST

BJD MLA Prafulla Samal appeared in ED: ଇଡିରେ ହାଜର ହେଲେ ଭଣ୍ଡାରିପୋଖରୀ ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲ । ଭଦ୍ରକ ବରପଦା ଇଞ୍ଜିନିୟରିଂ କଲେଜ ଜମି ମାମଲାରେ ଜେରା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହୋଇଛନ୍ତି । ଅଧିକ ପଢ଼ନ୍ତୁ

EDରେ ହାଜର ହେଲେ ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲ
EDରେ ହାଜର ହେଲେ ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲ

ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲ

ଭୁବନେଶ୍ବର: ଇଡିରେ ହାଜର ହେଲେ ଭଣ୍ଡାରିପୋଖରୀ ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲ । ଭଦ୍ରକ ବରପଦା ଇଞ୍ଜିନିୟରିଂ କଲେଜ ଜମି ମାମଲାରେ ଜେରା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହୋଇଛନ୍ତି ପ୍ରଫୁଲ୍ଲ । ପ୍ରଫୁଲ୍ଲ ସାମଲ ଓ ପୁଅ ପ୍ରୟାସକାନ୍ତି ସାମଲଙ୍କୁ ସମନ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏହାକୁ ନେଇ ଇଡି ଅଫିସରେ ତଥ୍ୟ ଆଧାରରେ ହାଜର ହୋଇଛନ୍ତି ପ୍ରଫୁଲ୍ଲ । ଇଡି ପକ୍ଷରୁ ତାଙ୍କୁ ପଚରାଉଚରା କରାଯାଉଛି । ଏଥିପାଇଁ ବିଭିନ୍ନ ତଥ୍ୟ ଆଧାରରେ କ୍ରସ ଭେରିଫିକେସନ କରାଯାଉଛି ।

ଭଦ୍ରକ ବରପଦା ଇଞ୍ଜିନିୟରିଂ କଲେଜ ଜମି ମାମଲାରେ ହାଜର ହେବା ପାଇଁ ଗତ 17 ତାରିଖରେ ଇଡି ପ୍ରଫୁଲ୍ଲଙ୍କୁ ନୋଟିସ କରିଥିଲା । ୧୫ ଦିନ ମଧ୍ୟରେ ନିଜର ପକ୍ଷ ରଖିବାକୁ ସମନରେ ଉଲ୍ଲେଖ ରହିଥିଲା । ପରେ ନିଜର ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଇ ଇଡିରେ ହାଜର ହେବା ପାଇଁ ଓକିଲଙ୍କ ଜରିଆରେ ସମୟ ମାଗିଥିଲେ ପ୍ରଫୁଲ୍ଲ । ଆଜି ପ୍ରଫୁଲ୍ଲ ଇଡିରେ ହାଜର ହୋଇଥିବା ବେଳେ ବର୍ତ୍ତମାନ ତାଙ୍କର ଜେରା ଚାଲିଥିବା ସୂଚନା ରହିଛି ।

ଏହା ମଧ୍ୟ ପଢ଼ନ୍ତୁ...ରେଡ୍ ପରେ ସମନ: ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲ ଏବଂ ପୁଅ ପ୍ରୟାସକାନ୍ତିଙ୍କୁ ED ନୋଟିସ୍

ଭଦ୍ରକର ବରପଦା ଇଞ୍ଜିନିୟରିଂ କଲେଜରେ ବହୁ ଦିନ ଧରି 30 କୋଟି ଟଙ୍କା ଅର୍ଥ ହଡପ ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ଏନେଇ ଇଞ୍ଜିନିୟରିଂ କଲେଜର କମର୍ଚାରୀମାନେ ଏକାଧିକ ବାର ପ୍ରତିବାଦ କରିଥିଲେ । ବରପଦା ଇଞ୍ଜିନିୟରିଂ କଲେଜ ନାଁରେ ଏକ ସୋସାଇଟି ହୋଇଥିବା ବେଳେ ସେଥିରେ ହୋଇଥିବା ଦୁର୍ନୀତିରେ ପ୍ରଫୁଲ୍ଲଙ୍କ ପୁଅ ପ୍ରୟାସକାନ୍ତି ସାମିଲ ଥିବା ନେଇ ଅଭିଯୋଗ ହୋଇଥିଲା । କଲେଜ କର୍ମଚାରୀମାନେ ଦରମା ପାଉ ନଥିବା ବେଳେ ଉକ୍ତ ଟଙ୍କାରେ ପ୍ରୟାସକାନ୍ତି ଦାମୀ ଗାଡ଼ି ଚଢ଼ୁଥିବା କର୍ମଚାରୀମାନେ ଅଭିଯୋଗ କରିଥିଲେ । ଏହାପରେ ଇଡି ଏହି ଘଟଣାର ଖୋଳତାଡ଼ ଆରମ୍ଭ କରି ଗତ ୧୫ ତାରିଖରେ ଇଡି ପକ୍ଷରୁ ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଭଦ୍ରକ ବାସଭବନ ଏବଂ ଭୁବନେଶ୍ବର ସମେତ ୧୦ଟି ସ୍ଥାନରେ ଚଢ଼ାଉ କରାଯାଇଥିଲା ।

ଭୁବନେଶ୍ୱରର ଭଦ୍ରକର ୬ଟି ସ୍ଥାନ ସାଙ୍ଗକୁ ୪ଟି ସ୍ଥାନରେ ଏକକାଳୀନ ଭାବେ ଇଡି ରେଡ୍ କରିଥିଲା । ଭଦ୍ରକର ବରପଦା ଇଞ୍ଜିନିୟରିଂ କଲେଜରେ ବହୁ ଦିନ ଧରି ଅର୍ଥ ହଡପ ହୋଇଥିବାର ଅଭିଯୋଗ ହୋଇଥିଲା । ଇଡି ଅଧିକାରୀଙ୍କ ସୂଚନା ଅନୁସାରେ ଚଢାଉ ବେଳେ ୧୦ ଲକ୍ଷ ଟଙ୍କା ମଧ୍ୟ ମିଳିଥିଲା । ଏହାସହ ଅନେକ କାଗଜପତ୍ର ଓ ତଥ୍ୟ ପାଇଥିଲା ଇଡି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Feb 29, 2024, 8:47 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.