ETV Bharat / state

ସିଇଓଙ୍କ ଦ୍ୱାରସ୍ଥ ହେଲା ବିଜେଡି, ପ୍ରଶାନ୍ତ ଜଗଦ୍ଦେବଙ୍କ ନାଁରେ ହେଲା ଫେରାଦ - BJD Meets CEO

author img

By ETV Bharat Odisha Team

Published : May 6, 2024, 9:18 PM IST

BJD Meets CEO: ଖୋର୍ଦ୍ଧା ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବଙ୍କ ନାଁରେ ଅଭିଯୋଗ ଆଣିଛି ବିଜେଡି । ପ୍ରଶାନ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦଳ ଦାବି କରିଛି । ଜାଣନ୍ତୁ ପ୍ରଶାନ୍ତଙ୍କ ନାଁରେ କ'ଣ ଅଭିଯୋଗ ରହିଛି ।

BJD Meets CEO
BJD Meets CEO (ETV Bharat Odisha)

BJD Meets CEO (ETV Bharat Odisha)

ଭୁବନେଶ୍ବର: ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୋଧରେ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନରଙ୍କ ପାଖରେ ଫେରାଦ ହୋଇଛି ବିଜେଡି । ଖୋର୍ଦ୍ଧା ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ ଟାଙ୍ଗୀ ବ୍ଲକର ଏମବିକେ (MBK) ମାନଙ୍କୁ ଧମକ ଚମକ ଦେଉଥିବା ଅଭିଯୋଗ ଆଣିଛି ବିଜେଡି । ମିଶନ ଶକ୍ତି ମହିଳାଙ୍କୁ ନିର୍ବାଚନୀ ସଭାକୁ ନଯିବା ପାଇଁ ପ୍ରଶାନ୍ତ ଧମକ ଦେଉଥିବା ନେଇ ଅଭିଯୋଗ ହୋଇଛି । ପ୍ରଶାନ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିଜେଡି ନିବେଦନ କରିଛନ୍ତି ।

ବିଜେଡି ମୁଖପାତ୍ର ମଧୁସ୍ମିତା ନାୟକ କହିଛନ୍ତି,"ଓଡ଼ିଶାର ମହିଳାମାନେ ସାମାଜିକ, ରାଜନୈତିକ - ଅର୍ଥନୈତିକ ଭାବେ ସ୍ୱାବଲମ୍ବୀ ହୋଇ ନୂତନ ପରିଚୟ ପାଇଛନ୍ତି । ଓଡି଼ଶା ସରକାର 70 ଲକ୍ଷ ମହିଳାଙ୍କୁ ଘର କୋଣରୁ କାଢି ଆଜି ସେମାନଙ୍କୁ ନୂତନ ପରିଚୟ ଦେଇଛନ୍ତି । ତାହାର ମୁଖ୍ୟ ମାଧ୍ୟମ ହେଉଛନ୍ତି ଏମବିକେ । କିନ୍ତୁ ଓଡି଼ଶା ବିଜେପି ଶାଖାର ନେତାଙ୍କୁ ଏହା ହଜମ ହେଉନାହିଁ । ଓଡି଼ଶା ବିଜେପି ଶାଖାର ଖୋର୍ଦ୍ଧା ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ ଟାଙ୍ଗୀ ବ୍ଲକର କିଛି ଏମବିକେମାନଙ୍କୁ ଧମକ ଚମକ ଦେଉଛନ୍ତି । ମିଶନ ଶକ୍ତି ମହିଳାଙ୍କୁ ନିର୍ବାଚନ ସଭାକୁ ନପଠାଇବାକୁ ଚେତାବନୀ ଦେଉଛନ୍ତି ।"


ଏହା ବି ପଢନ୍ତୁ...ସରକାରୀ କର୍ମଚାରୀଙ୍କୁ ଧମକାଉଛନ୍ତି ବିଜେପି ନେତା; ସିଇଓଙ୍କ ପାଖରେ ଫେରାଦ ହେଲା ବିଜେଡି - BJD Meets CEO

ଏହା ବି ପଢନ୍ତୁ...ଆଚରଣ ବିଧି ଉଲ୍ଲଘଂନ କରିଛନ୍ତି କଂଗ୍ରେସ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ର; ସିଇଓଙ୍କ ଦ୍ୱାରସ୍ଥ ବିଜେଡି - VIOLATION OF MCC
"ପ୍ରଶାନ୍ତ ଜଗଦ୍ଦେବ ହିଂସା ଓ ଗୁଣ୍ଡରାଜରେ ବଳିଆନ ବ୍ୟକ୍ତି ଅଟନ୍ତି । ସେ ମହିଳା ବିରୋଧୀ ନୀତିରେ ମଧ୍ୟ ବଳିଆନ ଅଟନ୍ତି । ବିଜେପିର ନେତାମାନେ ତୃଣମୂଳ ସ୍ତରର ମହିଳାଙ୍କୁ ଇର୍ଷା କରୁଛନ୍ତି । ସେମାନଙ୍କର ଚରିତ୍ର ସଂହାର କରୁଛନ୍ତି । ନିର୍ବାଚନ ପୂର୍ବରୁ ବିଜେପି ନେତାଙ୍କର ଏହି କାର୍ଯ୍ୟକଳାପ ଜାରି ରହିଛି । ତେଣୁ ଆସନ୍ତା ନିର୍ବାଚନରେ ସେମାନଙ୍କର ପରାଜୟ ସ୍ପଷ୍ଟ ହେଉଛି" ବୋଲି କହିଛନ୍ତି ମଧୁସ୍ମିତା । ବିଜେଡିର ଏକ ପ୍ରତିନିଧି ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଛି । ପ୍ରଶାନ୍ତ ଜଗଦ୍ଦେବ ଓ ତାଙ୍କ ଭଳି ଅନ୍ୟ ବିଜେପି ନେତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ବିଜେଡି ଦାବି କରିଛି । ଏହି ପ୍ରତିନିଧି ଦଳରେ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର, ସୁଲତା ଦେଓ, ସୋଫିଆ ଆଲାମ, ପ୍ରିୟବ୍ରତ ମାଝୀ, ଇପ୍ସିତା ସାହୁ ଏବଂ ଓମ ପ୍ରକାଶ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।


ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.